ଚଣ୍ଡାଳୁଣୀ

ଉଇକିଅଭିଧାନ‌ରୁ

ଚଣ୍ଡାଳୁଣୀ

ଓଡ଼ିଆ[ସମ୍ପାଦନା]

=== ଦେଶଜ - ସ୍ତ୍ରୀ

ଅନୁବାଦ[ସମ୍ପାଦନା]

[ ଦ୍ର—ହିନ୍ଦୁମାନେ ଆବହମାନକାଳରୁ ଚଣ୍ଡାଳ ଜାତିକୁ ଅତି ଘୃଣା— ଚକ୍ଷୁରେ ଦେଖି ଆସୁଅଛନ୍ତି ଏମାନେ ଅସ୍ପୃଶ୍ୟ, ଏମନ୍ତକି ଏମାନଙ୍କ ଛାଇ ଉଚ୍ଚଜାତୀୟ ହିନ୍ଦୁ ଉରରେ ପଡ଼ିଗଲେ ଉକ୍ତ ହିନ୍ଦୁ ସ୍ନାନ କରି ପବିତ୍ର ହୁଏ ଏମାନଙ୍କ ବସତି ଗ୍ରାମ ବା ନଗରର ବାହାରେ; ଉଚ୍ଚ ଜାତିମାନେ ଯେଉଁ ବାଟେ ଯିବେ ଓ ଯେଉଁ ପୋଖରୀ ବା କୂଅ ବ୍ୟବହାର କରିବା ଚଣ୍ଡାଳମାନେ ତାହାର ପାଖ ମା଼ଡ଼ିବେ ନାହିଁ; ହିନ୍ଦୁଙ୍କ ପୂଜିତ ଦେବତାଙ୍କୁ ଏମାନେ ଦର୍ଶନ କରି ପାରିବେ ନାହିଁ ଓ ହିନ୍ଦୁମନ୍ଦିର ମଧ୍ୟକୁ ପଶିବେ ନାହିଁ ହିନ୍ଦୁ ସ୍କୃତି ଅନୁସାରେ ଏମାନେ ସୁନା ବା ରୂପାର ବାସନ ବା ଅଳଙ୍କାର ବ୍ୟବହାର କରିପାରିବେ ନାହିଁ, ଏମନ୍ତ କି ଏମାନେ ଉଚ୍ଚଜାତୀୟ ହିନ୍ଦୁକୁ ସ୍ୱହସ୍ତିରେ ଦାନ ମଧ୍ୟ ଦେଇ ପାରିବେ ନାହିଁ କୁକୁର ଓ ଗଧ ପାଳିବା, ମୁର୍ଦ୍ଦାର ଓ ମଢ଼ ଉଠାଇବା, ବାଜା ବଜାଇବା, ତଲେଇ ଓ ଟୋକେଇ ଆଦି ବୁଣିବା, ପ୍ରାଣଦଣ୍ଡରେ ଦଣ୍ଡିତ ଅପରାଧୀକୁ ବଧ କରିବା, ଏମାନଙ୍କ ଜୀବିକା ଥିଲା ଏମାନେ ଗୋମାଂସଭୋଜୀ ଓ ମଦ୍ୟପାୟୀ ଯଜ୍ଞ ଓ ଶ୍ରାଦ୍ଧାଦି ଧର୍ମାନୁଷ୍ଠାନମାନ ବ୍ୟକ୍ତି ଏମାନଙ୍କୁ ଦେଖିଲେ ବା ଏମାନଙ୍କ ପାଟି ଶୁଣିଲେ ଉକ୍ତ ଅନୁଷ୍ଠାନମାନ ମାରା ହେଉଥିଲା ହିନ୍ଦୁ ସମାଜ ଏମାନଙ୍କୁ କୁକୁର, ବିରାଡ଼ି ଓ ଗଧ ଆଦିଙ୍କ ଅପେକ୍ଷା ହୀନତର ଦୃଷ୍ଟିରେ ଦେଖୁଥିଲା ହିନ୍ଦୁ ଗ୍ରାମରେ ରାତିରେ ରହିଯିବା ଚଣ୍ଡାଳକୁ ଗ୍ରାମରୁ ତଡ଼ି ଦେବାର ବିଧି ଥିଲା ବର୍ତ୍ତମାନ ମଧ୍ୟ ଦାକ୍ଷିଣାତ୍ୟରେ ଏମାନଙ୍କୁ ଏହିପରି ହୀନ ଅବସ୍ଥା ଭୋଗିବାକୁ ପଡ଼ୁଅଛି ଅନେକ ଚଣ୍ଡାଳ ଏହି ସାମାଜିକ ନିର୍ଯ୍ୟାତନ ସହି ନ ପାରି ମୁସଲମାନ୍ ଓ ଖ୍ରୀଷ୍ଟାନ୍ ଧର୍ମ ଗ୍ରହଣ କରୁଥିଲେ ପାଶ୍ଚାତ୍ୟ ଶିକ୍ଷାର ବିସ୍ତାର ସଙ୍ଗେ ସଙ୍ଗେ ଏମାନଙ୍କ ପ୍ରତି ଉଚ୍ଚ ଜାତୀୟ ହିନ୍ଦୁମାନଙ୍କର ବ୍ୟବହାର କ୍ରମଶଃ ବଦଳୁ ଅଛି ଦାକ୍ଷିଣାତ୍ୟରେ ଏମାନଙ୍କୁ ପଞ୍ଚମା (ଅର୍ଥାତ୍ ହିନ୍ଦୁ ୪ ବର୍ଣ୍ଣ ବାହାର ପଞ୍ଚମ ଜାତି) ବୋଲାଯାଏ ମାହାତ୍ମା ଗାନ୍ଧୀ ହିନ୍ଦୁ ସମାଜରୁ ଏ ଅସ୍ପୃଶ୍ୟତାକଳଙ୍କ ଲୋପ କରିବାକୁ ଚେଷ୍ଟା କରୁଅଛନ୍ତି ଏହିଠାରେ ଉଲ୍ଲେଖ କରିବା ଉଚିତ ଯେ ପ୍ରତ୍ୟେକ ହିନ୍ଦୁ ଗୃହସ୍ଥ 'ବୈଶ୍ୱଦେବ' କରିବା ସମୟରେ କୁକୁର (ଶ୍ୱ), ଚଣ୍ଡାଳ (ଶ୍ୱପଚ) ଓ କୁଆ (ବାୟସ) ମାନଙ୍କ ପାଇଁ ଗୃହର ବାହାରେ 'ଅନ୍ନବଳି' ଦେଇ ସାରି ପରେ ଭୋଜନ କରୁଥିଲେ]

୨. ହିନ୍ଦୁମାନଙ୍କର ନୀଚତମ ଅସ୍ପୃଶ୍ୟ ଜାତି — ୨. The lowest untouchable caste amongst the Hindus.
୩. ପତିତ ଓ ମହାପାପୀ ବ୍ୟକ୍ତି —୩. A reprobate and depraved person.
୪. ପାପୀ ବ୍ୟକ୍ତି —୪. A sinner.

ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ପାପକର୍ମା —Sinful.

ଚଣ୍ଡାଳତା, ଚଣ୍ଡାଳତ୍ୱବି

୨. ନିଷ୍ଠୁର —୨. Cruel.
୩. କ୍ରୁରକର୍ମା —୩. Doing evil and vile deeds.
୪. ନୀଚମନାଃ —୪. Mean-minded; vile.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ହାଡ଼; ମେହନ୍ତର ଜାତି —The sweeper-caste (an untouchable class).

[ଦ୍ରଷ୍ଟବ୍ୟ —ଏମାନେ ସାଧାରଣ ସ୍ଥାନରୁ ମଇଳା ଓ ବିଷ୍ଠା ଆଦି କାଢ଼ନ୍ତି, ପାଇଖାନା ସଫା କରନ୍ତ, ମଢ଼ ଓ ମଡ଼ା କାଢ଼ନ୍ତି ଓ ବାଜା ବଜାନ୍ତି ଏମାନେ ଗୋମାଂସ ଓ ମଦ ଖାଆନ୍ତି]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

୚ଞ୍ଜାମ ଜିଲ୍ଲାର ପାଟକବିଶେଷ — A class of low-casta Ṡūdras in the district of Ganjam.



ଚଣ୍ଡାଳୁଣୀ

ଉଚ୍ଚାରଣ[ସମ୍ପାଦନା]

$1

  • (file)
  • (file)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ଚଣ୍ଡାଳିନୀ; ଚଣ୍ଡାଳ ଶବ୍ଦରେ ଓଡ଼ିଆ ସ୍ତ୍ରୀବାଚକ ଉଣୀ ପ୍ରତ୍ୟୟ ଯୋଗ; ତୁଳ. ଡମୁଣୀ, ଶବରୁଣୀ, କନ୍ଧୁଣୀ)[ସମ୍ପାଦନା]

୧. ଚଣ୍ଡାଳର ସ୍ତ୍ରୀ — ୧. A woman of the 'Chaṇḍāḻa' caste.

ଚାରିଜାତଯାକ ହେବେଟି ଏକଜାତି କରିବେ ଚଣ୍ଡାଲୁଣୀ ସଙ୍ଗରେ ସୁରତି—କୃଷ୍ଣସିଂହ, ମହାଭାରତ, ବନ

୨. ମେହନ୍ତରଣୀ —୨. A sweeper woman.


୩. ପାପିନୀ —୩. Sinful woman; a female sinner.
୪. ନିଷ୍ଠୁରା ସ୍ତ୍ରୀ —୪. Hard-hearted or cruel woman.
୫. ଦୁଷ୍ଟା ସ୍ତ୍ରୀ; ନଷ୍ଟା ସ୍ତ୍ରୀ; ଦୁଷ୍କର୍ମକାରିଣୀ ସ୍ତ୍ରୀ — ୫. A reprobate or depraved woman.