ଚେର

ଉଇକିଅଭିଧାନ‌ରୁ

ଚେର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଚର ଧାତୁ=ଗତି କରିବା; ଯାହା ଭୂମି ମଧ୍ୟକୁ ଗତି କରେ; କିମ୍ୱା ସଂସ୍କୃତ - ଚୂଡ଼ା)—ବୃକ୍ଷମୂଳରୁ ଭୂମିଭିତରକୁ ଭେଦ କରିଥିବା ଲମ୍ୱ ସୂକ୍ଷ୍ମ ରଜ୍ଜୁ ବତ୍ ଅଂଶ — ୧. Root of a tree.

ମାୟା ଚେର ତଳେ ଭେଦିବ ଯେତିକି, ଅନ୍ତକ ରଗଡ଼େ ଝିଙ୍କିବ ତେତିକି ରାଧାନାଥ. ଦରବାର

ଅନୁବାଦ[ସମ୍ପାଦନା]

୨. (ସଂସ୍କୃତ - ଚୀର) ପଶୁସ୍ତନର ଅଗ୍ରଭାଗ; ଚିର — ୨. The nipple or teat of the udder of a beast; the dug of a beast.

ଷୋଳ ଚେର ଗାଈ ବଛା ଛପନ ପ୍ରାଚୀ, ପରଚେ ଗୀତା

ଅନୁବାଦ[ସମ୍ପାଦନା]

୩. ପାଚିଲା ଆମ୍ୱ, ତାଳ ଆଦି ଫଳମାନଙ୍କ ମଧ୍ୟରେ ଥିବା ସୂକ୍ଷ୍ମ ତନ୍ତୁ —୩. Tough fibres found in some ripe mangoes and palm fruits.
୪. (ନାମ) ପ୍ରାଚୀନ ଭାରତର ରାଜ୍ୟବିଶେଷ (ଏହାର ଉତ୍ତରରେ କର୍ଣ୍ଣାଟ, ଦକ୍ଷିଣରେ ସମୁଦ୍ର ଓ ପଶ୍ଚିମରେ କେରଳ ରାଜ୍ୟ ଥିଲା) —୪. Name of an ancient kingdom in South India.
୫. (ଲକ୍ଷଣାର୍ଥ) ବଂଶଧର; ସନ୍ତାନ ସନ୍ତତି — ୫. (figurative) Descendent; offspring.


(ଯଥା—ସାଆନ୍ତାରା ବଂଶର କେହି ହେଲେ ଚେର ରହିଲା ନାହିଁ)

୬. (ଲକ୍ଷଣାର୍ଥ) ସମ୍ପର୍କ — ୬. (figurative) Connection; relation.