ଚିରିବା

ଉଇକିଅଭିଧାନ‌ରୁ

ଚିରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଚିରାଇବା, ଚିରେଇବାଣିଜନ୍ତରୂପ

ଚିରାଯିବା, ଚିରାହେବାକର୍ମବାଚ୍ୟରୂପ

ଦେଶଜ - କ୍ରି. (ସଂସ୍କୃତ - ବୃ ଧାତରୁ ଚୀର୍ଣ୍ଣ)[ସମ୍ପାଦନା]

୧. ଫାଡ଼ିବା — ୧. To split up; to rend.

ନୃସିଂହରୂପ ଅସମ୍ଭବ ଚିରିଲୁ ଦୁର୍ଜୟ ଦାନବ ଭୂପତି. ପ୍ରେମପଞ୍ଚାମୃତ

୨. (ବସ୍ତ୍ର; କାଗଜ) ଛିଣ୍ଡେଇବା — ୨. To tear up.
୩. କୁରାଢ଼ିଆଦି ଅସ୍ତ୍ରଦ୍ୱାରା କାଠକୁ ଲମ୍ୱ ଲମ୍ୱ ଖଣ୍ଡ ଖଣ୍ଡ କରି କାଟିବା — ୩. To cut wood into long pieces with axe; to split up wood.
୪. କରତରେ ଫାଳ ଫାଳ କରିବା — ୪. To cleave or saw into pieces.
୫. ରାମ୍ପୁଡ଼ିବା —୫. To seratch.
୬. କ୍ଷତବିକ୍ଷତ କରିବା —୬. To lacerate.
୭. କେଶକୁ କେରା କେରା କରି ବିଭିନ୍ନ କରିବା — ୭. To part (the hair).

ଚାକୁରେ କରଜ ଚିରୁଣୀ ପରି, ଚିରି ସଜଡ଼ାଇ ଆଶ୍ୱାସି କରି କବିସୂର୍ଯ୍ୟ. ସଙ୍ଗୀତ

୮. ଦ୍ୱି ଫାଳ କରିବା —୮. To split into two.
୯. (ଅଭିମାନରେ କିମ୍ୱା ନିଷ୍ମାମ ହୋଇ ଠିଆଁ ହେବା ବା ବସିବାବେଳେ) ହାତ ବା ଗୋଡ଼ ନଖରେ ଭୂମିରେ ଗାର କାଟିବା —୯. To scratch lines on the ground with the finger nails.

ଅଶ୍ରୁ ପ୍ରସରିବାର ମହୀକି ଚିରିବାର କବିସୂର୍ଯ୍ୟ. ସଙ୍ଗୀତ

[ଦ୍ରଷ୍ଟବ୍ୟ —ପ୍ରବାଦ ଅଛି ଯେ. ନଖରେ ଭୂମି ଚିରିଲେ ଲକ୍ଷ୍ମୀ ଛାଡ଼ନ୍ତି ଏହି ଧାତୁର ଅସମାପିକା ରୂପ ସଙ୍ଗେ ଦେବା, ପକାଇବା କ୍ରିୟାର ସମାପିକା ରୂପ ଲାଗେ—ଚିରିଦେବା, ଚିରି ପକାଇବା ଓ କର୍ମବାଚ୍ୟରେ ଚିରା ହେବା, ଚିରିଯିବା ରୂପ ହୁଏ]