ଚକୁଳି

ଉଇକିଅଭିଧାନ‌ରୁ

ଚକୁଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଷ୍କୁଳୀ)[ସମ୍ପାଦନା]

ଚାଉଳ ଓ ବିରି ବଟାରେ ତିଆରି ପତଳା ପିଷ୍ଟକ— ବିଶେଷ —Thin roll of cakes prepared from rice and phasolus paste.

ଚକୁଳି ଖାଇବା ନା ବିନ୍ଧ ଗଣିବା—ପ୍ରବଚନ

[ଦ୍ରଷ୍ଟବ୍ୟ —ବଟା ଆଣ ବା ପିଠଉକୁ ପାଣିଆ କରି ନିଆଁ ଉପରେ କରେଇ ବା ପଲମ ବସାଇ ସେ ପଲମରେ ଘିଅ ବା ତେଲ ବୋଳି ପିଠଉ ଢଳାଯାଏ ଓ ପଲମକୁ ଧରି ଘୂରାଇଲେ ପିଠଉତଳକ ପତଳା ଓ ଚତରା ହୋଇଯାଏ ଯେଉଁ ଚକୁଳିର ମଝିରେ ପୂର ଦେଇ ତାକୁ ଚାରିଆଡ଼ୁ ଭାଙ୍ଗି ଦେବାକୁ ହୁଏ ତାକୁ ପୋଟଳ ଚକୁଳି ବୋଲାଯାଏ ବିଡ଼ାଏ ଦୁବକୁ ପିଠଉରେ ବୁଡ଼ାଇ କରେଇରେ ଛିଞ୍ଚି

ଯେଉଁ ପିଠା କରାଯାଏ ତାକୁ ଛୁଞ୍ଚି ପତର ବୋଲାଯାଏ ପତଳା ଚକୁଳି ଲେଉଟା ଯାଏ ନୀହିଁ କିନ୍ତୁ ପିଠଉକୁ ମୋଟ କରି କରେଇରେ ଦେଲେ ତହିଁରେ ଉପର ପାଖ ସିଝିବା ପାଇ ଚକୁଳିକୁ ଲେଉଟାଇବାକୁ ହୁଏ ତାକୁ ଲେଉଟ ଚକୁଳି ବୋଲାଯାଏ ଘରୁ ପୁଅ ଆଦି ବିଦେଶକୁ ଯିବା ସଂୟରେ ସ୍ତ୍ରୀମାନେ ତାକୁ ଲେଉଟ ଚକୁଳି ଖୁଆନ୍ତି, ଏହାର ଉଦ୍ଦେଶ୍ୟ ସେ ବ୍ୟକ୍ତି ବିଦେଶରୁ ଘରକୁ ଶୀଘ୍ର ଲେଉଟି ଆସିବ]