ଚୁଚୁନ୍ଦ୍ରା

ଉଇକିଅଭିଧାନ‌ରୁ

ଚୁଚୁନ୍ଦ୍ରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଚୁଚୁନ୍ଦ୍ରୀ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛୁଛୁନ୍ଦରୀ; ଚୁଞ୍ଚ)[ସମ୍ପାଦନା]

ଗନ୍ଧମୂଷିକ — A mole; the musk-rat; musk-shrew; Sorex Ceoruleses; Crocedura Caerulea.

ନାଗସାପ ଚୁଚୁନ୍ଦ୍ରାକୁ ଧରିବା ନ୍ୟାୟ—ଢଗ

[ଦ୍ରଷ୍ଟବ୍ୟ —ଚୁଚୁନ୍ଦ୍ରାର ଦେହର ଗଢ଼ଣ ମୂଷା ପଚି, କିନ୍ତୁ ଗୋଡ଼ ଛୋଟ ଏବଂ ଥୋମଣି ଲମ୍ୱ ଓ ମୁନିଆଁ ଏହାର ଦେହର ରଙ୍ଗ ମୂଷାର ଦେହର ରଙ୍ଗ ଅପେକ୍ଷା ଫକ୍କା ଏହା ଦେହ ସର୍ବଦା ଗନ୍ଧାଉଥାଏ ଏମାନେ ମାଟିରେ ଗାତ ଖୋଳି ରହନ୍ତି ଓ ଗୃହର ଏବଂ ଉଦ୍ୟାନ ବୃକ୍ଷର ଶତ୍ରୁ ନାନାପ୍ରକାର କୀଟ, ବିଛା, ଜିଆ, ପିମ୍ପୁଡ଼ି, ସମ୍ୱାଳୁଆ ପୋକ ଆଦିକୁ ଖାଆନ୍ତି ଏମାନେ ଚୁଁ ଚୁଁ ବା ଚେଁ ଚେଁ ଶବ୍ଦ କରନ୍ତି

କଥିତ ଅଛି ଯେ, ଏମାନଙ୍କ ଦେହର ଦୁର୍ଗନ୍ଧରେ ଏମାନେ ବିଚରଣ କରିବା ସ୍ଥାନରେ ସାପ ରହନ୍ତି ନାହିଁ ମଧ୍ୟ କଥିତ ଅଛି ଯେ, ଯେବେ କଦାଚିତ୍ ନାଗସାପ ଚୁଚୁନ୍ଦ୍ରାକୁ ଆକ୍ରମଣ କରି ଧରେ ତେବେ ସାପ ଅତି ବିବ୍ରତ ହୁଏ, କାରଣ ଚୁଚୁନ୍ଦ୍ରାକୁ ଖାଇଲେ ସାପ ମରିଯିବ ଓ ତାକୁ ଛାଡ଼ିଦେଲେ ସାପ ଅନ୍ଧ ହୋଇଯିବ ଏଥିପାଇଁ ଲୋକ ଉଭୟ ସଙ୍କଟରେ ପଡ଼ିଲେ 'ନାଗସାପ ଚୁଚୁନ୍ଦ୍ରାକୁ ଧରିବା ନ୍ୟାୟ' ଉଲ୍ଲେଖ ଦିଆଯାଏ ଚୁଚୁନ୍ଦ୍ରା ରାତ୍ରିଚର ଓ କୀଟଭୋଜୀ ଏମାନେ ନରମ ଭୂଇଁରେ ଗାତ କରି ରହନ୍ତି ଓ କେବେ କେବେ ଘର ଓ ଅଗଣା କୋଣରେ ଜମା ହୋଇଥିବା ଅଳିଆ, ଖପରା, ଇଟା, ଚିରାକନା, ଚିରାକାଗଜ ମଧ୍ୟରେ ବସା କରି ରହନ୍ତି ଚୁଚୁନ୍ଦ୍ରା କୌଣସି ଖାଦ୍ୟଦ୍ରବ୍ୟରେ ମୁହଁ ମାରିଲେ ବା କେତେକ ଅଂଶ ଖାଇଲେ ଉକ୍ତ ଦ୍ରବ୍ୟରେ ଚୁଚୁନ୍ଦ୍ରାର ଦେହରେ ତୀବ୍ର ଗନ୍ଧ ରହିଯାଏ କଥିତ ଅଛି ଯେ, ଦାଢୁଆ ଖଣ୍ଡାରେ ଚୁଚୁନ୍ଦ୍ରାର ମୁହଁ ବାଜିଲେ ସେ ଖଣ୍ଡା ଆଉ କାଟୁ କରେ ନାହିଁ ଚୁଚୁନ୍ଦ୍ରା ଭୀତ ହେଲେ ଚେଁ ଚେଁ ଶବ୍ଦ କରେ ଏହାର ଆଖି ଛୋଟ ଓ ସମ୍ଭବତଃ ଦୃଷ୍ଟିଶକ୍ତି ମଧ୍ୟ କମ, କାରଣ ପାଖରେ ମନୁଷ୍ୟ ଚଳପ୍ରଚଳ ହେଉଥିଲେ ମଧ୍ୟ ଏ ଯିବା ଆସିବା କରୁଥାଏ; କିନ୍ତୁ ହୁରୁଡ଼ାଇ ଦେଲେ ଚେଁ ଚେଁ ଶବ୍ଦ କରି ପଳଏ ଗର୍ଭିଣୀ ଚୁଚୁନ୍ଦ୍ରାର ଦଂଶନ ମାରାତ୍ମକ]