ଚୁଡ଼ା

ଉଇକିଅଭିଧାନ‌ରୁ

ଚୁଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିପିଟ; ଚିପୀଟକ; ପ୍ରା. ଚିବିଡ଼)[ସମ୍ପାଦନା]

ବତୁରା ଧାନକୁ ସାମାନ୍ୟରେ ଭାଜି, କୁଟି ତହିଁରୁ ପ୍ରସ୍ତୁତ କରିବା ପତଳା ଖାଦ୍ୟ —Flattened and parched rice.

[ଦ୍ରଷ୍ଟବ୍ୟ —ଧାନକୁ ବତୁରାଇ ସେହି ବତୁରା ଧାନକୁ ଟିକିଏ ଉଷାଇଁ ସଙ୍ଗେସଙ୍ଗେ ଢିଙ୍କିରେ କୁଟିଲେ ଧାନମଧ୍ୟସ୍ଥ ବତୁରା ଚାଉଳ ଚେପଟା ହୋଇଯାଏ; ତତ୍ପରେ ଉକ୍ତ କୁଟା ଧାନକୁ ପାଛୁଡ଼ିଦେଲେ ସେଥିରୁ ଧାନ ଚୋପା (ଚଷୁ) ବାହାରିଯାଇ ଚେପଟା ଚାଉଳ ରହେ; ଏହାକୁ ଚୁଡ଼ା କହନ୍ତି ଏହାକୁ ପାଣିରେ ବତୁରାଇଲେ ଏହା ନରମ ହୋଇଯାଏ ଓ ଏହାକୁ ନ ସିଝାଇ ବା ନ ରାନ୍ଧି ଖିଆଯାଏ ସରୁ ଧାନରୁ ସରୁ ଚୁଡ଼ା ହୁଏ, ବଗଡ଼ା ବା ମୋଟା ଧାନରୁ ବଗଡ଼ା ବା ମୋଟ ଚୁଡ଼ା ହୁଏ ଚୁଡ଼ା କୁଟିବା କେଉଟୁଣୀମାନଙ୍କ ଜାତୀୟ ବ୍ୟବସାୟ ଯେଉଁମାନେ ଉପବାସ ଓ ବ୍ରତାଦି କରନ୍ତି ସେମାନେ କେଉଟୁଣୀଙ୍କଦ୍ୱାରା ଉଷୁଆଁ ଧାନର ଚୁଡ଼ା (ଉଷୁନା ଚୁଡ଼ା) ନ ଖାଇ ଉଷୁଆ ନ ଖାଇ କେବଳ ବତୁରା ଧାନରୁ ପ୍ରସ୍ତୁତ ଚୁଡ଼ା (ଅରୁଆ ଚୁଡ଼ା) ଖାଆନ୍ତି କିନ୍ତୁ ଉଷୁନା ଓ ଅରୁଆ ଚୁଡ଼ାର କିଛି ପ୍ରଭେଦ ଆଖିକୁ ଦେଖା ନ ଯିବାରୁ ଚୁଡ଼ା ଉଷୁନା କି ଅରୁଆ ଏ ତଥ୍ୟ ପାଇଁ କେଉଟୁଣୀଙ୍କ ମୁହଁକଥା ଉପରେ ନିର୍ଭର କରାଯାଏ ଚୁଡ଼ାକୁ ଗୁଡ଼ ଓ ଦହି ସଙ୍ଗେ ଚକଟି କିମ୍ୱା ଚୁଡ଼ା— ଘଷା କରି, କିମ୍ୱା ଚୁଡ଼ାଭଜା କରି କିମ୍ୱା ଖିରି କରି ଖିଆଯାଏ]

=== ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - ଚୁଡ଼ା)

ସ୍ତ୍ରୀଲୋକମାନେ ମୁଣ୍ଡରେ ପିନ୍ଧିବା ରୂପା ଚିରୁଣୀ —Silver comblike ornament for the chignon.