ଛକିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା

ଅର୍ଥ : କାହାକୁ ବାଟରେ ଜଗିବାଛକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଛକରେ ଜଗିବା — ୧. To lie in wait or watch at cross roads.
୨. ଜଗିବା —୨. To watch.
୩. ଯୁକ୍ତ ବା ଗୁଣିତ ଚିହ୍ନର ଦାଗ ଅଙ୍କିତ କରିବା; ଛକ କାଟିବା —୩. To mark with a cross; to draw a cross.
୪. କୌଣସି ଲେଖା ଉପରେ ଛକ ଦେଇ କାଟି ଦେବା — ୪. To cross out or score though some written matter.
୫. ଶତ୍ରୁକୁ ବା ଶିକାରକୁ ଆକ୍ରମଣ କରିବା ନିମନ୍ତେ ଲୁଚି କରି ଜଗି ରହିବା —୫. To wait stealthily to attack an enemy or prey; to lie in ambush.

ସାକ୍ଷାତ ଅନଙ୍ଗ ପ୍ରାୟେ ସୂକ୍ଷ୍ମ କଟି ଛକି ଅନଙ୍ଗ କି ନାଚଇ ଧୂର୍ଜଟି ରାଧାନାଥ. ନନ୍ଦିକେଶ୍ୱରୀ

୬. ତାତିଲା ଲୁହାରେ ଦେହରେ ଏକାଧିକ ଦାଗ କରିବା — ୬. To mark the body with red-hot iron.
୭. ଦେହରେ ପ୍ରବାହଦ୍ୱାରା ଦାଗ କରିବା — ୭. To leave marks on the body of caning or beating.
୮. କଉଡ଼ି ବା ପଶାଖେଳରେ କଉଡ଼ି ବା ପଶାକାଠିରେ ଅଭିପ୍ରେତ ସାର ପଡ଼ିବା ଉଦ୍ଦେଶ୍ୟରେ କଉଡ଼ି ବା ପଶା କାଠିକୁ ହାତରେ କୌଶଳପୂର୍ବକ ଖଞ୍ଜ କରି ଧରିବା — ୮. To hold the Kauṟḍ̠is or dice inside the fist so as to bring out the desired throw.

[ଦ୍ରଷ୍ଟବ୍ୟ —ଛକ କରି କଉଡ଼ି ବା ପଶାକାଠିକୁ ଧରି ସାର ପକାଇବା ଅନ୍ୟାୟ ବୋଲି ବିବେଚିତ]