ଘୁଷୁରି

ଉଇକିଅଭିଧାନ‌ରୁ

ଘୁଷୁରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୃଷ୍ଟି)[ସମ୍ପାଦନା]

୧. ଗ୍ରାମ୍ୟ ଶୂକର — ୧. Pig; hog; swine.

[ଦ୍ରଷ୍ଟବ୍ୟ —ଘୁଷୁରି ବନ୍ୟ ଓ ଗୃହ— ପାଳିତ ଭେଦରେ ଦୁଇ ପ୍ରକାର ଗ୍ରାମ୍ୟ ଶୂକର ଘାସ, ଘସମୂଳ ଓ ବିଷ୍ଠା ଖାଆନ୍ତି ଓ ପଙ୍କରେ ଲୋଟନ୍ତି ହିନ୍ଦୁ— ମାନଙ୍କର ନୀଚ ଜାତିମାନେ ଓ ସାହେବମାନେ ଏହାର ମାଂସ ଖାଆନ୍ତି ଘାସମୂଳ ଖାଇବା ପାଇଁ ଘୃଷୁରି ନିଜର ଥୋମଣିଦ୍ୱାରା ଭୁଇଁକୁ ତାଡ଼ି ପକାନ୍ତି ବନ୍ୟ ଶୂକରକୁ ବରାହ ବୋଲାଯାଏ ବନ୍ୟ ଶୂକର ଦୁଇ ପ୍ରକାର—ଏକପ୍ରକାର ବରାହଙ୍କ

ଟାପୁ ଗ୍ରାମ୍ୟ ଶୂକରଙ୍କପରି ଛେଳିଟାପୁଭଳି ଦ୍ୱିଖଣ୍ଡିତ; ଅନ୍ୟ ପ୍ରକାର ବରାହଙ୍କ ଟାପୁ ଘୋଡ଼ାଟାପୁପରି ଗୋଟିକିଆ ଓ ତାକୁ ଘୋଡ଼ାଟାପୁଆ ବାରା ବୋଲାଯାଏ ବରାହଙ୍କର ଦୁଇଟା ବଡ ମୂନିଆ ବଙ୍କା ଦାନ୍ତ ପଦାକୁ ବାହାରିଥାଏ ଏ ଦାନ୍ତରେ ଏମାନେ ଲୋକକୁ ଆକ୍ରମଣ କରି ଚିରି ପକାନ୍ତି ବନ୍ୟ ଶୂକରମାନେ ମଧ୍ୟ ଫଳମୂଳ ଖାଆନ୍ତି ଏମାନଙ୍କୁ ଶାକାର କରିବା ପାଇଁ ବିଶେଷ ବୀରତା ଓ ଧୈର୍ଯ୍ୟ ଦରକାର ଘୁଷୁରି ମୁସଲମାଲଙ୍କର ଘୃଣ୍ୟ ଜୀବ ହିନ୍ଦୁମାନଙ୍କ ଶାସ୍ତ୍ରରେ ବିଷ୍ଣୁ ୩ୟ ଅବତାରରେ ବରାହରୁପ ଧରି ପୃଥିବୀକୁ ଦନ୍ତାଗ୍ରରେ ଟେକି ଧରିଥିବାର ଲେଖାଅଛି ଘୁଷୁରି ଏକାଥରକେ ୨ ଠାରୁ ୬ ପର୍ଯ୍ୟନ୍ତ ଛୁଆ ଜନ୍ମକରେ ବନ୍ୟ ବରାହର ମାଂସ ଉଚ୍ଚଜାତୀୟ ହିନ୍ଦୁମାନଙ୍କର ଖାଦ୍ୟ ବୈଦ୍ୟଶାସ୍ତ୍ର ମତରେ ଏହାର ମାଂସ ବଳ ଓ ବିର୍ଯ୍ୟବର୍ଦ୍ଧକ ଆମ ଦେଶରେ 'ଘୁଷୁରିଆ' ନାମରେ ଏକ ନୀଚ ଜାତି ଘୁଷୁରି ପାଳି ଜୀବିକା ନିର୍ବାହ କରନ୍ତି ବାବା— ବୈଦ୍ୟନାଥ ଆଦି କେତେକ ଛୋଟ ସହରରେ ଘୁଷୁରିମାନେ ପାଇଖାନାରୁ ବିଷ୍ଠାମାନ ଖାଇ ଫାଇଖାନା ସାଫ ରଖନ୍ତି] 

୨. (ଲକ୍ଷଣାର୍ଥ) ଅପରିଷ୍କୃତ ବ୍ୟକ୍ତି; କୁତ୍ସିତ ବ୍ୟକ୍ତି — (figurative) A man of dirty habits.