ଛତିଶା ନିଯୋଗ

ଉଇକିଅଭିଧାନ‌ରୁ

ଛତିଶା ନିଯୋଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପୁରୀର ଶ୍ରୀଜଗନ୍ନାଥଙ୍କର ଓ ଅନ୍ୟ ପ୍ରସିଦ୍ଧ ଦେବତାମାନଙ୍କର ସବୁ ଶ୍ରେଣୀର ଶୂଦ୍ର ଓ ବ୍ରାହ୍ମଣ ସେବକ —All classes of servants of the Deity Jagannātha at Purī

[ଦ୍ରଷ୍ଟବ୍ୟ —ସମ୍ୱବତଃ ଏ ସେବକମାନେ ପ୍ରଥମେ ଛତିଶ ଶ୍ରେଣୀରେ ବିଭକ୍ତ ହେଲେ, ତେଣୁ ଏହି ନାମ; କିନ୍ତୁ ବର୍ତ୍ତମାନ ଦେଖାଯାଏ ଯେ, ପୁରୀ ବଡ଼ଦେଉଳରେ ୯୭: ଶ୍ରେଣୀର ଭିନ୍ନ ଭିନ୍ନ ଜାତୀୟ ସ୍ତ୍ରୀ ଓ ପୁରୁଷ ସେବକ ଓ କର୍ମଚାରୀ ଅଛନ୍ତି (ବ୍ରଜକିଶୋର ଘୋଷଙ୍କ ସଂକଳିତ ଇଂରାଜୀ ଭାଷାରେ ଲିଖିତ ପୁରୀର ଇତିହାସରୁ (The History of Purī) ସଂଗୃହୀତ ଯଥା—୧ ସ୍ୱୟଂ ପୁରୀ ମହାରାଜା— ରଥ ସମୟରେ ଦେବତାଙ୍କ ପହଣ୍ଡିବିଜେ କଲାବେଳେ ଛେରାପହରା ସେବା; ୨. ମୁଦିରଥ—ରାଜାଙ୍କ ପ୍ରତିନିଧି, ରାଜାଙ୍କ ଅନୁପସ୍ଥିତିରେ ସେବାକାର୍ଯ୍ୟ ଚଳାଇବା; ୩. ପୂଜାପଣ୍ଡା—ନୈବେଦ୍ୟ ଦେବା; ୪. ଭିତରଛଉ—ଦେଉଳ ଦୁଆର ଫିଟାଇବା, ଭୋଗ ସମୟରେ ଜଗିବା, ବେଶ କରିବା, ୫. ତଳଛ—ପରିଛାଙ୍କ ପ୍ରତିନିଧି; ୬. ପଶୁ— ପାଳକ—ବେଶ କରିବା; ୭. ଦଇତା—ସିଂହାସନରୁ ଦେବତାଙ୍କୁ ନେଇ ରଥରେ ବିଜେ କରାଇବା ଓ ବାହୁଡ଼ାଇ ଆଣିବା ଏବଂ ଅଣସର ସମୟରେ ସେବା କରିବା; ୮. ପାଳିଆ ମହାପାତ୍ର—ଅଣସର ସମୟରେ ସେବା; ୯. ମୁଦୁଲି—ଜୟବିଜୟ ଦ୍ୱାରର ଜଗୁଆଳି ଓ ଭଣ୍ଡାର ଜଗୁଆଳି; ୧. ମହାଜନ—ପାର୍ଶ୍ୱଦେବତାଙ୍କୁ ନରେନ୍ଦ୍ରଙ୍କୁ ନେବା— ଆଣିବା କରିବା; ୧୧: . ମୁଖସିଂହାରଦତ୍ତ—ତିନି ଦିଅଙ୍କର ମୁଖ ଚିତ୍ର କରିବା; ୧୨: . ଭଣ୍ଡାର ମେକାପ—ଦେବତାଙ୍କ ପୋଷାକ ଓ ଅଳଙ୍କାର ଓ ଭଣ୍ଡାରର ଜଗିଆ; ୧୩: . ଚାଙ୍ଗଡ଼ା ମେକାପ— ଦେବତାଙ୍କ ପୋଷାକ ଓ ଅଳଙ୍କାରମାନ ପିନ୍ଧାଯିବା ପାଇଁ ଡ଼ାଲାରେ ସଜାଇବା; ୧୪: . ଖୁଣ୍ଟିଆ—ପଶୁପାଳକମାନଙ୍କୁ ଡ଼ାକିବା, ଘୋଡ଼ାଙ୍କ ଖବର ବୁଝିବା; ୧୫: . ଅଖଣ୍ଡଲ ମେକାପ—ପ୍ରଦୀପ ଜଳାଇବା; ୧୬: . ଗରାବଡ଼ୁ—ପୂଜାପଣ୍ଡାଙ୍କ ନିକଟରେ ପାଣି ଗରା ରଖିବା; ୧୭: . ପତ୍ରୀବଡ଼ୁ—ପୂଜାପଣ୍ଡାଙ୍କ ନିକଟରେ ଫୁଲ ତୁଳସୀ ରଖିବା; ୧୮: . ପନ୍ତୀବଡ଼ୁ—ପୂଜାର ନୈବେଦ୍ୟ ପୂଜାପଣ୍ଡାଙ୍କ ନିକଟରେ ରଖିବା; ୧୯: . ସୁଆରବଡ଼ୁ—ପୂଜାସ୍ଥାନ ଝାଡ଼ିବା ଓ ଦେବ— ତାଙ୍କ ଆଗରେ ଭୋଗ ଥୋଇବା; ୨. ହଡ଼ପନାୟକ —ଭୋଗ ପରେ ଦେବତାଙ୍କୁ ପାନ ଓ ମସଲା ଯୋଗାଇବା; ୨୧: . ଶୁଦସୁଆର—ଭୋଗ ମାରା ହେଲେ ତାହା ଉଠାଇ ନେବା; ୨୨: . ଜଗିଆ—ଭୋଗ ସମୟରେ ପହରା ଦେବା; ୨୩: . ମୁଖପାଖାଳ ପଢ଼ିଆରୀ—ଦେବତାଙ୍କ ଦାନ୍ତକାଠି ଓ ମୁହଁ ଧୁଆ ପାଣି ଯୋଗାଇବା; ୨୪: . ଆସ୍ଥାନ ପଢ଼ିଆରି—ପର୍ବ ସମୟରେ ଡ଼ାକ ଦେବା; ୨୫: . ପଟଶେଜ ମେକାପ—ଦେବତାଙ୍କ ଶର୍ଯ୍ୟାରଚନା କରିବା; ୨୬: . ପୁରାଣ ପଣ୍ଡା—ପୁରାଣ ପାଠ କରିବା; ୨୭: . ଡ଼ମ୍ୱରୁ ସେବକ— ଜୟବିଜୟ ଦ୍ୱାର ନିକଟରେ ମେଘଡ଼ମ୍ୱରୁ ବା ଟୁଲ ଯୋଗାଇବା;

୨୮: . ସୁଆର—ପାକାଦି କାର୍ଯ୍ୟ କରିବା; ୨୯: . ବିରିବୁହା ସୁଆର— ସମର୍ଥାଠାରୁ ରାନ୍ଧିବା ପାଇଁ ଜିନିଷ ନେଇ ସୁଆରକୁ ଦେବା; ୩. ମହାସୁଆର—ଭୋଗ ରାନ୍ଧିବାର ପ୍ରଧାନ ପାଚକ; ୩୧: . ରୋଷ ପାଇକ—ରୋଷ ଘରେ ଆଲୁଅ ଦେବା ଓ ଭୋଗ ସଙ୍ଗେ ଜୟ— ବିଜୟ ଦ୍ୱାର ପର୍ଯ୍ୟନ୍ତ ଆସିବା; ୩୨: . ଶିଳା ଧୁଆ ସୁଆର—ରୋଷ— ଘରୁ ଭୋଗ ହେବା ପାଇଁ ପଦାର୍ଥମାନ ମନ୍ଦିର ମଧ୍ୟକୁ ଯେଉଁ ଶିକାରେ ବୁହା ହୁଏ, ତାକୁ ଧୋଇବା; ୩୩: . ବାହାର ଦେଉଳ ସୁଆର— ଜଗନ୍ନାଥଙ୍କ ବେଢ଼ା ମଧ୍ୟରେ ଥିବା ଅନ୍ୟ ଦେବତାଙ୍କ ଭୋଗ କରିବା; ୩୪: . ପଢ଼ିଆରୀ, ଗୋଛିକାର ଓ ଦୁଆର ନାୟକ—ଦେଉଳର ଚାରି ଦୁଆର ଜଗିବା ଓ ଅମଣିଆଁ ଆସିଲାବେଳେ ଦକ୍ଷିଣ ଦୁଆରେ ବାଜେ ଲୋକଙ୍କୁ 'ଆଡ଼ ହୋ' ବୋଲି ଆଦେଶ ଦେବା; ୩୫: . ପ୍ରସାଦ ବଡ଼ୁ—ଶୁଖୁଲି ଅମୁଣିଆଁ ଦିଅଁଙ୍କ ଆଗରେ ରଖିବା; ୩୬: . ଛତାଧରା—ଯାତ୍ରା ସମୟରେ ଧଳା ଓ କଳା ଛତି ବୁହାଇବା; ୩୭: . ତରାସିଆ—ଯାତ୍ରା ସମୟରେ ତ୍ରାସ ଧରିବା; ୩୮: . ଫାରକ— ଭଣ୍ଡାର ଜଗିଆ; ୩୯: . ବିବାନବଡ଼ୁ—ଯାତ୍ରାଦିରେ ଦେବତାମାନଙ୍କ ବିବାନ କାନ୍ଧେଇବା; ୪. ଛାମୁ ଦିହୁଡ଼ିଆ—ଦେବତାଙ୍କ ଆଗରେ ମଶାଲ ଧରିବା; ୪୧: . ପାଣିଆଁ—ରୋଷେଇ ପାଇଁ ଜଳ ଯୋଗାଇବା; ୪୨: . ପାଣି ଆପଟ—ପାଣି ବୁହାଇବା ଓ ବାସନ ମାଜିବା; ୪୩: . ଲୁଗା— ଧୂଆ—ଦେବତାଙ୍କ ଲୁଗା ଧୋଇବା ଓ ଶୁଖାଇବା; ୪୪: . ଘଟୁଆରୀ— ଚନ୍ଦନ ଘୋରିବା; ୪୫: . ଚୂନରା—ଗରୁଡ଼ ପ୍ରତିମାଙ୍କ ସେବା କରିବା, ଏକାଦଶୀ ଦିନ ଦେଉଳର ଶିଖରକୁ ମହାଦୀପ ଉଠାଇବା ଓ ପତାକା ରକ୍ଷା କରିବା; ୪୬: . ଧୋ ପଖାଳିଆ—ରୋଷ ଧୋଇ ସଫା କରିବା; ୪୭: . ଅଙ୍ଗାରୁଆ—ରୋଷ ଘରୁ ପାଉଁଶ କାଢ଼ିବା; ୪୮: . ସମର୍ଥା—ରୋଷ ପାଇଁ ଡ଼ାଲି ରଗଡ଼ିବା; ୪୯: . ରୁବାଡ଼ିଆ— ରୋଷ ଅଗଣା ଓଳାଇବା; ୫. ପରୀକ୍ଷାବଡୁ—ପୂଜା ପଣ୍ଡାଙ୍କ ନିକଟରେ ପୂଜାବାସନ ରଖିବା; ୫୧: . ପଧାନୀ—ପରିଛାଙ୍କ ହାତକୁ ସୁନାବେତ ଦେବା ଓ ମୁକ୍ତି ମଣ୍ଡପ ବ୍ରାହ୍ମଣଙ୍କୁ ଭୋଜନ ଦେବା; ୫୨: . ଲେଙ୍କା—ପିଆଦା; ୫୩: . ଦଳବେହେରା—ପ୍ରହରୀଙ୍କ ସରଦାର୍; ୫୪: . ପାଇକ—ପ୍ରହରୀ; ୫୫: . ଦ୍ୱାରୀ— ଦ୍ୱାରରକ୍ଷକ;୫୬: . ବୀଣାକାର—ବୀଣାବାଦକ; ୫୭: . କାହାଳିଆ; ୫୮: . ମହୁରିଆ ବା ତୁରୀ ବାଦକ; ୫୯: . ଘଣ୍ଟୁଆ; ୬. ତୁଳାବତୀ ବା ହାଣ୍ଡି ଯୋଗାଣିଆ, ଭଣ୍ଡାରକୁ ଓ ରୋଷକୁ ହାଣ୍ଡି ଦେବା ଓ ସନ୍ଧ୍ୟାଧୂପ ଅମୁଣିଆ ବୁହା ବେଳେ ଦୀପ ଦେଖାଇବା; ୬୧: . ଟମକିଆ ବା ବଜନ୍ତ୍ରୀ—ବାଜାଦାର୍; ୬୨: . ନାଗର୍ଚି; ୬୩: . ନହବତବାଲା ନାଗର୍ଚି; ୬୪: . ଚାଉଳବଛା; ୬୫: . ଖଡ଼ିକା ସୁଆଁସିଆ—ଜଗ— ମୋହନ ଓଳାଇବା; ୬୬: . ନଳାହୁରୁଡ଼ା—ନଳାର ପାଣି ସଫା କରିବା; ୬୭: . ଶଙ୍ଖୁଆ; ୬୮: . ମାଦଳୀ—ଦେବଦାସୀଙ୍କ ନାଟ ବେଳେ ମାଦଳ ବଜାଇବା; ୬୯: . ଦାରୀ ମାହାରୀ, ତଳିସେବକ—ନର୍ତ୍ତକୀ; ୭. ଭିତରଗୋଉଣୀ—ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ବେଳେ ଗୀତ ବୋଲିବା; ୭୧: . ଦର୍ପଣିଆଁ—ପୂଜାବେଳେ ଦେବତାଙ୍କ ଆଗେରେ ଦର୍ପଣ ଦେଖାଇବା; ୭୨: . ବିନ୍ଧାଣି—ବଣିଆଁ; ୭୩: . ବଢ଼େଇ; ୭୪: . କୁମାର ବିଶେଇ—ହାଣ୍ଡି ଯୋଗାଇବା; ୭୫: . ପଥୁରିଆ— ମିସ୍ତ୍ରି; ୭୬: . କରତୀ; ୭୭: . ରୂପକାର—ମୂର୍ତ୍ତି ଗଢ଼ିବା; ୭୮: . ଚିତ୍ରକର —ରଙ୍ଗ ଦେବା; ୭୯: . ସୁଆଁସିଆ—ରୋଷଛୁଆଣି ଓ ମୁଲିଆ କାମ କରିବା; ୮. ଚାପ ଦଳେଇ—ଚନ୍ଦନ ଯାତ୍ରା ସମୟରେ ଚାପ ଚଳାଇବା; ୮୧: . ଦରଜି ବା ସିପୁଟି—ସିଲେଇ କାମ; ୮୨: . ପାତ୍ର— ମାଳା ଗୁନ୍ଥିବା; ୮୩: . ତଅଁରା —କଂସାବାସନ ତିୟାରି କରିବା; ୮୪: . ମାହୁନ୍ତ—ହସ୍ତିଚାଳକ; ୮୫: . ଗୁଣବଳୁଆ—ଦଉଡ଼ି ବଳିବା; ୮୬: . ବୋଝିଆ—କୁମ୍ଭାର ଘରୁ କୁଡ଼ୁଆ ଆଣିବା; ୮୭: . ଚକ୍ର ଦିହୁଡ଼ିଆ —ଚକ୍ର ମସାଲ ଧରିବା; ୮୮: . ତୂଳାଭିଣା; ୮୯: ଦୋଶାଖ—ଦୁଇ ଶାଖାଯୁକ୍ତ ମସାଲ ଧରିବା; ୯. ଖୁରିଘର ନାୟକ—ସମୟଜ୍ଞାପକ ଘଣ୍ଟା ବଜାଇବା; ୯୧: . ଭଣ୍ଡାର ନାୟକ—ଭଣ୍ଡାରର ହିସାବ ଲେଖିବା; ୯୨: . ଚଢ଼ଉ—ମୋହରିର; ୯୩: . ଦେଉଳ କରଣ— ମାଦଳପାଞ୍ଜି ଓ ହିସାବ ଲେଖିବା; ୯୪: . ଚାଙ୍ଗଡ଼ା କରଣ— ଭଣ୍ଡାରର ଲାଗି ବସ୍ତ୍ର ଓ ଅଳଙ୍କାରର ହିସାବ ଲେଖିବା; ୯୫: . ମହାସେଠୀ ବା ମଢ଼ିଆଳ—ଲୁଗା କାଚିବା; ୯୬: . ପାଳିଆ ମାହାର— ବେଢ଼ା ମଧ୍ୟରୁ ମଇଲା ସଫା କରିବା; ୯୭: . ଛତିଶାନିଯୋଗନାୟକ— ଛତିଶା ନିଯୋଗମାନଙ୍କର ଅଧ୍ୟକ୍ଷ 

ଏଥିରେ ପରିଛା, ପରକରଣ, ପତ୍ରୀ, ଗରାବଡ଼ୁ ଆଦି କେତେଗୁଡ଼ିଏ ନାମ ନାହିଁ ବୋଧ ହୁଏ, ଦେଉଳ କରଣ ଓ ପରକରଣ ଏକ, ପତ୍ରୀ ବଡ଼ୁ ଓ ପତ୍ରୀ ଏକ ପରିଛା—ମନ୍ଦିର ପରିଚାଳନ, ସେବା, ଯାତ୍ରାଦି ତନଖିବାର ସର୍ବଶ୍ରେଷ୍ଠ ରାଜକର୍ମଚାରୀ ବୋଧ ହୁଏ ଏହି ୯୭: ଶ୍ରେଣୀ ମଧ୍ୟରୁ ବିଶିଷ୍ଟ ୩୬:ଟି ଶ୍ରେଣୀ ଯୋଗୁଁ 'ଛତିଶାନିଯୋଗ' ଶବ୍ଦ ଚଳିଅଛି

କିନ୍ତୁ ମାଦଳା ପାଞ୍ଜିରେ ନିମ୍ନଲିଖିତ ସେବକ ଓ ସେବାମାନଙ୍କର ଉଲ୍ଲେଖ ଅଛି—

୧. . ପାଣି ଛଡ଼ା ପଣ୍ଡା ସେବକ ସେବା, ୨. ପଶୁପାଳକ ସେବା; ୩. ଛାମୁଖୁଣ୍ଟିଆ ସେବା; ୪. ଶ୍ରୀମୁଖସିଂହାରୀମାନ ସେବା; ୫. ଚାଙ୍ଗଡ଼ା ମେକାପ ସେବା; ୬. ଭିତରଭଣ୍ଡାର ମେକାପ ସେବା; ୭. ଅଖଣ୍ଡ ମେକାପ ସେବା; ୮. ଶର୍ଯ୍ୟା ମେକାପ ସେବା; ୯. ସୁଆର ବଡ଼ ସେବା; ୧. ପତ୍ରୀ ବଡ଼ୁ ସେବା; ୧୧: . ଭିତର ଗରାବଡ଼ୁ ସେବା; ୧୨: . ବାହାର ଗରାବଡ଼ୁ ସେବା; ୧୩: . ହଡ଼ପ ନାୟକ ସେବା; ୧୪: . ପାନ ଯୋଗାଣିଆ ସେବା; ୧୫: . ମୃଦୁସୁଆର ସେବା; ୧୬: . ବ୍ରାହ୍ମଣ କରଟିଆ ମୁଦୁଲି ସେବା; ୧୭: . ସନ୍ଧ୍ୟାଧୂପ ଜୟମଙ୍ଗଳାଳତି ସେବା; ୧୮: . ପ୍ରସାଦବଡ଼ୁ ସେବା; ୧୯: . ଫୁଲବଡ଼ୁ ସେବା; ୨. ବିମାନବଡ଼ୁ ସେବା; ୨୧: . ଦରପଣିଆଁ ସେବା; ୨୨: . ପୁରାଣ ପଣ୍ଡା ସେବା; ୨୩: . ଧ୍ୱଜାଧରା ସେବକ ସେବା; ୨୪: . ସୁନା ଚନ୍ଦ୍ର କଳା ପାଟ ରୋଷସେବକ ସେବା; ୨୫: . ଉପଚାର
ଚାମରସେବକ ସେବା; ୨୬: . ରତ୍ନାଲଟ ସେବକ ସେବା; ୨୭: . ଖଦି ବିଞ୍ଚିବା ସେବକ ସେବା; ୨୮: . ସୁନା ବେତ ସେବକ ସେବା; ୨୯: . ପାହାନ୍ତି କବାଟ ଫେଡ଼ା ସେବକ ସେବା; ୩. ଦଅଣାମାଳି ଗୋଛାଇତ ସେବକ ସେବା; ୩୧: . ସୁନା, ରୂପା ତମ୍ୱା, କଂସା ଯୋଗାଡ଼ ମହାସେବକ ସେବା; ୩୨: . ପାଣି ଆପଟ ସେବକ ସେବା; ୩୩: . ରତ୍ନକମ ବିନ୍ଧାଣି ସେବକ ସେବା; ୩୪: . ସୁନା, ରୂପା, ମାଠ, କମବିନ୍ଧାଣି ସେବକ ସେବା; ୩୫: . ସୋଲ ବିଡ଼ା ବିନ୍ଧାଣି ସେବକ ସେବା; ୩୬: . ଚୁନରା ମହାରଣା ସେବକ ସେବା. ୩୭: . ସିପୁଟି ମହାରଣା ସେବକ ସେବା; ୩୮: . ଘଣ୍ଟା ବାଜଣା ସେବକ ସେବା; ୩୯: . ବୀରକାହାଳିଆ ସେବକ ସେବା; ୪. ପାହନ୍ତି ଅବକାଶ ନିଦ୍ରା ଆଳସ୍ୟ ଭାଙ୍ଗିବା ସେବକ ସେବା ବା ପାଣିସଙ୍ଖୁଆ ସେବକ ସେବା; ୪୧: . ଧୂପଶଙ୍ଖ ମହୁରିଆ ସେବକ ସେବା; ୪୨: . ଯୋଡ଼ି କାହାଳିଆ ସେବକ ସେବା; ୪୩: . ମାଦେଳି ମୂଦଙ୍ଗ ସେବକ ସେବା, ୪୪: . ଉପଙ୍ଗିଆ ସେବକ ସେବା; ୪୫: . ବାଇଁସିକାର ସେବକ ସେବା; ୪୬: . ଚଉଷଠି ସମୁଦ୍ରା; ୪୭: . ମୀନନାୟକ ସେବକ ସେବା; ୪୮: . ଗୀତ ଗାଣ ସେବକ ସେବା; ୪୯: . ଯନ୍ତ୍ରକାର ସେବକ ସେବା; ୫. ଭବାଦି ସେବକ ସେବା; ୫୧: . ବଢ଼ାଇ ମହାରଣା ସେବକ ସେବା; ୫୨: . କରତି ମହାରଣା ସେବକ ସେବା; ୫୩: . ସୁନା ଦିହୁଡ଼ି ସେବକ ସେବା; ୫୪: . ତାମ୍ୱରା ମହାରଣା ସେବକ ସେବା; ୫୫: . କଂସାରି ମହାରଣା ସେବକ ସେବା; ୫୬: . ଅଷ୍ଟଲୋହି ମହାରଣା ସେବକ ସେବା; ୫୭: . ପାଟରା ବିନ୍ଧାଣି ସେବକ ସେବା; ୫୮: . ସୁଗନ୍ଧ ଘଟୁଆରି ସେବକ ସେବା; ୫୯: . ରୋଷ ଛତିଶା ନିଯୋଗ ସେବା; ୬. ପିଠା ସୁଆର ସେବକ ସେବା; ୬୧: . ବଗଡ଼ା ପିଠା ସେବକ ସେବା; ୬୨: . ମହାସୁଆର ସେବକ ସେବା; ୬୩: . ଗିରିସୁଆର ସେବକ ସେବା; ୬୪: . ତିଅଣ ସୁଆର ସେବକ ସେବା; ୬୫: . ପଣାସୁଆର ସେବକ ସେବା; ୬୬: . ପାଚେଲି ସୁଆର ସେବକ ସେବା; ୬୭: . ତୋଳାବଡ଼ୁ ସେବକ ସେବା; ୬୮: . ପନ୍ତି ବଡ଼ସେବକ; ୬୯: . ଭିତର ବଢ଼ା ସେବକ; ୭. ଭୋଗ ମୁଣୋହି ଘରେ ମୁରୁଜ ଦେବା ସେବକ ସେବା; ୭୧: . ଘିଅ ପରସା ସ୍ୱକ ସେବା; ୭୨: . ବ୍ରାହ୍ମଣ ସମରଥା ସେବକ ସେବା; ୭୩: . ଶୂଦ୍ରସମର୍ଥା ସେବକ ସେବା; ୭୪: . ରୋଷସରଘର ମେକାପ ସେବା; ୭୫: . କୁଆଉଡ଼ା ସେବକ; ୭୬: . ତୁଳାବତୀ ସେବା; ୭୭: . ରୋଷଦ୍ୱାରା ଜଗଆ ବ୍ରାହ୍ମଣ ପାଇକ ସେବା; ୭୮: . ରୋଷ ସରଘର ଜଗିଆ ଶୂଦ୍ର ସେବକ ସେବା; ୭୯: . ରୋଷଧୋପଖାଳିଆ ସେବକ ସେବା; ୮. ରୋଷ ଆଙ୍ଗାରିଆ ସେବକ; ୮୧: . ରୋଷ ଭଣ୍ଡାର ମେକାପ ସେବା ୮୨: . ପାହାଡ଼ା ଘର ମେକାପ ସେବା; ୮୩: . ଦୁଆର ନାୟକ ସେବା; ୮୪: . ଛତା ସେବକ ସେବା; ୮୫: . ସୁଆଁସିଆ ସେବକ; ୮୬: . ସୁଆଁସ ସରଘର ମେକାପ ସେବା; ୮୭: . ବେଣ୍ଟ ବିନ୍ଧାରାଉତ ସେବା; ୮୮: . ଆୟା ମହାଜନ ସେବକ ସେବା; ୮୯: . ଭଣ୍ଡାରଦ୍ୱାର ଜଗିଆ ସେବକ; ୯. ସଂହଦ୍ୱାର ପ୍ରତିହାରି ନିଯୋଗ ସେବା; ୯୧: . ପରବଯାତ୍ରା ପ୍ରତିହାରୀ ସେବକ ସେବା; ୯୨: . ଆସ୍ଥାନ ପ୍ରତିହାରୀ ସେବକ ସେବା; ୯୩: . ବୃନ୍ଦାବନ ନାୟକ ସେବା; ୯୪: . ମଣ୍ଡଣି ଖୁଣ୍ଟିଆ ସେବକ ସେବା; ୯୫: . ଚାପଦଳାଇ ସେବକ ସେବା; ୯୬: . ଆରତିଆ ସେବକ ସେବା; ୯୭: . ହାଟ ସେବକ ସେବା; ୯୮: . ପଦ୍ମପଦଳୀ ତୋଟାସେବକ ସେବା; ୯୯: . ତୋଟାମାନର ମାଳି ଚାରିସେବକ ସେବା; ୧. କ୍ଷତ୍ରବୈଦ୍ୟ ସେବକ ସେବା; ୧୧: . ଶସ୍ତ୍ର ବୈଦେୟ ସେବକ ସେବା; ୧୨: . ଦୁଧ ଘର ସେବକ ସେବା; ୧୩: . ଦୁଧ ଘର ଜଗିଆ ପାଇକ ସେବା; ୧୪: . ଭିଆଣ ନିଯୋଗ ବିଶୋଇ ସେବା; ୧୫: . ଗଉଡ଼ ନିଯୋଗ ବିଶୋଇ ସେବା; ୧୬: . କୁମ୍ଭାର ନିଯୋଗ ବିଶୋଇ ସେବ; ୧୭: . ଅମୃତ ମଣୋହି ଖଟିବା ବିଶୋଇ ସେବକ ସେବା; ୧୮: . ଗୁଆଟିଆ ବିଶୋଇ ସେବକ ସେବା; ୧୯: . ପାଟ ହାତୀ ମାହୁନ୍ତ ସେବକ ସେବା; ୧୧: . ଧାନ ଘର ସେବକ ସେବା; ୧୧୧: . କୋଟାଇତ ସେବକ ସେବା; ୧୧୨: . ତୁଉଣଆ ମୁଦୁଲି ସେବକ ସେବା; ୧୧୩: . ଧାନ ଘର ଜଗିଆ ସେବା; ୧୧୪: . ଦେଉଳ ଆୟତନ ଭିତର ବାହାର ବେହେରା ସେବକ ସେବା; ୧୧୫: . ଗୁହାରିଆ ପ୍ରଧାନୀ ସେବକ ସେବା; ୧୧୬: . ଚକୁରିଆ ଲେଙ୍କା ସେବା; ୧୧୭: . ତୀର୍ଥ ମାଚିଆ ସେବକ; ୧୧୮: . କ୍ଷେତ୍ର ଜଗିଆ ମାଝି ସେବା; ୧୧୯: . ବାଦ୍ୟକାର ସେବା; ୧୨: . ଭୋଗ ପରୀକ୍ଷା ପଣ ସେବା ଦ୍ର—ମଦଳା ପାଞ୍ଜିରେ ଯେଉଁ ଭାଷାରେ ଏହି ସେବା ଓ ସେବକମାନଙ୍କର ନାମ ଉଲ୍ଲେଖ ଅଛି ଏଠାରେ ସେହି ଭାଷାରେ ସେଗୁଡ଼ିକର ଉଲ୍ଲେଖ କରାଗଲା]