ଚକୁଳିଆ ପଣ୍ଡା

ଉଇକିଅଭିଧାନ‌ରୁ

ଚକୁଳିଆ ପଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଏକ ଜାତୀୟ ନୀଚ ଶ୍ରେଣୀର ଭିକ୍ଷୁକ ବ୍ରାହ୍ମଣ — A class of low Brahmans, living by begging.

[ଦ୍ରଷ୍ଟବ୍ୟ —ଏମାନେ କାଶ୍ୟପ ଗୋତ୍ରୀ କଥିତ ଅଛି ଏମାନେ ପର୍ଶୁ— ରାମଙ୍କ ବଂଶଧର ଏବଂ ରାମଙ୍କ ଆଭିଶାପରୁ ଭିକ୍ଷା ମାଗନ୍ତି ମତାନ୍ତରେ— ଭୀମ ବିରାଟ ଭବନରେ ଛଦ୍ମବେଶରେ ଅଜ୍ଞାତବାସ କରିବା ସମୟରେ ବିରାଟ ରାଜାଙ୍କର ପାଚକ ରୂପରେ ବଲ୍ଲଭ ପଣ୍ଡା ନାମ ଧରିଥିଲେ ସେହି ସମୟରେ ସେ ଦେଶ ବୁଲି 'ଚକ୍ର ଭିକ୍ଷା' କରୁଥିଲେ ଭିକ୍ଷାନ୍ନ ସଂଗ୍ରହାର୍ଥ ସେ ଗ୍ରାମର କାହାର ଦ୍ୱାରସ୍ଥ ନ ହୋଇ ଗ୍ରାମ ଦାଣ୍ଡରେ ତିନି ଥର ବୁଲିଯାଉଥିଲେ ଓ ଯେ ଯାହା ଦେଉଥିଲେ ନେଉଥିଲେ ତାଙ୍କ ସଙ୍ଗେ ଚକ୍ରଭିକ୍ଷା ସମୟରେ ଯେଉଁ ବ୍ରାହ୍ମଣମାନେ ଯୋଗ ଦେଇଥିଲେ ଆଧୁନିକ ଚକୁଳିଆ ପଣ୍ଡାମାନେ ସେମାନଙ୍କ ବଂଶଧର ଅଟନ୍ତି

ପୁରୀ ଜିଲ୍ଲାର ଖୋର୍ଧା ସବଡିଭିଜନ ଦାଣ୍ଡିମାଳ ପ୍ରଗନାରେ ଏମାନଙ୍କ ମଧ୍ୟରୁ ଅନେକ ବାସ କରନ୍ତି ଏମାନେ କାହା ଦ୍ୱାରକୁ ଭିକ୍ଷା କରିବାକୁ ନ ଯାଇ ଗ୍ରାମ ଦାଣ୍ଡରେ ବୁଲି ବୁଲି ଉଚ୍ଚୈଃସ୍ୱରରେ ଦେବ, ଦ୍ୟାଇବ,ଦେଶଜ - ପଦ ବୋଲିବ, ପଡ଼ିଆ ଭୂମିରେ ଗୋଧନ ଚରାଇବେ; ଦେଇଥିଲେ ପାଇ ବୁଣିଥିଲେ ଦାଇ ଇତ୍ୟାଦି ବାକ୍ୟ ଆବୃତ୍ତି କରନ୍ତି ଓ ଯେ ଯାହା ଦିଏ ତାହା ଗ୍ରହଣ କରନ୍ତି]