ଚିତ୍ତ

ଉଇକିଅଭିଧାନ‌ରୁ

ଚିତ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଚିତ୍ ଧାତୁ=ବୋଧ କରିବା+କରଣ. ତ; ଯାହାଦ୍ୱାରା ଜ୍ଞାନଲାଭ ହୁଏ)[ସମ୍ପାଦନା]

୧. ମନଃ —୧. Mind; mental faculty.
୨. ହୃଦୟ; ଅନ୍ତଃକରଣ —୨. Heart.
୩. ସ୍ମରଣଶକ୍ତି —୩. Memory.
୪. ଇଚ୍ଛା; ମରଜି —୪. Wish; liking; will.

[ ଦ୍ର—ବେଦାନ୍ତସାର ଅନୁସାରେ ଅନ୍ତଃକରଣର ୪ଟି ବୃତ୍ତି—ମନ, ବୁଦ୍ଧି. ଚିତ୍ତ ଓ ଅହଙ୍କାର ସଂକଳ୍ପବିକଳ୍ପାନ୍ତକ ବୃତ୍ତିର ନାମ ମନଃ, ନିଶ୍ଚୟାତ୍ମକ ବୃତ୍ତିର ନାମ ବୁଦ୍ଧି , ଉପରୋକ୍ତ ଦୁଇ ବୁତ୍ତିର ଅନ୍ତର୍ଗତ ଅନୁସନ୍ଧାନାତ୍ମକ ବୁତ୍ତିକୁ ଚିତ୍ତ ଓ ଅଭିମାନତ୍ମକ ବୃତ୍ତିକୁ ଅହଙ୍କାର ବୋଲାଯାଏ ପଞ୍ଚଦଶୀରେ ଇନ୍ଦ୍ରିମାନଙ୍କ ନିୟନ୍ତା ମନଃକୁ ଅନ୍ତଃକରଣ ବୋଲ ଯାଇଅଛି ବୌଦ୍ଧମାନଙ୍କ ଚିତ୍ତକୁହିଁ ଆତ୍ମା ବୋଲି ମାନିଅଛନ୍ତି ବୌଦ୍ଧମତାନୁସାରେ ଚିତ୍ତର ଭେଦ:— କାମାବଚର, ରୂପାବଚର, ଅରୂପାବଚର ଓ ଲୋକୋତ୍ତର ଚାର୍ବାକଙ୍କ ମତରେ ମନହିଁ ଆତ୍ମା ଅଟେ ପତଂଞ୍ଜଳି ଚିତ୍ତକୁ ସ୍ୱପ୍ରକାଶ ବୋଲି ସ୍ୱୀକାର ନ କରି ଏହାକୁ ଦୁଶ୍ୟ ଓ ଜଡ଼ପଦାର୍ଥ ବୋଲି କହି ଆତ୍ମାକୁ ଚିତ୍ତର ପ୍ରକାଶକ ବୋଲି କହିଅଛନ୍ତି ଯୋଗସୂତ୍ର ଅନୁସାରେ ଚିତ୍ତବୃତ୍ତି ୫ପ୍ରକାର:—ପ୍ରମାଣ, ବିପର୍ଯ୍ୟୟ, ବିକଳ୍ପ, ନିଦ୍ରା ଓ ସ୍ମୃତି ହିନ୍ଦୁଦର୍ଶନ ଅନୁସାରେ ମନଃ ବା ଚିତ୍ତର ସ୍ଥାନ ହ୍ୱଦୟ ବା ହୃତ୍ ପଦ୍ମ ଅଟେ, କିନ୍ତୁ ଆଧୁନିକ ପାଶ୍ଚାତ୍ୟ ବିଜ୍ଞାନ ଅନୁସାରେ ଅନ୍ତଃକରଣର ସମସ୍ତ ବ୍ୟାପାରର ସ୍ଥାନ ମୁଣ୍ଡର ଖୁପୁରି ତଳେ ଥିବା ମସ୍ତିଷ୍କ ଅଟେ ଏହାହିଁ ସବୁ ଜ୍ଞାନତନ୍ତୁମାନଙ୍କର କେନ୍ଦ୍ର ମୁଣ୍ଡାର ଖପୁରି ତଳେ ଥିବା ସୂକ୍ଷ୍ମ ଢଳଢଳିଆ କ୍ଷୁଦ୍ରକ୍ଷୁଦ୍ର ତନ୍ତୁ ବା କୋଷ— ସମୂହହିଁ ଅନ୍ତଃକରଣ ଭୂତବାଦୀ ବୈଜ୍ଞାନିକମାନଙ୍କ ମତରେ ଚିତ୍ତ, ମନ ଓ ଆତ୍ମା ପୃଥକ୍ ନୁହନ୍ତି ଏହା କେବଳ ମସ୍ତିଷ୍କଚାଳନାର ବ୍ୟାପାରବିଶେଷ ଏହା କ୍ଷୁଦ୍ର ଓ ନୀଚ ଜୀବମାନଙ୍କଠାରେ ଅଳ୍ପ ପରିମାଣରେ ଥାଏ ଓ ଉଚ୍ଚତ୍ତର ଜୀବମାନଙ୍କଠାରେ ବେଶି ଥାଏ ଏହି ବ୍ୟାପାର ସଂଙ୍ଗେ ପ୍ରାଣରସ (ପ୍ରୋଟୋପ୍ଳାସ୍କ୍)ର କେତେକ ବିକାର ସଙ୍ଗେ କୁଛି ସମ୍ପର୍କ ଅଛି ଏହି ପ୍ରାଣରସରୁ ଇନ୍ଦ୍ରିୟ ଓ ମସ୍ତିଷ୍କର ସୃଷ୍ଟି—ହିନ୍ଦୀ - ଶବ୍ଦସାଗର ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଧୈର୍ଯ୍ୟ —Patience.

କଣ୍ଠ କୁଣ୍ଠିତ ଶୋକେ ପୂରି, ପ୍ରାଣକୁ ନ ପାପନ୍ତି ଧରି—ଜଗନ୍ନାଥ. ଭାଗବତ

ଦେଶଜ - ଅ[ସମ୍ପାଦନା]

ଚିତ୍ତ (ଦେଖ) - Chita (See)

ପ୍ରାଦେଶିକ - (ଗଞ୍ଜାମ)[ସମ୍ପାଦନା]

ଅ—ଚିତ (ଦେଖ) - Chita (See)