ଘୋଡ଼ା

ଉଇକିଅଭିଧାନ‌ରୁ

ଘୋଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ଘୋଟକ; ପ୍ରା. ଘୋଡ଼ା)[ସମ୍ପାଦନା]

୧. ଘୋଡ଼ା —୧. Horse.

[ଦ୍ରଷ୍ଟବ୍ୟ —ଘୋଡ଼ା ସ୍ତନ୍ୟପାୟୀ ଚତୁଷ୍ପଦ, ଏହାର ଚାମର ପରି ଲାଞ୍ଜ, ଟାପୁ ଗିନା

ଅନୁବାଦ[ସମ୍ପାଦନା]

ପରି ଗୋଲ ଗଧ ଏହି ଜାତୀୟ ପଶୁ, କିନ୍ତୁ ଗଧର ଲାଞ୍ଜ ଗୋରୁଲାଙ୍ଗୁଡ଼ ପରି ଓ ଗଧର କାନ ଘୋଡ଼ାକାନ ଅପେକ୍ଷା ବଡ଼; ଘୋଡ଼ାର ଲମ୍ୱ ବେକ ଉପରେ ଗୁଡ଼ିଏ ଲମ୍ୱ କେଶର ଥାଏ ଏ ଖୁବ ଦ୍ରୁତଗାମୀ, ଘୋଡ଼ା ଅଷ୍ଟ୍ରେଲିଆ ଆମେରିକା, ପାରସ୍ୟ, ସିନ୍ଧୁ, ଆରବ ଆଦିର ପଡ଼ିଆ, ମରୁଭୂମି ଓ ପାହାଡ଼ିଆ ଅଞ୍ଚଳରେ ବନ୍ୟ ଅବସ୍ଥାରେ ରହନ୍ତି ଓ ଧରା ହୋଇ ଗୃହପାଳିତ ଅବସ୍ଥାରେ ମଧ୍ୟ ଛୁଆ ପ୍ରସବ କରନ୍ତି ଏମାନେ ବଡ଼ ହେଲେ ଲୋକେ ଏହାକୁ ମଣ କରି ଚଢ଼ନ୍ତି ଓ ଗାଡ଼ିରେ ଲଗାନ୍ତି କେତେକ ଦେଶରେ ଘୋଡ଼ାଙ୍କୁ ଲୋକେ ହଳରେ ଲଗାନ୍ତି ଘୋଡ଼ାମାନେ ହେଁ ହେଁ ରାବ (ହ୍ରେଷା) କରନ୍ତି ଏମାନେ ନାନା ବର୍ଣ୍ଣର ହୁଅନ୍ତି ଦେଶ— ଭେଦରେ ଏମାନେ ମଧ୍ୟ କମ୍ ବେଶି ଉଚ୍ଚ ହୁଅନ୍ତି ଅଷ୍ଟ୍ରେଲିଆର ଘୋଡ଼ା ସବୁଠାରୁ ଉଚ୍ଚ ଓ ସ୍କଟଲାଣ୍ଡ୍ ଦ୍ୱୀପପୁଞ୍ଜରର ଘୋଡ଼ା ସବୁଠାରୁ ସାନ ଏମାନେ ଖୁବ୍ ପ୍ରଭୁଭକ୍ତ ହୁଅନ୍ତି ଲୋକେ ବାଜି ରଖି ଏହାଙ୍କୁ ଦଉଡ଼ାନ୍ତି ଭାରତବର୍ଷରେ ସିନ୍ଧୁ ଓ କାଠିଆବାଡ଼ର ଘୋଡ଼ା ଉତ୍କୃଷ୍ଟ ଶାଳିହୋତ୍ରଙ୍କ ରଚିତ ଅଶ୍ୱ— ଶାସ୍ତ୍ରରେ ଘୋଡ଼ାଙ୍କ ଲକ୍ଷଣ, ଭେଦ, ରୋଗ ଓ ଚିକିତ୍ସା ଆଦି ବର୍ଣ୍ଣିତ ହୋଇଅଛି] 
(ଘୋଡ଼ୀ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

୨. କଦଳୀ ବୃକ୍ଷର କଟା ହୋଇଥିବା ଗଣ୍ଡି — ୨. The cut trunk of the plantain tree.
୩. ବନ୍ଧୁକରେ ଅଗ୍ନିସଂଯୋଗ କରିବା ଯନ୍ତ୍ର ବା ହାତୁଡ଼ି (ଯାହା ଟିପି ଦେଲେ ବନ୍ଧୁକନଳି ଭିତରେ ଥିବା ବାରୁଦରେ ନିଆଁ ଲାଗି ବନ୍ଧୁକ ଫଏର୍ ହୁଏ) — ୩. Hummer or trigger of a gun.
୪. ପିଲାମାନେ ବ୍ୟାୟାମ କରିବା ଓ ଖେଳିବା ପାଇଁ ପ୍ରସ୍ତୁତ ଘୋଡ଼ା ପରି ନିର୍ମିତ ଚତୁଷ୍ପଦ କାଠଖଣ୍ଡ —୪. A wooden horse for children's exercise or play.
୫. ସତରଞ୍ଜ ଖେଳରେ ଏକଜାତୀୟ ଗୋଟୀ ଯେ ଥରକେ ଅଢେଇ ଘର ଚାଲେ — ୫. The knight in a game of chess.
୬. (ସଂସ୍କୃତ - ଗାତ୍ରାବରଣ) ଆଚ୍ଛାଦନ — ୬. Act of covering.

ଦେଶଜ - ବିଶେଷଣ -[ସମ୍ପାଦନା]

ଆଚ୍ଛାଦିତ —Covered.

ସେହି ଗିରିର ଉଚ୍ଚ ଉଚ୍ଚ ଶୃଙ୍ଗମାନ ସବୁ ବେଳେ ତୁଷାରରେ ଘୋଡ଼ା ହୋଇଛନ୍ତି ରାଧାନାଥ. ଇତାଲୀୟ ଯୁବା

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - (ଯାହାକୁ ଘୋଡ଼ାଇ ବା ଲୁଚାଇ କରି ଉତ୍କୋଚଗ୍ରାହୀ ବ୍ୟକ୍ତିକୁ ଦିଆଯାଏ)[ସମ୍ପାଦନା]

ଘୁସ୍; ଲାଞ୍ଚ —Bribe.

(ଯଥା—ମୁଁ ତାଙ୍କୁ ପାଞ୍ଚ ଟଙ୍କା ଘୋଡ଼ା ଦେଇଛି)