ଚୁଁ ଚୂଁ

ଉଇକିଅଭିଧାନ‌ରୁ

ଚୁଁ ଚୂଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ବୋହୁଭୁଆଶୁଣୀମାନେ ଗୁରୁଜନମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କଥା ନ କହି ନ ଡ଼ାକି ଦାନ୍ତ ଓ ଜିଭ ସାହାର୍ଯ୍ୟରେ ଉଚ୍ଚାରଣ କରିବା ଚୁଁ ଚୁଁ ମଧୂର ଶବ୍ଦ—(ଏ ଶବ୍ଦ ଜିଭ ଓ ଉପର ଦାନ୍ତ ମୂଳଦ୍ୱାରା ଦୁଇ ଓଠର ମଝିଦେଇ ପବନ ଭିତରକୁ ଟାଣିନେବାର ଈଷତ୍ ଚେଷ୍ଟାଦ୍ୱାରା ଉତ୍ପନ୍ନ ହୁଏ; ଚୁଁ ଚୁଁ କରିବା ପ୍ରଥା ବଙ୍ଗଦେଶରେ ନାହିଁ) —୧. A squeaking sound made by newly come daughters-in-law with the toungue and teeth, to draw the attention of the elderly females.

[ ଦ୍ର—ହିନ୍ଦୁ ସମାଜରେ ବଧୂ, ଶାଶୁ ଓ ଗୁରୁଜନମାନଙ୍କ ସଙ୍ଗେ ପାଟିକରି କଥା କହିବା ନିଷିଦ୍ଧ ଅଟେ ଏଣୁ ଉତ୍କଳରେ ଚୁଁ, ଚୁଁ ଧ୍ୱନିଦ୍ୱାରା ଗୁରୁଜନମାନଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ହାତର 'ଠାର'ଦ୍ୱାରା ବଧୂମାନେ ଗୁରୁଜନଙ୍କ ନିକଟରେ ନିଜର ମନୋଗତ ଭାବ ପ୍ରକାଶ କରନ୍ତି ଅତି କୋମଳ ଓ ମଧୂର ଚୂଁ ଶବ୍ଦ ଉଚ୍ଚାରଣପୂର୍ବକ ହାତର ଠାରଦ୍ୱାରା ବଧୂମାନଙ୍କର ଗୁରୁଜନଙ୍କ ଆଗେ ଭାବ ପ୍ରକାଶ କରିବା କ୍ରମଶଃ ଶିକ୍ଷିତ ସମାଜରୁ ଲୁପ୍ତ ହେଉଅଛି ଓ ଏତଦ୍ଦ୍ୱାରା ସ୍ତ୍ରୀ ମାନଙ୍କର ଗୋଟିଏ 'କଳା' ଲୁପ୍ତ ହେଉଅଛି

୨. ଚୁଚୂନ୍ଦୁରାର ଶବ୍ଦ —୨. Squeaking of a mole.