Jump to content

ଛନ୍ଦିବା

ଉଇକିଅଭିଧାନ‌ରୁ

ଛନ୍ଦିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଛନ୍ଦାଇବା—ଣିଜନ୍ତ)

ଦେଶଜ - କ୍ରି. (ସଂସ୍କୃତ - ଛନ୍ଦ=ବନ୍ଧନ)[ସମ୍ପାଦନା]

୧ : ଦୁଇଟି ପଦାର୍ଥକୁ ସଂଯୁକ୍ତ କରିବା —୧. To join together two things.

କଉଁ ଦଇବ ମୋତେ ଛନ୍ଦି ଗଲା, କାହୁଁ ଆଣିରେ କାହିଁ ବନ୍ଦୀ କଲା ପ୍ରାଚୀ. ରହସ୍ୟମଞରୀ

୨. ଅନ୍ୟୋଽନ୍ୟ ସମ୍ୱନ୍ଧ ଘଟାଇବା —୨. To bring two persons or things together.

ସତେ କି ଏ ଶୋଭା ସ୍ୱପ୍ନପ୍ରତିମାକୁ ହାୟ ! ଛନ୍ଦିବେ ଗର୍ଦ୍ଦଉପଦେ ଆମ୍ଭ ନରବର ଚିନ୍ତାମଣି. ବିକ୍ରମାଦିତ୍ୟ

୩. ଗଣ୍ଠି ପକାଇବା —୩. To tie into a knot.
୪. ଗୁଡାଇ କରି ବାନ୍ଧିବା —୪. To twine round.

ରତିଶେଷେ ହଟି ଛନ୍ଦିଲେ ତୋ କଟି ଯାହା ପୀତ ଫେଟା ଫେରରେ କବିସୂର୍ଯ୍ୟ. ରତ୍ନାକରଚମ୍ପୁ.ର ଗୀତ

୫. ବାନ୍ଧିବା —୫. To tie; to bind.

ଗାଈକି ତେବେ ଛନ୍ଦି ଦୁହନ୍ତି ଗଉଡ଼େ କୃଷ୍ଣସିଂହ. ମହାଭାରତ, ଆଦି

୬. ପଦ୍ୟାଦି ରଚନା କରିବା — ୬. To compose (poems)

ବୀରବର କାଷଠି ପଦରେ ଛାନ୍ଦ ଛନ୍ଦେ ଭଞ୍ଜ. ବୈଦେହୀଶବିଳାସ

୭. (ଦୁଧ ଦୋହିଁବା ସମୟରେ ଗାଈଙ୍କର) ଗୋଡକୁ ଛନ୍ଦ— ଦଉଡିଦ୍ୱାରା ବାନ୍ଧିବା —୭. To tie the legs a cow with one another during milking.