ଚକ୍ରବାଳ

ଉଇକିଅଭିଧାନ‌ରୁ

ଚକ୍ରବାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -(ଚକ୍ର+ଦେଶ ସମୂହ+ବଳ ବେଷ୍ଟନ ବା ଆବରଣ କରିବା+ର୍ତ୍ତୃ. ଅ)[ସମ୍ପାଦନା]

୧. ଦିଗବଳୟ; ଦିଙ୍ମଣ୍ତଳ —୧. Horizon.


[ଦ୍ରଷ୍ଟବ୍ୟ —କୌଣସି ସ୍ଥାନରେ ଠିଆ ହୋଇ ଚାରିଆଡ଼କୁ ଚାହିଁଲେ ଯେଉଁଠାରେ ପୃଥିବୀ ଓ ଆକାଶ ମିଶିଲା ପରି ଦେଖାଯାଏ ସେହି ଚକ୍ରାକାର ରେଖା ]

୨. ଚକ୍ରବାକ ପକ୍ଷୀ —୨. Ruddy goose.
୩. ଲୋକାଲୋକ ପର୍ବତ; ପୃଥିବୀ ଘେରିଥିବା ପୌରାଣିକ ପର୍ବତ —୩. The imaginary mountain on the horizon encircling the globe; the fabulous range of mountains encircling the earth.
୪. ପୁଞ୍ଜ; ଦଳ; ରାଶି; ସମୂହ — ୪. Mass; multitude; group.

ଦେଶଜ - ବିଶେଷଣ -[ସମ୍ପାଦନା]

ମଣ୍ତଳାକାର —Circular.

କରେ କର ଦେଇ ଚକ୍ରବାଳ ହୋଇ କମଳୁଁ କମଳ ତୋଳନ୍ତି ଦୀନକୃଷ୍ଣ. ରସକଲ୍ଲୋଳ