ଘୋଟିବା

ଉଇକିଅଭିଧାନ‌ରୁ

ଘୋଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଘୃଷ୍ଟ; ପ୍ରା. ଘୁଟ୍ଟ)[ସମ୍ପାଦନା]

୧. ମର୍ଦ୍ଦନ କରିବା; ବାଟିବା — ୧. To pound; to pestle.

ଘୋଟି କିତବମୂଳ, ଘୋରି ଘୋର ଜାଙ୍ଗଲ— କବିସୂର୍ଯ୍ୟ. କିଶେରୀ ଚମ୍ପୂ ଘ ଗୀତ

୨. ବେଢ଼ିବା; ଘେରିବା —୨. To surround; to envelop.

ଅନ୍ତକ ପରି ମେଲି ଦେଇ ଦୁଇ ପାଟି ଧାଇଁ ଆସି ଭୀମ ଦେହରେ ଗଲା ଘୋଟି କୃଷ୍ଣସିଂହ. ମହାଭାରତ. ବନ

୩. ଉପରେ ଢାଙ୍କିବା; ଆଚ୍ଛାଦିବା — ୩. To overcloud; to cover; to overspread.

ଶୀତଳ ଅନିଳ ବହେ ସୁଲୁସୁଲୁ ପୁଣି ଘନ ଘୋଟିଯାଏ ନନ୍ଦକିଶୋର. ଶର୍ମିଷ୍ଠା

୪. (ରୋଗ, ପାପ ଆଦି) ବିଶେଷରୂପେ ଆକ୍ରମଣ କରିବା — ୪. To attack furiously.

ଘୋଟି ଆସିଲା ମହାକୋପେ ଭେଟିଲା ଦାରୁବ୍ରହ୍ମ ରୂପ ଭୂପତି. ପ୍ରେମପଞ୍ଚାମୃତ

୫. ଆକ୍ରାନ୍ତ କରିବା — ୫. To overpower; to overcome.

(ଯଥା—ତାକୁ ନିଦ୍ରା ଘୋଟିଛି)

୬. ବ୍ୟାପିବା —୬. To pervade; to be diffused.

ସଂସାର ସମୁଦ୍ର ସଭିଙ୍କି ଅଛି ଘୋଟି ତହିଁରେ ଭାସୁଅଛି ମୋ ସତ୍ୟ ନାବଟି କୃଷ୍ଣସିଂହ. ମହାଭାରତ. ବନ

[ଦ୍ରଷ୍ଟବ୍ୟ —ଘୋଟିବା—କୁଣ୍ଡ ଓ ଖଲ ଆଦିରେ କୌଣସି ବସ୍ତୁକୁ ରଖି ବାଡ଼ ବା ପୁଆଦ୍ୱାରା ମର୍ଦ୍ଦନ କରିବା

ଘୋରିବା—ଶିଳ ବା ଚନ୍ଦନପେଡ଼ି ଉପରେ ଚନ୍ଦନ ଆଦି କାଠକୁ ଘଷିବା; (ଏଥିରେ ଶିଳପୁଆ କିମ୍ୱା ପୁଆ ଦରକାର ହୁଏ ନାହିଁ)

ବାଟିବା—ଶିଳ ଉପରେ ହଳଦି ଆଦିକୁ ରଖି ଶିଳପୁଆଦ୍ୱାରା ତାକୁ ମର୍ଦ୍ଦନ କରିବା

ରଗଡ଼ିବା—ଗୋଟା ଗୋଟା ଟାଣୁଆ ପଦାର୍ଥକୁ ଚକିର ତଳଫାଳ ଉପରେ ରଖି ଚକିର ଉପରଫାଳକକୁ ଘୁରାଇବାଦ୍ୱାରା ଉକ୍ତ ବସ୍ତୁକୁ ଗଡ଼ ଗଡ଼ କରି ଭାଙ୍ଗିବା

ପେଷିବା ଓ ଚୂରିବା—ଶୁଖିଲା ଜିନିଷକୁ ଚୂର୍ଣ୍ଣ କରିବା ଘୋଟିବା, ଘୋରିବା ବା ବାଟିବାରୁ ଯାହା ବାହାରେ ତାହା ଜଳମିଶ୍ରିତ ରବା କାଦୁଆ, କିନ୍ତୁ ପେଷିବା ଓ ଚୂରିବାର ଫଳ ଶୁଖିଲା ଚୁନା ରଗଡ଼ିବାର ଫଳ ଖଣ୍ଡଖଣ୍ଡିଆ ବସ୍ତୁ ଘୋଟିବା କ୍ରିୟାର ଅସାପିକା ରୂପ ସଙ୍ଗେ ଦେବା, ଯିବା, ପକାଇବା ଓ ରହିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]