Jump to content

ଚମ୍ପେଇନେଉଳି

ଉଇକିଅଭିଧାନ‌ରୁ

ଚମ୍ପେଇନେଉଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ନାମ ଅଞ୍ଜନ, ଅଞ୍ଜନିକା)

[ସମ୍ପାଦନା]

ଝିଟିପିଟି ଶ୍ରେଣୀୟ ଏକପ୍ରକାର ଚତୁଷ୍ପଦବିଶିଷ୍ଟ ସରୀସୃପ (ଏହାର ଲାଞ୍ଜ ଓ ଦେହ ଚିକ୍କଣ ପାଣ୍ଡୁରା ଓ ଧଳା ଲମ୍ୱ ଗାରବିଶିଷ୍ଟ) —A kind of lizard living in the precinct of the house with a smooth skin and red tail.

[ଦ୍ରଷ୍ଟବ୍ୟ —ଏହାର ଶରୀର ମସୃଣ ଓ କାତିଯୁକ୍ତ, ଲାଙ୍ଗୁଡ଼ ନାଲିଆ ଆଘାତଦ୍ୱାରା ଏହାର ଲାଙ୍ଗୁଡ଼କୁ ଦେହରୁ ବିଚ୍ଛିନ୍ନ କଲେ ଝିଟିପିଟି ଲାଙ୍ଗୁଡ଼ ଭଳି ଏହା ଲାଙ୍ଗୁଡ଼ ଖଣ୍ଡି ଅନେକ ସମୟ ପର୍ଯ୍ୟନ୍ତ ଠକ୍ ଠକ୍ ହୋଇ ଡେଉଁ ଥାଏ ଓ ଲାଙ୍ଗୁଳହୀନ ଜୀବଟି ଚାଲି ପଳାଏ ପ୍ରବାଦ ଅଛି ଯେ ଏ ବଡ଼ ବିଷାକ୍ତ ଜୀବ ଯାହାକୁ କାମୁଡ଼ିବ ତାହାର ମୃତ୍ୱୁ ନିଶ୍ଚୟ ହେବ ଜାଣି ଭଗବାନ ତା ଲାଙ୍ଗୁଡ଼ରେ 'କାଲି' ଏହି ଶବ୍ଦ ଲେଖି ଦେଇ ଅଛନ୍ତି, ଏଣୁ ଏ ମନୁଷ୍ୟକୁ ଗଲା ବେଳେ ପଛକୁ ଲାଙ୍ଗୁଡ଼ ଆଡ଼କୁ ଚାହିଁ ଦେଇ 'କାଲି କାମୁଡ଼ିବି ବୋଲି କାମୁଡ଼େ ନାହିଁ ଓ ପ୍ରତିଦିନ 'କାଲି' 'କାଲି' କରି ଆଦୌ ମନୁଷ୍ୟକୁ କାମୁଡ଼େ ନାହିଁ

ଏଥିପାଇଁ ଚମ୍ପେଇ ନେଉଳି 'କାଲି କରିବା' ପ୍ରବଚନର ଅର୍ଥ ଯେ କୈଣସି କାର୍ଯ୍ୟ କରିବାକୁ ଯାଇଁ ପ୍ରତିଦିନ 'କାଲି' କରିବି 'କାଲି' କରିବି ବୋଲି କହେ ଓ ଆଦୌ ସେ କରି ପାରେ ନାହିଁ]