ଚୂଲୀହଗୁରା

ଉଇକିଅଭିଧାନ‌ରୁ

ଚୂଲୀହଗୁରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚୁଲୀହଗୁରୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ଯେଉଁ ବ୍ୟକ୍ତି ଡରରେ ପଦାକୁ ଝାଡ଼ା ଫେରି ନ ଯାଇ ଲିଭିଲା ଚୁଲୀରେ (ବିଶେଷତଃ ରାତିରେ) ଝାଡ଼ା ଫେରେ —A person who eases in the oven for fear of going out to answer the call of nature, specially during the night.

କାହାର ବାଟିଲେ ଘଷିଲେ ପୋଡ଼ପିଠା ତାର ଚୁଲୀରେ ହଗିଲେ ପୋଡ଼ପିଠା ଢଗ

[ଦ୍ରଷ୍ଟବ୍ୟ — ପୂର୍ବେ ସମାଜରେ ଏପରି କଡ଼ା ପ୍ରଥା ଥିଲା ଯେ଼. ନବାଗତବଧୁ ନିର୍ଜନରାତି ନ ହେଲେ ଘରୁ ପଦାକୁ ବାହାରିବ ନାହିଁ, ଏପରି ଅବସ୍ଥାରେ ନବବଧୂମାନଙ୍କ ନିର୍ଯ୍ୟାତନ ଓ ଦୁଃଖଭୋଗ କହିଲେ ସରୁ ନ ଥିଲା ଫଳତଃ ସେମାନଙ୍କୁ କାଳେ ଦିନବେଳେ ପୋଖରୀ ତଲବ ହେବ ଏଥିପାଇଁ ସେମାନେ ପେଟପୂରା କରି ମୁଠାଏ ଖାଉ ନ ଥିଲେ; ତଥାପି କେତେବେଳେ ଦୁର୍ଭାଗ୍ୟକୁ ଦିନରେ ପ୍ରସ୍ରାବ ବା ଝାଡ଼ା ମାଡ଼ିଲେ ବହୁ ସମୟ ମଳମୂତ୍ରର ବେଗ ରୋଧ କରୁଥିଲେ ଓ ନିତାନ୍ତ ଅସମ୍ଭାଳ ହେଲା ବେଳକୁ ପଦାକୁ ଯାଇ ନ ପାରି ଚୁଲୀରେ ଆରଜାତିକା କରି ପକାଉଥିଲେ ]