ଚଳାଇବା

ଉଇକିଅଭିଧାନ‌ରୁ

ଚଳାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଚଳେଇବା—ଅନ୍ୟରୂପ)

=== ଦେଶଜ - କ୍ରି. (ସଂସ୍କୃତ - ଚଳ୍ ଧାତୁ ଣିଚ୍=ଚାଳି ଧାତୁ; ଚଳିବାର ଣିଜନ୍ତରୂପ; Causative form of Chaḻbā)

୧. ଚାଳିତ କରିବା; ଚାଳିବା; ଗତି କରାଇବା — ୧. To set a going; to cause to move; to set in motion.

ବିକୁରପାଶରେ ଦନ୍ତପତ୍ରିକା, ଚଳାଇବାକୁ ହେବାରୁ ମୋଦକା— କବିସୂର୍ଯ୍ୟ. କବିତାକଲ୍ଲୋଳିନୀ

୨. ଅନ୍ୟ ଲୋକକୁ କାର୍ଯ୍ୟ କରାଇବା —୨. To cause another to work; to have a work done by another.


୩. କାମ ଅଞ୍ଜାମ କରିବା; କାର୍ଯ୍ୟ ସମାଧା କରିବା; କାର୍ଯ୍ୟ ତୁଲାଇବା; ନିର୍ବାହ କରିବା —୩. To accomplish a work any how; to carry on a work.

(ଯଥା—ଏ ବିଭାଘର ଟଙ୍କା ପଚାଶଟି ମଧ୍ୟରେ ଚଳାଇନିଅ)

୪. ନେତାରୂପେ ପରିଚାଳନ କରିବା — ୪. To guide; to conduct; to lead.

ଆସିଲେ ସେହିଠାକୁ ସଇନ ଚଳାଇ—କୃଷ୍ଣସିଂହ. ମହାଭାରତ. ବନ

୫. ବିରକ୍ତ କରିବା; ଦିକ୍ କରିବା — ୫. To tease; to displease.
୬. ରଗାଇବା; କ୍ରୁଦ୍ଧ କରିବା; ଚିଡ଼ାଇବା — ୬. To enrage; to irritate.
୭. କୌଣସି ନୂତନ ରୀତି ବା ନିୟମର ପ୍ରବର୍ତ୍ତନ କରିବା — ୭. To introduce a new rule or system; to promulgate.
୮. କୌଣସି ଜାତିଚ୍ୟୁତ ବା ନବାଗତ ବ୍ୟକ୍ତିକୁ ସମାଜଭୁକ୍ତ କରି ସାମାଜିକ କାର୍ଯ୍ୟରେ ତାହାର ଯୋଗ ଦେବାର ସୁବିଧା କରିବା —୮. To enable a person to have social intercourse in a particular society; to introduce a person into a society.
୯. ଅପ୍ରଚଳିତ ବସ୍ତୁକୁ ଲୋକସାଧାରଣଙ୍କ ମଧ୍ୟରେ ପ୍ରଚଳିତ କରାଇବା —୯. To utter (a coin); to make a thing current; to pass a counterfiet coin.

(ଯଥା—ଇଂରେଜ ଗଭର୍ଣ୍ଣମେଣ୍ଟ ଏବେ ଏ ଦେଶରେ ଟଙ୍କା ପରିପର୍ତ୍ତେ ନାଟ ଚଳାଇଲେଣି)

୧. ଯାନାଦି ଚଳିତ କରିବାପାଇଁ କଳ ବା ଘୋଡ଼ା ଆଦିଙ୍କୁ ନିୟନ୍ତ୍ରୀତ କରିବା —୧୦. To drive a converyance (e.g. carriage, cart, motor or rail.
୧୧. କୌଣସି ନୂତନ ବସ୍ତୁ କୌଣସି ଅଞ୍ଚଳରେ ଚଳିବାର ବା ବ୍ୟବହୃତ ହେବାର ଉପାୟ କରିବା —୧୧. To introduce the use of a new thing; to cause a thing to be used.

(ଯଥା—ବ୍ରହ୍ମଚାରୀ ସାକ୍ଷୀଗୋପାଳଙ୍କ ଭୋଗରେ କଦଳୀ, ଆଳୁ, ପଣସ ମଞ୍ଜି ଓ କାଙ୍କଡ଼ଭଜା ଚଲାଇଲେ କିନ୍ତୁ ଅନ୍ନ, ତିଅଣ ଚଳାଇ ପାରିଲେ ନାହିଁ)

୧୨. ପ୍ରଚାରିତ କରିବା — ୧୨. To circulate; to promulgate.
୧୩. କୌଣସି ବିଷୟ ବା ବସ୍ତୁକୁ ବ୍ୟବହାର କରିବାପାଇଁ ସମାଜରେ ଗ୍ରହଣ କରିବା —୧୩. To admit or accept a thing into social use.

[ ଦ୍ର—ଆଜିକାଲି ନବ୍ୟଶିକ୍ଷିତ ଯୁବକମାନେ ବ୍ରାହ୍ମଣକୁଳରେ ବିଧବାବିବାହ ଚଳାଇଲେଣି ]

୧୪. ଆଭରଣସ୍ୱରୂପ ଗ୍ରହଣ କରିବା; ଭରିବା — ୧୪. To put on.

ବରହୀ ମୃଗ ପଛରେ ପୁଛକୁ ଲୁଚାଇ, ବସୁଧାପତି ନେଇ ତା ମସ୍ତକେ ଚଳାଇ ଭଞ୍ଜ. ବୈଦେହୀଶବିଳାସ

୧୫. ସ୍ଥାନାନ୍ତରକୁ ପଠାଯିବାର ଉପାୟ କରିବା — ୧୫. To cause a thing to be sent from one place to another.

(ଯଥା—ବିଭାଘର ପାଇଁ ଗୃହକର୍ତ୍ତ ନିମନ୍ତ୍ରଣପତ୍ର ଓ ଗୁଆ ଚଳାଇ ଦେଲେ)

୧୬. କୌଣସି ଦ୍ରବ୍ୟ ବ୍ୟବହାର କରିବାକୁ ନିଜକୁ ଅଭ୍ୟସ୍ତ କରିବା —୧୬. To habituate one'sself to the use of something.

(ଯଥା—ଆଗେ ମୋ ଦେହରେ ଅଫିମ ଚଳୁ ନ ଥିଲା; କିନ୍ତୁ ଫୁରୁସାଇ କରି ଦିନାକେତେ ଖାଇବାଦ୍ୱାରା ମୁଁ ମୋ ଦେହରେ ଏବେ ଅଫିମକୁ ଚଳାଇଲିଣି)

୧୭. କୌଣସି ବ୍ୟକ୍ତିର ଅଭାବ ପୂରଣ କରିବା — ୧୭. To administer to the wants of a person.

(ଯଥା—ଆପଣ ମୋତେ ୧ ବର୍ଷ ହେଲା ଚଳାଇ ଆଣିଲେ, ବର୍ତ୍ତମାନ ବୃଦ୍ଧ ବୟସରେ ଦର୍ମ କାଟି ଦେଲେ ମୁଁ କେଉଁ ଅଡ଼େ ଯିବି)