ଚୀନ

ଉଇକିଅଭିଧାନ‌ରୁ

ଚୀନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଚି. ଧାତୁ= ଚୟନ କରିବା+କର୍ମ. ନ)[ସମ୍ପାଦନା]

୧. ଚମରୀ ମୃଗ —୧. A deer with bushy tail.
୨. ଚୀନ ଦେଶ ୨ . The country of china.

[ଦ୍ରଷ୍ଟବ୍ୟ — ଏ ଦେଶ ଆସିଆ ମହାଦେଶର ପୂର୍ବରେ ଏଥିରେ ଉତ୍ତରରେ ରୁଷିଆ, ପଶ୍ଚିମରେ ମଧ୍ୟ—ଆସିଆ, ଦକ୍ଷିଣରେ ବ୍ରହ୍ମଦେଶ. ଶ୍ୟାମ ଓ ଚୀନ ସାଗର ଓ ପୂର୍ବରେ ଚୀନ ସାଗର ଏ ଦେଶରେ ୧୮:ଟି ପ୍ରଦେଶ, ଏଥିର ରାଜଧାନୀ ପିକିଙ୍ଗଳ; ଚୀନ ସାମ୍ରାଜ୍ୟ ପୂର୍ବେ ରାଜତନ୍ତ୍ର ଥିଲା, ବର୍ତ୍ତମାନ ସାଧାରଣତନ୍ତ୍ର ହୋଇଅଛି; ଅଧିବାସୀମାନେ ବୌଦ୍ଧ— ଧର୍ମାଲମ୍ୱୀ; ଚୀନମାନେ ଆପଣା ଦେଶକୁ 'ଚଗକ୍ୟୁଃ' ନାମରେ ଡାକନ୍ତି ଚୀନ ଦେଶ ବହୁ ପ୍ରାଚୀନକାଳର ସଭ୍ୟ ଥିଲା ଭାରତ ସଙ୍ଗେ ବହୁ ପ୍ରାଚୀନକାଳରୁ ଚୀନର ସୃଂଶ୍ରବ ରହିଅଛି ଓ ଏ ଦେଶର ଅନେକ ପରିବ୍ରାଜକ ଭାରତ ପରିଭ୍ରମଣ କରି ଆମ ଦେଶର ଅନେକ ତଦାନୀନ୍ତୃନ ବିଷୟ ଲେଖି ଯାଇଅଛନ୍ତି ମହାଭାରତ, ମନୂସ୍ମୃତି ଆଦିରେ ଚୀନ ଦୋଶର ଉଲ୍ଲେଖ ଅଛ ଚୀନ ଦେଶରେ ବୁଣା ଅତି ବାରିକ୍ ରେସମ ଲୁଗାର ନାମରୁ ସୂକ୍ଷ୍ମ ରେସମୀ ଲୁଗାର ନାମ 'ଚୀନାଂଶୁକ' ହୋଇଅଛି ତିବ୍ଦତ, ମାଞ୍ଚୁରିଆ, ମଙ୍ଗୋଲିଆ, ତୁର୍କିସ୍ଥାନ ଏହି ଦେଶର ଅଧୀନ ରାଜ୍ୟ ଗ୍ରନ୍ଥମୁଦ୍ରଣ ଓ ବାରୁଦକୁ ଇଉରୋପ ଚୀନଦେଶରୁ ଗ୍ରହଣ କରିଅଛି ଖ୍ରୀଷ୍ଟପୂର୍ବ ୨ ବର୍ଷଠାରୁ ଚୀନଦେଶର ଧାରାବାହିକ ଇତିହାସ ମିଳେ ଭାରତବର୍ଷରୁ ଖ୍ରୀଷ୍ଟପୂର୍ବ ୨୧୭: ଅବ୍ଦରେ ବୌଦ୍ଧଧର୍ମ ଯାଇ ଚୀନରେ ପ୍ରଚାରିତ ହେଲା ଚୀନ ଦେଶରେ କେତେକ ସ୍ତୂପ ଅଶୋକ ନିର୍ମାଣ କରିଥିବାର କଥିତ ଏ ଦେଶର ପଶ୍ଚିମ ଓ ଉତ୍ତର ସୀମାରେ ୧୫: ମାଇଲ ଲମ୍ୱର ଗୋଟିଏ ପକ୍କା ପାଚୀରି ଅଛି ଏ

ପ୍ରାଚୀର ସଂସାରର ୭ ଆଶ୍ଚର୍ଯ୍ୟ ବସ୍ତୁ ମଧ୍ୟରେ ଏକ ଚୀନା ପୁରୁଷ— ମାନେ ମୁଣ୍ଡରୁ ଗୋଟିଏ ଲମ୍ୱ ବେଣୀ ଲମ୍ୱାଉଥିଲେ ଓ ସ୍ତ୍ରୀମାନଙ୍କ ଗୋଡ ପିଲାଦିନୁ ଲୁହାଜୋତାରେ ପଶି ରହୁଥିଲା ଚୀନ ମାନଙ୍କୁ ଲେଖା ଆମ ପରି ଧାଡ଼ି ଧାଡ଼ି ନ ହୋଇ ଖିମ୍ୱ ପରି ଉପରୁ ତଳକୁ ଲେଖାଯାଏ ବୁଦ୍ଧ ଦେବଙ୍କ ଜନ୍ମସ୍ଥାନ ବୋଲି ଭାରତକୁ ଚୀନାମାନେ ତୀର୍ଥରୂପେ ଗଣନା କରନ୍ତି ] 

୩. ଚିନା; କ୍ଷୁଦ୍ରା ଧାନ୍ୟବିଶେଷ —୩. A kind of globular small grain; millet; Panicum Miliaceum.
୪. ଚୀନ ଦେଶବାସୀ ଲୋକ —୪. A Chinese.
୫. ଚୀନଦେଶୀୟ ପତାଳା ରେଶମ ଲୁଗା —୫. A thin silk stuff made in China.

ଚାମୀକରସାରଦେହା ଦେହରେ, ଚୀନ ବାସ ପରି ଦିନ ଯେ ହରେ କବିସୂର୍ଯ୍ୟ. ସଙ୍ଗୀତ

୬. ସୁତା; ସୂତା —୬. Thread (M.W.).
୭. ସୀସକ; ସୀସା ଧାତୁ —୭. Lead (M.W.).
୮. ପତାକା —୮. Flag; banner.
୯. ଆଖିର କୋଣ ଉପରେ ବନ୍ଧାଯିବା ପଟ୍ଟୀ (ଶୁଶ୍ରୃତା) — ୯. A bandage for the corners of the eyes (M.W.).

ବିଶେଷଣ -[ସମ୍ପାଦନା]

ଚୀନ୍ ଦେଶୀୟ — Of or pertaining to China.