Jump to content

ଚମକିବା

ଉଇକିଅଭିଧାନ‌ରୁ

ଚମକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଚମତ୍କୃତ; ପ୍ରା. ଚଁମକ୍କି)[ସମ୍ପାଦନା]

୧. ହଠାତ୍ ଦୂରକୁ ତୀରବେଗରେ ଗତି କରିବା — ୧. To shoot forth; to shoot out.

ବିଜୁଳି ପରାଏ ବାଣ ଚମକେ ଗଗନେ— ମଧୁସୂଦନ ବର୍ଣ୍ଣବୋଧ

୨. (ଶସ୍ତ୍ରାଦି) ଇତସ୍ତତ ସଞ୍ଚାଳିତ ହେବା — ୨. To be marshalled or moved to and fro (weapon).

ସଂଗ୍ରାମପ୍ରାଙ୍ଗଣେ ଧୂଳିପଟଳ ମଧ୍ୟରେ ସୈନିକଙ୍କ ଶସ୍ତ୍ରଜାଳ ଚମକଇ ଖରେ—ମଧୁସୂଦନ ଉତ୍ତରରାମଚରିତ

୩. ଝଟକିବା —୩. To flash; to glitter.
୪. ଭୟ ଯୋଗୁଁ (ଛାତି) ଧଡ଼ପଡ଼ କରିବା — ୪. To palpilte; to throb.

ଚମକି ତ ନାହିଁ ମୋର ଛାତି—କବିସୂର୍ଯ୍ୟ କିଶୋରୀଚମ୍ପୁ ଚ ଗୀତ

୫. ଚମକି ଉଠିବା; ହଠାତ୍ ଭୟରେ ଛାନିଆଁ ହେବା — ୫. To be startled; to wince.
୬. କମ୍ପିବା —୬. To tremble.

କଥା ଚମକରେ ଚମକଇ ମହୀ ରହେ ସିନା କ୍ଷଣମାତର— ଭିକାରୀ ଗୀତଲହରୀ

୭. ଭୟରେ କମ୍ପିବା — ୭. To tremble through fear.

କୋକିଳ ବଚନ ଶୁଣି ଚମକଇ ଦେହ—ପ୍ରାଚୀ ଶିଶୁଶଙ୍କର ଉଷାଭିଳାଷ

[ଦ୍ରଷ୍ଟବ୍ୟ —ଚମକିପଡ଼ିବାର ଅସମାପିକା ରୂପ ସଙ୍ଗେ ଉଠିବା, ପଡ଼ିବା, ଯିବା କ୍ରିୟା ଲାଗେ]