ଚର୍ମକାର

ଉଇକିଅଭିଧାନ‌ରୁ

ଚର୍ମକାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଚର୍ମକୃତ୍, ଚର୍ମ୍ମକାରଅନ୍ୟରୂପ

(ଚର୍ମକାରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ଚର୍ମ+କୃ+କର୍ତ୍ତୃ. ଅ)[ସମ୍ପାଦନା]

୧. ମୋଚୀ — ୧. Shoe-maker; tanner; cobbler.
୨. ନୀଚ ଅସ୍ପୃଶ୍ୟ ହିନ୍ଦୁଜାତିବିଶେଷ; ତୀବର ସ୍ୱାମୀ ଔରସରେ ଚଣ୍ଡାଳୀ ସ୍ତ୍ରୀ ଗର୍ଭଜାତ — ୨. A low untouchable caste amongst Hindus.

[ଦ୍ରଷ୍ଟବ୍ୟ —ଏହି ଶବ୍ଦରୁ ଓଡ଼ିଆ 'ଚମାର' ଶବ୍ଦ ହୋଇଅଛି କିନ୍ତୁ ଆମ ଦେଶରେ 'ଚମାର' ମାନେ 'ଚମ' କାମ କରନ୍ତି ନାହିଁ ଚମାରମାନେ ତାଳଗଛ କାଟନ୍ତି, ତାଳପତ୍ରର ଜିନିଷ ବିକନ୍ତି ଓ ତାଳପତ୍ରର ତାଟି ତିଆରି କରନ୍ତି ଆମ ଦେଶରେ 'ମୋଚୀ' ଜାତି 'ଚମ' କାମ କରନ୍ତି ଓ ଏମାନେ ଚମାରଙ୍କଠାରୁ ସ୍ୱତନ୍ତ୍ର ଏଥିରୁ ଜଣାଯାଏ ଯେ ପୂର୍ବେ ଚମାରମାନେ ଚମଡ଼ା କାମ କରୁଥିଲେ ପରେ ମୋଚି ଓ ଚମାର ସ୍ୱତନ୍ତ୍ର ଜାତି ହେଲେ]