ଚଣା

ଉଇକିଅଭିଧାନ‌ରୁ

ଚଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଚଣକ)[ସମ୍ପାଦନା]

୧. ବୁଟ ପରି ଏକପ୍ରକାର ଶସ୍ୟ — ୧. A kind of leguminous grain; Cicer Arietinum; Panicum Maliaceum.

[ଦ୍ରଷ୍ଟବ୍ୟ —ଚଣା ଶସ୍ୟ ବୁଟ ଆକାରର; ବୁଟ ଈଷତ ଚେପଟା ଓ ଶୃଙ୍ଗଯୁକ୍ତ, କିନ୍ତୁ ଚଣା ଗୋଲ ଏ ଫସଲ ମାଘ, ଫଗୁଣ ଓ ଚୈତ୍ର ମାସରେ ଆମଦାନି କରାଯାଏ ବୁଟ ଅପେକ୍ଷା ଚଣା ହାଲୁକା କଞ୍ଚା ଚଣାକୁ ବତୁରାଇ କରି, ଡାଲି କରି ଓ ଭାଜି କରି ଖାଆନ୍ତି ଓ ଏଥିରେ ମିଠାଇ ମଧ୍ୟ କରାଯାଏ ଦୋଳଯାତ୍ରାରେ ଭଜା ଚଣା ଓ ଖଜା ଠାକୁରଙ୍କୁ ଭୋଗ ଦିଆଯାଏ ବୈଦ୍ୟକ ମତରେ ଏହା ମଧୁର, ଦୀପକ,ରୁକ୍ଷ, ରୁଚକ ଓ ବଳ ବର୍ଦ୍ଧକ; ଏହା ମେହ କୃମି ଓ ରକ୍ତ— ପିତ୍ତନାଶକ; ବଂ ଓ ହିନ୍ଦୀ -ରେ ଏହାକୁ ବୁଟ ମଧ୍ୟ କହନ୍ତି; କିନ୍ତୁ ଏହା ବୁଟ ନୁହେଁ; ଆକାର ଭେଦରେ ଏ ଶସ୍ୟ ଦୁଇ ପ୍ରକାର—ସାନ ଚଣା ଓ ବଡ଼ଚଣା ]

୨. ଆମ୍ୱବଉଳରୁ ବାହାରିବା ଚଣା ପରି କ୍ଷୁଦ୍ର କଷି — ୨. The pea-like mango fruit first appearing from the bud.
୩. ଖେସାରି (ଦେଖ) - ୩. Kheṡāri (See)