ଚିରିକିବା

ଉଇକିଅଭିଧାନ‌ରୁ

ଚିରିକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଉତ୍ସର୍ଗ; କିମ୍ୱା ଧ୍ୱନ୍ୟନୁକରଣ; ଈଷତ୍ ପରିମାଣରେ ମଳ ଗୃହ୍ୟଦ୍ୱାରରୁ ବାହାରି ପଡ଼ିବା ସମୟରେ ଶୁଣାଯିବା 'ଚିର୍' ଧ୍ୱନି)[ସମ୍ପାଦନା]

୧. ଅତି ଅଳ୍ପ ମାତ୍ରାରେ ଜଳୀୟ ମଳ ବିସର୍ଜନ କରିବା — ୧. To pass a scanty quantity of loose stool at a time.

[ଦ୍ରଷ୍ଟବ୍ୟ —କୁଆ ଓ ବଗ ଆଦି ପକ୍ଷୀ ଚିରିକନ୍ତି]

୨. କୌଣସି ଜଳୀୟ ବସ୍ତୁକୁ କ୍ଷୁଦ୍ର ରନ୍ଧ୍ର ବାଟେ ଅଳ୍ପ ପରିମାଣରେ ଜୋରରେ ଛାଡ଼ି ଦେବା — ୨. To emit a liquid through a small hole forcibly and in small quantities.

[ଦ୍ରଷ୍ଟବ୍ୟ —ନାଳରକ୍ତ ଝାଡ଼ା ହେଲେ ରୋଗୀ ଏହିପରି ଚିରକେ]

୩. ଟୋପା ଟୋପା ହୋଇ ସାମାନ୍ୟ ମାତ୍ରାରେ ପଡ଼ିବା — ୩. To drizzle; to dribble.

(ଯଥା—ଆଜି ସକାଳୁ ମେଘ ଚିରିକୁଛି)

୪. ଦନ୍ଥରା ବା ଜିଭ ଅସମାନ ଥିବା କଲମରେ ଲେଖିବା ସମୟରେ ଲେଖୁଥୁବା କାଗଜରେ କାଳିକୁ ଇତସ୍ତତଃ ଛିଞ୍ଚାଡ଼ିବା —୪. To sprinkle ink on a piece of paper while writing slovenly with a blunt or irregularly pointed pen.

(ଯଥା—ବାଳକ ଖାତାଟିଯାକ ଚିରିକି ପକାଇଛି)

[ଦ୍ରଷ୍ଟବ୍ୟ — ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା ଓ ପକାଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୋଇ ବ୍ୟବହୃତ ହୁଏ]