ଚୈତନ୍ୟ

ଉଇକିଅଭିଧାନ‌ରୁ

ଚୈତନ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଚେତନ+ଭାବ ବା ସ୍ୱାର୍ଥ. ଯ)[ସମ୍ପାଦନା]

୧. ଜ୍ଞାନ; ଅନୁଭୂତି; ବୋଧ —୧. Sensation; knowledge; perception; intelligence.
୨. ଚେତନା —୨. Animation; consciousness.
୩. ଜାଗରଣ —୩. Awakening.
୪. ପ୍ରକୃତି —୪. Nature.
୫. ଜୀବନ; ପ୍ରାଣ —୫. Life.
୬. ପରମାତ୍ମା; ବ୍ରହ୍ମ —୬. Brahma; the Universal Soul.
୭. ପରମେଶ୍ୱର (ହିନ୍ଦୀ - ଶବ୍ଦସାଗର) —୭. God.
୮. ଜୀବାତ୍ମା —୮. The individual soul.

[ଦ୍ରଷ୍ଟବ୍ୟ —ନ୍ୟାୟଦର୍ଶନରେ ଜ୍ଞାନ ଓ ଚୈତନ୍ୟ ଏକ ଥିବାର ବୋଲାଯାଇ ଅଛି ଏହା ଆତ୍ମାର ଧର୍ମ ଅଟେ କିନ୍ତୁ ସାଂଖ୍ୟଦର୍ଶନ ମତରେ ଜ୍ଞାନ ଓ ଚୈତନ ପୃଥକ; ଚୈତନ୍ୟକୁ ଆତ୍ମାର ଧର୍ମ ଓ ଜ୍ଞାନକୁ ବୁଦ୍ଧିର ଧର୍ମ ବୋଲାଯାଇଅଛି—ହିନ୍ଦୀ - ଶବ୍ଦସାଗର]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବଙ୍ଗର ପ୍ରସିଦ୍ଧ ବୈଷ୍ଣବ ପ୍ରଚାରକ ଶ୍ରୀ ଚୈତନ୍ୟ ଦେବ —Name of the Bengalee religious reformer Ch&aline;i̱tanya.

[ଦ୍ରଷ୍ଟବ୍ୟ —ଶ୍ରୀ ଚୈତନ୍ୟ ଦେବ ୧୪୮୪: ଖ୍ରୀଷ୍ଟାବ୍ଦ (୧୪୮: ଶକାବ୍ଦ) ଦୋଳପୂର୍ଣ୍ଣିମା ରାତ୍ରରେ ଚନ୍ଦ୍ରଗ୍ରହଣ ସମୟରେ ବଙ୍ଗଦେଶର ନଦିଆ ବା ନବଦ୍ୱୀପ ନଗରରେ ଜନ୍ମଗ୍ରହଣ କରିଥିଲେ ତାହାଙ୍କର ପିତାଙ୍କ ନାମ ଜଗନ୍ନାଥ ମିଶ୍ର ଓ ମାତାଙ୍କ ନାମ ଶଚୀଦେବୀ ବାଲେଶ୍ୱର ଜିଲ୍ଲାରେ ତାହାଙ୍କ ବଂଶର ଆଦି ବାସସ୍ଥାନ ଥିଲା ଜଗନ୍ନାଥ ମିଶ୍ର ବଡ଼ ପଣ୍ଡିତ ଥିଲେ ବିଦ୍ୟାଚର୍ଚ୍ଚା କରିବା ନିମନ୍ତେ ସ୍ୱଦେଶ ଛାଡ଼ି ସେ ସକୁଟୁମ୍ୱ ନବଦ୍ୱୀପରେ ବାସ କରିଥିଲେ

ଚୈତନ୍ୟ ବୈଷ୍ଣବ—ଧର୍ମ—ପ୍ରଚାରକ ସେ ୧୫୧: ଖ୍ରୀଷ୍ଟାବ୍ଦରେ ରାଜା ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ ସମୟରେ ଉତ୍କଳକୁ ଆସିଥିଲେ ରାଜା ବୈଷ୍ଣବ ଥିବାରୁ ତାହାଙ୍କ ସହାୟତାରେ ଶ୍ରୀ ଚୈତନ୍ୟଦେବ ସମଗ୍ର ଉତ୍କଳରେ ବୈଷ୍ଣବ ଧର୍ମର ପ୍ରେମଲହରୀ ଖେଳାଇ ଦେଇଥିଲେ ପୁରୀର ରାଧାକାନ୍ତ ମଠ ତାହାଙ୍କ ସାଧନାର ପ୍ରଧାନ ପୀଠ ଥିଲା ପୁରୀର 'ତୋଟା ଗୋପୀନାଥ'ଙ୍କ ମନ୍ଦିରରେ ସେ ତନୁତ୍ୟାଗ କରି— ଥିଲେ କୃପାସିନ୍ଧୁ. ଉତ୍କଳ ଇତିହାସ

ଏହାଙ୍କର ଅନ୍ୟ ନାମ ଗୌରାଙ୍ଗ, ନିମାଇ, ଗୋରା, ଗୋରାଚାନ୍ଦ, ଚୈତନ୍ୟଚନ୍ଦ୍ର ଏହାଙ୍କ ବୈଷ୍ଣବମାନେ ଶ୍ରୀକୃଷ୍ଣଙ୍କ ଅବତାର ବୋଲି ମାନନ୍ତି ବାଲ୍ୟକାଳରେ ଏହାଙ୍କର ପିତାଙ୍କ ମୃତ୍ୟୁ ହୋଇଥିଲା ଏ ପ୍ରଥମେ ବିବାହ କରି ତାଙ୍କର ପତ୍ନୀବିୟୋଗ ଘଟିବାରୁ ଦ୍ୱିତୀୟଥର ବିବାହ କଲେ ଏ କିଛିଦିନ ସଂସାରୀ ହୋଇ ଗୃହତ୍ୟାଗ ପୂର୍ବକ ସନ୍ନ୍ୟାସ ଦୀକ୍ଷା ନେଲେ ଏ ବୈଷ୍ଣବଧର୍ମର ଏହୈତୁକ ପ୍ରେମ, ଭଗବାନଙ୍କ ପ୍ରତି ସ୍ତ୍ରୀ ସ୍ୱାମୀଙ୍କୁ କରିବା ପ୍ରେମ ଓ ବିଶ୍ୱଜନୀନ ମୈତ୍ରୀ ଭାବର ପ୍ରଚାର କରିଥିଲେ ବୈଷ୍ଣବ ହେଲେ ସମସ୍ତେ ଏକ ଜାତି ଓ ଏକ ଭାଇ ହୁଅନ୍ତି ବୋଲି ସେ ପ୍ରଚାର କଲେ ଶ୍ରୀକୃଷ୍ଣଙ୍କୁ ସର୍ବଦା ଧ୍ୟାନ ଓ ନାମକୀର୍ତ୍ତନ ହିଁ ମୋକ୍ଷର ପ୍ରଧାନ ପନ୍ଥା ବୋଲି ଏ ପ୍ରଚାର କଲେ ଏହାଙ୍କ ପ୍ରଚାରିତ ଧର୍ମ ବଙ୍ଗ, ବିହାର, ପଞ୍ଜାବ, ଯୁକ୍ତପ୍ରଦେଶ ଓ ଉତ୍କଳରେ ଖୁବ୍ ବିସୃତି ଲାଭ କରିଥିଲା ଓ ବର୍ତ୍ତମାନ ଦାକ୍ଷିଣାତ୍ୟରେ ମଧ୍ୟ ଏ ଧର୍ମର ପ୍ରଚାର ହେଉଥିବାର ଦେଖାଯାଏ ଏ ୪୮: ବର୍ଷ ବୟସରେ ପୁରୀଠାରେ ଲୋକଚକ୍ଷୁର ଅଗୋଚରରେ ଦେହାନ୍ତର ପ୍ରାପ୍ତ ହେଲେ ଏହାଙ୍କ ପ୍ରଭାବରେ ବଙ୍ଗୀୟ ବୈଷ୍ଣବ ସାହିତ୍ୟର ବିକାଶ ହେବା ସଙ୍ଗେ ସଙ୍ଗେ ବଙ୍ଗୀୟ ସାହିତ୍ୟର ଉନ୍ନତି ଆରାମ୍ଭ ହେଲା ]

୨. ପୁରୁଷ ଲୋକଙ୍କୁ ଦିଆଯିବା ନାମ — ୨. A name given to males.