ଘେନିବା

ଉଇକିଅଭିଧାନ‌ରୁ

ଘେନିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଅନୁବାଦ[ସମ୍ପାଦନା]

(ଘେନାଇବା—ଣିଜନ୍ତରୂପ)

ଦେଶଜ - କ୍ରି. (ସଂସ୍କୃତ - ଗ୍ରହଧାତୁ. ପ୍ରାକୃତ ଗେହ୍ଣ; ସଂସ୍କୃତ - ଗ୍ରହଣ; ତୁଳ ପ୍ରା. ଗଣ୍ହ)[ସମ୍ପାଦନା]

୧. ଧାରଣ କରବା —୧. To hold.

କୋଳରେ ଘେନିଛି ନନ୍ଦନ ଭୂପତି. ପ୍ରେମପଞ୍ଚାମୃତ

୨. (ପ୍ରାର୍ଥନା) ମଞୁର କରିବା; ସ୍ୱୀକାର କରିବା — ୨. To accede to; to grant (a request).

ନରେଶମଣ୍ଡଳ ଶ୍ରୀହରିଚନ୍ଦନ ଜଗଦ୍ଦେବ ସ୍ତବ ଘେନ—କବିସର୍ଯ୍ୟ.କିଶୋରିଚମ୍ପୂ ନ. ଗୀତ

୩. ଦେହରେ ଭରିବା —୩. To wear; to put on.

ମାଳି ଘେନିଲେ ଜଣେ ଭୂପତି. ପ୍ରେମପଞ୍ଚାମୃତ

୪. ଦେହରେ ଲଗାଇବା ବା ଚିତ୍ରତ କରିବା — ୪. To point on any part of the body.

ସିନ୍ଦୂର ବିନ୍ଦୁ ଇନ୍ଦୂମଖୀ ପୋଛିଣ କସ୍ତୁରୀ ଚିତା ଘେନି ଭଞ୍ଜ. ପ୍ରେମସୂଧାନିଦି

୫. ଘେନା କରିବା; (ଉପଦେଶ. କଥା ମାନିବା — ୫. To accept (one's advice).

ଘେନିଲୁ ନାହିଁ ବାଳା ପହିଲୁ ଗୋ କବିସୂର୍ଯ୍ୟ. କିଶୋରୀଚମ୍ପୁ ଘ. ଗୀତ

୬. ମାନିବା; ଶୋଭା ପାଇବା; ସୂନ୍ଦର ଦେଖାଯିବା — ୬. To look nice or graceful.

ନ ଘେନିଲା ପରି, ନ ଘେନ ମୋର ବାଣୀ କୃଷ୍ଣସିଂହ. ମହାଭାରତ. ବନ

୭. ସହାୟକ ରୂପେ ଗ୍ରହଣ କରିବା — ୭. To take as a help.

ଏହାଙ୍କୁ ଘେନି ମହୀ ଜିଣ ମହରଥା କୃଷ୍ଣସିଂହ. ମହାଭାରତ. ସଭା

୮. (ମନରେ କ୍ରଧ, ଅଭିମାନ, ଇର୍ଷା ଆଦି) ବହିବା — ୮. To bear (anger, malice etc in mind).

ସେ ଯେବେ ତୋ ଅପ୍ରାଧେ ଘେନିବେଟି କ୍ରଧ କୃଷ୍ଣସିଂହ. ମହାଭାରତ. ବନ

୯. ବିବେଚନା କରିବା; ବଚାର କରିବା — ୯. To think; to consider.

ଧନ ଆଲିଙ୍ଗନେ ମନେ ଘେନୁଥାଇଁ କି ତପ ବାଣ ଅର୍ଜୁନର ଭଞ୍ଜ. ପ୍ରେମସୁଧାନିଧି


୧. ବୁଝିବା —୧୦. To understand; to realise.

ବାଳୀକି ଯେନ୍ଦୁ ବଧି ତାରେ ପୁଣି ବିରୋଧି ନ ଘେନ ବନ୍ଧେ ତରେ ବାର୍ଦ୍ଧି ଭଞ୍ଜ. ବୈଦେହୀଶବିଳାସ

୧୧. ଦୁଃଖରେ ସହାନୂଭୁତି କରିବା — ୧୧. To feel for; to sympathise with.

ସେ ପର ଦୁଃଖ ଘେନିବା ବଡ ଭାଗ୍ୟ ସତ ଭଞ୍ଜ. କୋଟିବ୍ରହ୍ମାଣ୍ଡସୂନ୍ଦରୀ

୧୨. (ମନକୁ) ସନ୍ତୁଷ୍ଟ ବା ପ୍ରସନ୍ନ କରିବା — ୧୨. To please; to satisfy (the mind)

ସେବାରେ ଘେନି ମନକୁ କବିସୂର୍ଯ୍ୟ. ତୁମ୍ପା ଗୀତ

୧୩. ଧରିବା; ଗଣିବା; ଦୋଷକୁ ଦୋଷ ବୋଲି ବିଚାରିବା — ୧୩. To count or think (a fault as such).

ଏଣୁ ମୋର ଦୋଷକୁ ନ ଘେନି ପଣ୍ଡିତେ କୃଷ୍ଣସିଂହ. ମହାଭାରତ. ଆଦି

୧୪. କଥିତ ବଷୟ ସତ୍ୟ କି ମିଥ୍ୟା ଏହା ପରୀକ୍ଷା କରିବା — ୧୪. To test whether a matter is true or not.

ଚମତ୍କାର କଥା ଦେଖି, ପେଟରେ କପଟ ରଖି, ତୋତେ ନିକି ନ କହନ୍ତ ଘେନ କବିସୂର୍ଯ୍ୟ, କିଶୋରୀଚଚମ୍ପୂ. ଚ. ଗୀତ

୧୫. ଅଧିକାର କରିବା (ମାଦଳାପାଞ୍ଜିରେ ବ୍ୟବହୃତ) — ୧୫. To occupy; to take posession of.
୧୬. ଆଦର କରିବା; ସମ୍ମାନ ଦେଖାଇବା — ୧୬. To regard; to respect;

ଗୁରୁଏ ଘେନନ୍ତି ତୋତେ ମହାଗୁରୁ କରି ଭଞ୍ଜ. ଲାବଣ୍ୟବତୀ

୧୭. ମିଶାଇବା —୧୭. To add; to include.

ଦକ୍ଷିଣ ଉତ୍ତର ଘେନି ହେଲା ଅଠଚାଳିଶ ପ୍ରାଚୀ. ବ୍ରହ୍ମନିରୂପଣଗୀତା

୧୮. ସଙ୍ଗରେ ନେବା — ୧୮. To take as a companion

ମୁହୂର୍ତ୍ତକେ ଘେନୁ ମୋତେରେ ମହାଗମନ ପରମାତ୍ମା ପ୍ରାଣ ସଖା ମହେଶ ଶ୍ରୀପଦେ ମଧୁସୂଦନ. କବିତାବଳୀ

୧୯. (ବ୍ରଣ, କ୍ଷତ ଆଦି) ପ୍ରକୂପିତ ହେବା; ବିଶେଷ କ୍ଳେଶ— ଦାୟକ ହେବା —୧୯. To be intensified; to become very painful

(ଯଥା—ମୋ ବଥଟା କାଲିଠାରୁ ଭରି ଘେନିଛି)

୨. ଅନ୍ୟର ହୃଦ୍ଗତ ଭାବ ବୁଝିବା — ୨୦. To comprehend the intention of another person.

ବକ୍ରବିକାରରୁ ନୃପର ଘେନି ବାହାରିଲେ ରାମ ଲକ୍ଷଣ ବେନି ଭଞ୍ଜ. ବୈଦେହୀଶବିଳାସ

୨୧. ଅନୁମାନଦ୍ୱାରା ସିଦ୍ଧ କରିବା; ଠଉରାଇବା; ଅନୁମାନଦ୍ୱାରା କୌଣସି ମୀମାଂସାରେ ଉପନୀତ ହେବା — ୨୧. To infer; to conclude by inference.
୨୨. ଫଳପ୍ରସୂ ହେବା —୨୨. To be effectual.

(ଯଥା—ତିନି ପାନ ଔଷଧ ଦେଲିଣି, କିନ୍ତୁ ଏହା ରୋଗୀକୁ ଜମା ଘେନୁ ନାହିଁ)

୨୩. ଦାନ ଆଦି ଗ୍ରହଣ କରିବା; ନେବା — ୨୨. To take.

ମାଗି ଦାନ ଘେନିମା ଭୋକର ଝିଅ ତୁହି—କୃଷ୍ଣସିଂହ. ମହାଭାରତ. ଆଦ୍ୟ

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -[ସମ୍ପାଦନା]

କିଣିବା — To purchase.

[ ଦ୍ର—ଘେନିବା କ୍ରିୟାର ଅସମାପିକାରୂପ ସଙ୍ଗେ ଆଣିବା, ଆସିବା, ପଳାଇବା, ଯିବା ଆଦି କ୍ରିୟାର ସମାପିକାରୂପମାନ ଯୋଗ କରାଯାଏ ]