ଚେଙ୍ଗ

ଉଇକିଅଭିଧାନ‌ରୁ

ଚେଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗଞ୍ଜପା ସାରପାଇଁ ହରିତାଳ ଓ ନୀଳ ବାଟି ପ୍ରସ୍ତୁତ କରାଯିବା ରଙ୍ଗ —୧. A paint for the Ganjapā cards (prepared with yellow orpiment and indigo mixed together.
୨. (ସଂସ୍କୃତ - ଚଳଦଙ୍ଗ; ଏହା ଡେଇଁ ଡେଇଁ ଯାଇ ପାରେ) ଛୋଟ ଗଡିଶା ମାଛ; କାତିଥିବା ଓ ପଙ୍କରେ ରହିବା ଏକପ୍ରକାର ଛୋଟ ମାଛ —୨. A kind of small fish (with scales) living in muddy tanks; Ophicephalus Gachu.

[ଦ୍ରଷ୍ଟବ୍ୟ —ଯାଜପୁର ଅଞ୍ଚଳରେ ବ୍ରାହ୍ମଣମାନେ ଚେଙ୍ଗ ମାଛ ଖାଆନ୍ତି ନାହିଁ

ଚାରି ଆଙ୍ଗୁଳ ପର୍ଯ୍ୟନ୍ତ ଲମ୍ୱ ଗଡ଼ିଶା ମାଛକୁ ଚେଙ୍ଗ କୁହାଯାଏ ଏମାନେ ଦେଖିବାକୁ ସାନ ଶେଉଳ ମାଛ ପରି, କିନ୍ତୁ ଏମାନଙ୍କ ଦେହ ଭାରି ପିଚ୍ଛିଳ ଚେଙ୍ଗ ଉଭୟଚର ଚେଙ୍ଗ ପାଣି, ପଙ୍କ ଓ ପାଣିକୂଳରେ ଥିବା ଗାତମାନଙ୍କରେ ରହେ ଏହାର ମୂଣ୍ଡ ଚେପ୍ଟା; ଧଣ୍ଡ ସାପ ପରି ଏହାର ଦେହ ଲମ୍ୱା ଓ ଗୋଲ]


୩. ଚେଙ୍ଗ ହାବେଳି (ଦେଖ) - ୩. Cheṅga hābeḻi (See)

ପ୍ରାଦେଶିକ - (କଟକ) ବିଶେଷ୍ୟ -[ସମ୍ପାଦନା]

ଲମ୍ୱ କୁବ୍କପୃଷ୍ଠ କାଗଜର ଗୁଡ଼ି (ଏହାର ଶେଷରେ ଖଣ୍ଡିଏ ଲମ୍ୱା ନେତ ପରି ଲାଙ୍ଗୁଡ଼ ଲାଗିଥାଏ, ଓ ସେଥିଯୋଗୁଁ ଉଡ଼ିଲା ବେଳେ ସେହି ଲାଙ୍ଗୁଡ଼ ଇତସ୍ତତଃ ସଞ୍ଚାଳିତ ହୋଇ ଶବ୍ଦ କରେ) —A kind of paper-kite having streamers hanging down from it and making a humming sound while flying.