ଚାଲିବା
ଦେଖଣା
ଚାଲିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଚଳ୍ ଧାତୁ)
[ସମ୍ପାଦନା]- ୧. ଗତି କରିବା — ୧. To move.
ଚାଲିଲେ ମହେନ୍ଦ୍ର ମୁଖେ ଅନଳ ସହିତେ—ରାଧାନାଥ. ମହାଯାତ୍ରା
- ୨. ଭ୍ରମଣ କରିବା; ପାଦଚାରଣ କରିବା — ୨. To walk.
[ଚଳ(ଳେ)ଇବା—ଣିଜନ୍ତରୂପ]
- ୩. ପୂର୍ବପରି ଗତି କରିବା — ୩. To continue; to go on as bofore.
- ୪. ଘଟିବା —୪. To happen.
- ୫. (କାର୍ଯ୍ୟ) ଚଳିବା; ପରିଚାଳିତ ହେବା — ୫. To be conducted or moved.
- ୬. ବ୍ୟବହାରରେ ଲାଗୁଥିବା — ୬. To be used or utilised.
- ୭. ଗମନାଗମନ କରିବା —୭. To come and go.
- ୮. ଲମ୍ୱଭାବରେ ପାତିତ ହେବା — ୮. To be laid along.
(ଯଥା—କାନ୍ଥ ଉପରେ ଶେଣୀ ଚାଲିଛି)
[ଦ୍ରଷ୍ଟବ୍ୟ —ଚାଲିବା କ୍ରିୟାର ଅସମାପିକା ସଙ୍ଗେ ଆସିବା, ଯିବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ]