ଚଢ଼ାଇବା

ଉଇକିଅଭିଧାନ‌ରୁ

ଚଢ଼ାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଚଢ଼େଇବା—ଅନ୍ୟରୂପ)

ଦେଶଜ - କ୍ରି—(ସଂସ୍କୃତ - ଚରଧାତୁର ପ୍ରେରଣାର୍ଥକ)[ସମ୍ପାଦନା]

୧. ଚଢ଼ିବାର ଣିଜନ୍ତରୂପ — ୧. The causative form of 'chaṟ&dtodline;ẖibā'.
୨. ଆରୋହଣ କରାଇବା — ୨. To cause to ascend or ride.

ଚଢ଼ାଇ ଉନ୍ନତ ସୁଖପାଦପେ ଚକିଆଇ ମୁଳୁଁ କାଟିଲେ କୋପେ— କବିସୂର୍ଯ୍ୟ. କବିତାକଲ୍ଲୋଳ

୩. ଉତ୍ତୋଜିତ କରିବା; ଉପରକୁ ଉଠାଇବା — ୩. To lift up.
୪. ରେଳ, ଜାହାଜ ବା ଯାନରେ ଯାତ୍ରୀକୁ ଆରୋହଣ କରିବାର ସୁବିଧା କରିଦେବା —୪. To see a man get into a conveyance.
୫. ନିଜର ପିଠିରେ ଅନ୍ୟକୁ ବସିବାକୁ ସମର୍ଥ କରିବା — ୫. To cause another to sit or come over one's back.

(ଯଥା— ଏ ଘୋଡ଼ା କାହାକୁ ଚଢ଼ାଇ ଦେଉନାହିଁ)

୬. (ଔଷଧ) ନିଜେ ଖାଇବା —୬. To eat.
୭. (ଔଷଧ) ପରକୁ ଖୁଆଇବା —୭. To feed.
୮. (ମାଡ଼) ମାରିବା — ୮. To deal (blows); to administer.

(ଯଥା— ବିଧା ଚଢ଼ାଇବା)

୯. (ସ୍ୱର) ଉଚ୍ଚ କରିବା — ୯. To highten; to raise (one's voice).
୧. (ଯନ୍ତ୍ରର ତାର) କସିବା; ଭିଡ଼ିବା — ୧୦. To tighten (the strings).

ଟଙ୍କାରି ଚଢ଼ାଉ ଅଛି କିସେ ନିଜେ କଣ୍ଠ—ଯନ୍ତ୍ରେ ନୂଆତାର— ରାଧାନାଥ, ଉର୍ବଶୀ

୧୧. (ଫୁଲମାଳ ଓ ପୋଷାକ) ନିଜେ ପିନ୍ଧିବା — ୧୧. To wear; to put on.

(ଯଥା—ସେ ଆଜି ଚକଚକିଆ କୋଟ୍ ଚଢ଼ାଇ ଦରବାରକୁ ଆସିଛି)

୧୨. (ବ୍ୟଙ୍ଗାର୍ଥ) (ନିଶା) ଖାଇବା — ୧୨. To take (some intoxicant).

ଯେଉଁରୂପେ ମତୁଆ ଚଢ଼ାଇ ଥାଇ ନିଶା—ପ୍ରାଚୀ, ବ୍ରହ୍ମନିରୂପଣଗୀତା

୧୩. ଦେବବିଗ୍ରହଙ୍କ ଉପରେ ଲାଗି କରିବା — ୧୩. To put on the body of an image.

ସେ ଦେଶରେ ଯେତେକ ଦେବଦେବୀ ଥିଲେ ତାହାଙ୍କୁ ଭୋଗ ଦେଇ ମାଳ ଚଢ଼ାଇଲେ—କୃଷ୍ଣସିଂହ, ମହାଭାରତ, ବନ