ଚା

ଉଇକିଅଭିଧାନ‌ରୁ

ଚା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଚୀନ୍ ଭାଷା ଚା; ତୁଳ ଏହି ଅର୍ଥରେ ଫାରାସୀ - ରାୟ)[ସମ୍ପାଦନା]

୧. ଏକଜାତୀୟ ଗୁଳ୍ମ ଏବଂ ତାହାର ଶିଷ୍କ ପତ୍ରବିଶେଷ; ଚାହା ଗଛ ଓ ପତ୍ର —୧. Tea; tea-plant and its leaves.

[ଦ୍ରଷ୍ଟବ୍ୟ — ଏ ଗୁଳ୍ମ ପ୍ରଥମେ ଚୀନ ଦେଶରୁ ଭାରତକୁ ଆସିଥିଲା ଆସାମ ଜଙ୍ଗଲରେ 'ଚା' ଗୁଳ୍ମ ଦେଖାଯିବାରୁ ପରୀକ୍ଷାସ୍ୱରୁପ ଆସାମରେ ଏହାର କୃଷି କରାଗଲା ଓ କ୍ରମେ କ୍ରମେ ଆସାମରେ ଓ ଲଙ୍କାରେ ଏହାର ବିସ୍ତର କୃଷି ହେଲା ବର୍ତ୍ତମାନ ଏହା ଭାରତରୁ ଓ ଲଙ୍କାରୁ ବିଦେଶକୁ ପଠାଯିବା ଗୋଟିଏ ଲାଭଜନକ ପଣ୍ୟଦ୍ରବ୍ୟ ହୋଇଅଛି 'ଚା' ଗଛ ଉଚ୍ଚରେ ୨ ହାତଠାରୁ ୪ ହାତ ବଢ଼େ ଏହାର ପତ୍ର ୧\୧୨: ଆଙ୍ଗୁଳ ଲମ୍ୱ ଓ ୩\୪: ଆଙ୍ଗୁଳ ଚଉଡ଼ା ଓ ପତ୍ରର ଦୁଇ ମୁଣ୍ଡ ମୁନିଁଆ; ଏଥିରେ ଫୁଲ ୪\୫: ପାଖୁଡିଆ ଓ ଧଳା ଫୁଲ ଝଡ଼ିଗଲା ପରେ ଗଛରେ ଫଳ ଧରେ ଫଳ ମଧ୍ୟରେ ଏକଠାରୁ ୩ ପର୍ଯନ୍ତ ମଞ୍ଜିଥାଏ ଏହାର ପତ୍ରକୁ କଞ୍ଚା ସମୟରେ ତୋଳି ତାକୁ ଶୁଖାଇ ଟିକିଟିକି କରି ରଖାଯାଏ ଶୁଖିଲା ପତ୍ରର ବର୍ଣ୍ଣ ଫକା କଳା ଫୁଟିଲା ପାଣିରେ ଏହି ଶୁଖିଲା ପତ୍ରକୁ ପକାଇ ଚୁଲିରୁ ଓହ୍ଲାଇଆଣି ସେ ପାଣିରୁ ବତୁରିଥିବା 'ଚା' ପତ୍ରଗୁଡିକ ଛାଣି ଫିଙ୍ଗିଦିଆଯାଏ ସେ ପାଣି ଈଷତ୍ ନାଲି ଓ କଷା ଲାଗେ ଉକ୍ତ ପାଣିରେ ଦୁଧ ଓ ଚିନି ମିଶାଇ ତାହା ଗରମ ଥାଉଁ ଥାଉଁ ପିଆଯାଏ କେହି କେହି ଦୁଧ ଓ ଚିନି ନ ଦେଇ ଖାଲି ଚା ସିଝା ପାଣି ପିଅନ୍ତି ଓ କେହି କେହି ଲୁଣ ମିଶାଇ ଖାଆନ୍ତି ସଭ୍ୟସମାଜରେ ଓ ସଭ୍ୟସମାଜ ସଂଶ୍ରବରେ ଆସିଥିବା ବନ୍ୟ ଓ ଅସଭ୍ୟ ଜାତିମାନଙ୍କ ମଧ୍ୟରେ 'ଚା' ପିଇବା ଗୋଟିଏ ଅପରିହାର୍ଯ୍ୟ ଅଭ୍ୟାସରେ ପରିଣତ ହୋଇଅଛି ଚୀନ ଦେଶରେ ଲୋକେ ଅତି ପ୍ରାଚୀନକାଳରେ ଔଷଧରୁପେ ଚା ପତ୍ର ବ୍ୟବହାର କରୁଥିଲେ କିନ୍ତୁ ଆଜିକାଲି ପରି ଚା ପତ୍ର ବତୁରା ଗରମ ପାଣିକୁ ପାଇବାର ରୀତି ଖ୍ରୀଷ୍ଟ ୭ମ ବା ଅଷ୍ଟମ ଶତାଦ୍ଦୀରୁ ଚଳିଲା ଏ ପାଣି ପିଇଲେ ଦେହରୁ ଆଳସ୍ୟ ଦୂର ହୋଇ ସ୍ଫୁତ୍ତି ଜନ୍ମେ ଓ ଅନିଦ୍ରା ଏବଂ ପରିଶ୍ରମଜନିତ କ୍ଳାନ୍ତି ଦୂର ହୁଏ ଇଷ୍ଟଇଣ୍ଡିଆ କୋମ୍ପାନି ଭାରତକୁ ପ୍ରଥମେ ବ୍ୟବସାୟ ପାଇଁ ଆସିଲାବେଳେ ଚୀନ ଦେଶରୁ 'ଚା' କିଣି ବିଲାତକୁ ପଠାଉଥିଲେ ପରେ ଆସାମରେ 'ଚା' ଗଛ ବଣରେ ଉଠୁଥିବାର ଦେଖାଯିବାରୁ ଭାରତରେ ଏହାର ଚାଷ ହେଲା 'ଚା' ଗଛ ଅନେକ ପ୍ରକାର ଓ ତହିଁର ପତ୍ର ମଧ୍ୟ ଅନେକ ପ୍ରକାରର ଶୁଖିଲା ପତ୍ରର ବର୍ଣ୍ମ ମଧ୍ୟ ନାନାପ୍ରକାରର— ହିନ୍ଦୀ - ଶବ୍ଦସାଗର]

୨. ଫୁଟିବା ପାଣିରେ ଶୁଖିଲା 'ଚା'ର ପତ୍ର ପକାଇ ଉକ୍ତ ଜଳକୁ ଛାଣି ସେ ଆରକ୍ତ ଜଳ ସଙ୍ଗେ ଦୁଧ ଓ ଚିନି ମିଶାଇ ପ୍ରସ୍ତୁତ କରାଯିବା ପାନୀୟ —୨. Tea (drink); concoction of dry tea leaves mixed with milk and sugar and used as a drink.