ଚଡ଼କ ପୂଜା

ଉଇକିଅଭିଧାନ‌ରୁ

ଚଡ଼କ ପୂଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ମେଦିନୀପୁର, ବାଲେଶ୍ୱର) ବିଶେଷ୍ୟ - (ତୁଳ. ବଂ ଚଡ଼କ ପୂଜା)[ସମ୍ପାଦନା]

ଓଡ଼ିଶାରେ 'ପାଟୁଆ' ଉତ୍ସବ —A swinging or whirling ceremony performed by the

low caste Hindus on the Ch&aline;i̱tra Saṁkrānti day.

[ଦ୍ରଷ୍ଟବ୍ୟ —କେତେକ ଗଡ଼ଜାତ ଓ ବାଙ୍କି ଅଞ୍ଚଳରେ ବାଉରି, କଣ୍ଡ଼ରା,ପାଣ,ଶହର ଆଦି ଲୋକେ ଏ ଉତ୍ସବ କରନ୍ତି ଯେଉଁ ମାନେ ପୂର୍ବରୁ ମାନସିକ କରି ଏ ବ୍ରତ କରନ୍ତି ତାଙ୍କୁ 'ପାଟୁଆ' ବୋଲାଯାଏ ଓ ଏ ଯାତ୍ରାକୁ 'ଦଣ୍ଡ଼ଯାତ' ବା 'ଝାମୁଯାତ' ବୋଲାଯାଏ ବ୍ରତଧାରୀର ପିଠିକୁ ପୋଡ଼ା ଝୁଣା ପିଙ୍ଗି ପିଠିର ଚମକୁ କଷ୍ଟସହନ କ୍ଷମ କରାଯାଏ ପୋଡ଼ା ଝୁଣା ମରାଯିବା ଯୋଗୁଁ ପିଠି ଚମ ଅକାଟୁ ହେଲାରୁ ପିଠିକୁ ଫୋଡ଼ି ବେଏଁ ଶିରା ତଳେ ଗୋଟିଏ ବନିଶୀକଣ୍ଟା ପରି ବଡ଼ ମୁନିଆଁ ହୁକ ଫୋଡ଼ାଯାଏ ଓ ସେ ହୁକର ମୂଳରେ ଦଉଡ଼ି ଲାଗେ ଭୂମିରେ ଗୋଟିଏ ୨୨୫: ହାତ ଉଚ୍ଚ ବାଉଁଶ ପୋତା ଯାଇ ସେ ବାଉଁଶର ଅଗରେ ତରାଜୁଦଣ୍ଡ଼ ବା ବାହୁଙ୍ଗୀ ପରି ଗୋଟିଏ ନମନୀୟ ବାଉଁଶ ଲଗାଯାଏ ସେହି ବାହୁଙ୍ଗୀର ଗୋଟିଏ ମୁଣ୍ଡ଼ରେ ଏକ ଲମ୍ୱ ଦଉଡ଼ି ଲଗାଯାଏ ଓ ଅନ୍ୟ ମୁଣ୍ଡ଼ରେ ପାଟୁଆର ପିଠିରେ ଫୋଡ଼ା ହୋଇଥିବା ବନିଶୀକଣ୍ଟାର ମୂଳରେ ଲାଗିଥିବା ଦଉଡ଼ିରେ ପାଟୁଆକୁ ଟାଙ୍ଗିଦିଅନ୍ତି ଓ ପାଟୁଆ ଶୁନ୍ୟରେ ଝୁଲୁଥାଏ ଏବଂ ଲୋକେ ଆରମୁଣ୍ଡର ଦଉଡ଼ିକୁ ୭ ଘେରା ବା ୨୧: ଘେରା ଘାଉଁରି ଖାଇ ବୁଲୁଥାଏ ତତପରେ ପାଟୁଆକୁ ସେଥିରୁ ମୁକ୍ତ କରନ୍ତି ଓ ପାଟୁଆ ମାସେ ଯାକେ ଗ୍ରାମେ ଗ୍ରାମେ ବୁଲି ବାଜା ସହିତ ନାଚେ ଓ ଗୀତ ବୋଲେ]