ଚମ୍ପା

ଉଇକିଅଭିଧାନ‌ରୁ

ଚମ୍ପା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଚମ୍ପ+ଅଧି. ଅ+ସ୍ତ୍ରୀ. ଆ)[ସମ୍ପାଦନା]

୧. ଚମ୍ପ ନାମକ ରାଜାଙ୍କ ସ୍ଥାପିତ ଅଙ୍ଗରାଜ କର୍ଣ୍ଣଙ୍କ ରାଜଧାନୀ (ଆଧୁନିକ ଭାଗଲପୁର ନିକଟସ୍ଥ) —୧. Name of the old capital of the king of Anga (near the present town of Bhagalpur)
୨. ନଦୀବିଶେଷ —୨. Name of a river.
୩. ଅଙ୍ଗରାଜ କର୍ଣ୍ଣଙ୍କ ପତ୍ନୀ — ୩. Queen of Karna, king of Anga.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚମ୍ପକ)[ସମ୍ପାଦନା]

୧. ଚମ୍ପାଫୁଲ ଓ ବୃକ୍ଷ — ୧. The Champak flower and tree; Michelia champka.

[ ଦ୍ର—ପ୍ରସିଦ୍ଧ ହେମବର୍ଣ୍ଣ ପୁଷ୍ପ, ଉଗ୍ରଗନ୍ଧ ଶୀତକାଳରେ ଫୁଲ ଧରେ ଗୋଟିଏ ଫୁଲରୁ ଅନେକ ଫଳ ହୁଏ ଅସଂଖ୍ୟ ଫଳ ପ୍ରସବ କରିବା ହେତୁ ଗଛ ଦୀର୍ଘଜୀବୀ ହୁଏ ନାହିଁ ଏ ଫୁଲ ସାଧାରଣତଃ ହଳଦିଆ, କିନ୍ତୁ ଧଳା, ଫକା ହଳଦିଆ, ନାଲିମିଶା ହଳଦିଆ, ଓ ଗାଢ଼ ହଳଦିଆ ରଙ୍ଗର ଫୁଲ ମଧ୍ୟ ଦେଖାଯାଏ ଧଳାଚମ୍ପା (ଶ୍ୱେତଚମ୍ପା)ର ଗନ୍ଧ କୋମଳତର; ଚମ୍ପାଗଛ ଉଚ୍ଚରେ ୨ ହାତ ବଢ଼େ ମୂଳରେ ପାଣି ନ ଦେଲେ ଗଛ ଶୀଘ୍ର ମରିଯାଏ ଏ ଫୁଲରୁ ଅନ୍ୟାନ୍ୟ ଅନେକ ଫୁଲର ନାମ— କରଣ ହୋଇଅଛି ଯଥା—କାଠଚମ୍ପା, ଗୋବରିଚମ୍ପା, ଜହୁରି ଚମ୍ପା, ଦୋଳିଚମ୍ପା, ଭୁଇଁଚମ୍ପା, ସୁଲ୍ତାନିଚମ୍ପା, ଚିନିଚମ୍ପା ଇତ୍ୟାଦି; କିନ୍ତୁ ଏ ଫୁଲମାନ ଚମ୍ପକ ଜାତୀୟ ନୁହେ

ଚମ୍ପାଫୁଲର ତୀବ୍ର ଗନ୍ଧ ଯୋଗୁଁ ସମ୍ଭବତଃ ଏ ଫୁଲରେ ଭ୍ରମର ବସନ୍ତି ନାହିଁ ଉଦ୍ୟାନରୋପିତ ଚମ୍ପାଗଛ ଅପେକ୍ଷା ଜଙ୍ଗଲରେ ଉଠିବା ଚମ୍ପାଗଛ ବହୁତ ମୋଟ ଓ ଉଚ୍ଚ ହୁଏ ଚମ୍ପାଛେର ମଞ୍ଜ କାଠ ହଳଦିଆ ଓ ଖୁବ ମଜଭୁତ ହୁଏ ଏବଂ ଏଥିରେ ଚଉକି, ମେଜ, ଆଦି ଗୃହର ଉପକରଣମାନ ତିଆରି ହୁଏ ନେପାଳ ତରାଇ ଅଞ୍ଚଳ, ବଙ୍ଗ, ଆସାମ ଓ ଦକ୍ଷିଣଭାରତର ଜଙ୍ଗଲରେ ଏ ଗଛ ଅଧିକ ଦେଖାଯାଏ]

୨. ତଳ କାନର ଏକପ୍ରକାର ସୁନା ଅଳଙ୍କାର — ୨. Name of a golden ornament of the ear.
୩. ଘଡ଼ିବାଣ; ଯେଉଁ ବାଣରୁ ଚମ୍ପାଫୁଲ ଭରି ଅଗ୍ନିସ୍ଫୁଲିଙ୍ଗ ଝଡ଼େ —୩. A fire work which sheds particles of fire (like champā folwer) when lighted.

ସ୍ତ୍ରୀ[ସମ୍ପାଦନା]

ସ୍ତ୍ରୀ ଲୋକଙ୍କ ନାମ —Name given to females.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର ଧାନ୍ୟ —A species of paddy.


ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଗୋବରାଚଢ଼େଇ —A kind of bird.