ଚିତା

ଉଇକିଅଭିଧାନ‌ରୁ

ଚିତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଚି ଧାତୁ=ସଂଗ୍ରହ କରିବା+କର୍ମ ତ+ସ୍ତ୍ରୀ. ଆ)[ସମ୍ପାଦନା]

୧. ଚୁଲ୍ଲି (ମେଦିନୀ) —୧. Oven.
୨. ଶବଦାହ—ଚୁଲ୍ଲୀ; ଜୁଇ; ରଇ —୨. Funeral pyre.
୩. ଶବଦାହାର୍ଥ ରଚିତ କାଷ୍ଠରାଶି —୩. A pile of wood for cremation.
୪. ମଶାଣି; ଶ୍ମଶାନ —୪. Cremation-ground.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍ର)[ସମ୍ପାଦନା]

୧. କପାଳ ଓ ଶରୀରର ଅନ୍ୟ ଅଙ୍ଗରେ ଅଙ୍କିତ ତିଳକ ବା ଚନ୍ଦନର ନାନା ପ୍ରକାର ଚିହ୍ନ — ୧. Signs made with sandal and other pastes on the forehead and other parts of the bodys.

ବାହା ଲଲାଟରେ ଦେବି ଚିତା ଭକ୍ତଚରଣ. ମଥୁରାମଙ୍ଗଳ

୨. ସ୍ତ୍ରୀ ଲୋକଙ୍କ କପାଳରେ ଘେନାଯିବା ଟିକିଲି ବା ଟୋପି — ୨. Tips (circular points) put by females on the forehead.

ନାହିଁ ରାହୁରେଖା ସୁବର୍ଣ୍ଣ ଚିତା ଦୀନକୃଷ୍ନ. ଜଗମୋହନ

୩. ବଟା ଚନ୍ଦନ —୩. Sandal-paste.

ଅନୁବାଦ[ସମ୍ପାଦନା]

୪. ସ୍ତ୍ରୀ ଲୋକ ମାନେ ଛୁଞ୍ଚି ଓ କାଳୀଦ୍ୱାରା ଦେହର ଭିନ୍ନ ଭିନ୍ନ ପ୍ରକାଶ୍ୟ ସ୍ଥାନରେ ଯେଉଁ ସ୍ଥାୟୀ ଚିତ୍ର ଲେଖନ୍ତି — ୪. Various designs permanently engraved on the body of females with needle and black paint.
୫. ମନୁଷ୍ୟର କପାଳ ବା ଭ୍ରୁମଧ୍ୟସ୍ଥଳ (ଯେଉଁଠାରେ ଚନ୍ଦନ ଟୋପା ମରା ଯାଏ) —୫. The middle of the forehead; the space between the two eyebrows.

(ଯଥା—ତା ଠେଙ୍ଗାଟି ଚିତାଏ ଉଚ୍ଚ)

୬. ସୁମିଷ୍ଟ ଚନ୍ଦନାଦିର ଲେପ — ୬. Finely pasted sandal or other ointment.

(ଯଥା—ହଳଦୀକୁ ଚିତା ପରି ବାଟିବୁ)

୭. ସ୍ତ୍ରୀ ଲୋକଙ୍କ କର୍ତ୍ତୃକ ଘରର କାନ୍ଥ ଓ କବାଟରେ ପିଠଉ ଚୂନଦ୍ୱାରା ଲେଖାଯିବା ଚିତ୍ର — ୭. Drawing and paintings made on walls and doors with rice-paste or lime.
୮. ଚିତାପାରୁ(ଗଛ) (ଦେଖ) - ୮. Chitāpāru (tree) (See)
୯. ଏକ ଜାତୀୟ ଛୋଟ ବାଘ; ଚିତ୍ରବ୍ୟାଘ୍ର; ଚିତାବାଘ — ୯. A spotted tiger; leopard.
୧. ହ୍ରସ୍ୱ 'ଇ' କାର; 'ଇ' ମାତ୍ରା — ୧୦. The sign of the vowel 'i' in Oṟḍ̠iā (viz.ି put on the top of a consonant.

(ଯଥା—'କ' ଚିତା ଦେଲେ 'କି')

[ ଦ୍ର—ଦେଶୀୟ ଅବଧାନମାନେ ଚାଟଶାଳୀରେ ପିଲାଙ୍କୁ ପଢାଇବା ବେଳେ 'ଇ' କାରକୁ ଚିତା ବୋଲି କହନ୍ତି ]