ଚାନ୍ଦ ରାୟଗୁରୁ

ଉଇକିଅଭିଧାନ‌ରୁ

ଚାନ୍ଦ ରାୟଗୁରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ନାମ)

ପୁରୀ ଜିଲ୍ଲାର ଜନୈକ ସଂସ୍କୃତଜ୍ଞ ପଣ୍ଡିତ —A great Sanskrit Pandit of Puri district.

[ଦ୍ରଷ୍ଟବ୍ୟ —ପୁରୀଜିଲ୍ଲା ବୀରନରସିଂହପୁର ଶାସନରେ ଏହାଙ୍କର ଜନ୍ମ ଏ ସଂସ୍କୃତ ଭାଷାରେ 'ଉଷଆପରିଣୟ' ନାଟକ ରଚନା କରିଥିଲେ ଏବଂ 'ନୈଷଧ' କାବ୍ୟର ଗୋଟିଏ ଉତ୍କୃଷ୍ଟ ଟୀକା ଲେଖି ଥିଲେ ପୁରୀର ତଦାନୀନ୍ତନ ଗଜପତି ରାଜା ବୀରକିଶୋରଦେବଙ୍କ ରାଜସଭାରେ ଏହାଙ୍କର ଅଖଣ୍ଡ ପ୍ରତିପତ୍ତି ଥିଲା

କିମ୍ୱଦନ୍ତୀ ଅଛି ଯେ ଦିନେ ପୂର୍ଣ୍ଣିମାରେ ରାୟଗୁରୁ ସେଦିନ ଅମାବାସ୍ୟା ଅଟେ ବୋଲି ଭ୍ରମରେ କହି ପକାଇଲେ ଏବଂ ତନ୍ତ୍ରସାଧନ ବଳରେ ପୂର୍ଣ୍ଣିମା ରାତିରେ ଚନ୍ଦ୍ରଙ୍କୁ ଆଣି ନିଜଘରର ଧାନଉଷୁଆଁ ହାଣ୍ଡିତଳେ ଘୋଡ଼ାଇ ରଖିଦେବାରୁ ସେ ରାତିରେ ଚନ୍ଦ୍ର ଆଉ ଆକାଶରେ ଉଇଁଲେ ନାହିଁ; ଫଳତଃ ପୂର୍ଣ୍ଣିମାରାତି ଅମାବାସ୍ୟା ରାତିପରି ଅନ୍ଧକାରମୟ ହୋଇ ଉଠିଲା ତାଙ୍କର ଏହି ଅସାଧାରଣ ଶକ୍ତିମତ୍ତାରେ ରାଜା ଓ ରାଜପାରିଷଦମାନେ ଏକାନ୍ତ ବିସ୍ମିତ ହୋଇ ଯାଇଥିଲେ ଚନ୍ଦ୍ରଚୋର ବାହାନପତି ଓ ଚାନ୍ଦରାୟଗୁରୁ ଭିନ୍ନ ଭିନ୍ନ ବ୍ୟକ୍ତି ଥିବାର କେହି କେହି କହନ୍ତି ]



  • (file)
  • (file)