ଛପିବା

ଉଇକିଅଭିଧାନ‌ରୁ

ଛପିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଛପାଇବା—ଣିଜନ୍ତ)

ଦେଶଜ - କ୍ରି. (ଅକର୍ମକ) (ସଂସ୍କୃତ - କ୍ଷିପ୍ତ ଧାତୁ)[ସମ୍ପାଦନା]

୧. ଲୁଚିକରି ରହିବା —୧. To lie concealed.
୨. ଲୁଚିବା —୨. To hide; to luck; to conceal one's self.
୩. ସାଧାରଣ ବା ଅନ୍ୟ ବ୍ୟକ୍ତିର ଦୃଷ୍ଟିରେ ନ ଆସିବା; ଦେଖା ନ ପଡ଼ିବା — ୩. Not to come to the view of the public; not to be apparent.

ଛପିବାର ଅଛି ସେ—କବିସୂର୍ଯ୍ୟ. କିଶୋରୀଚମ୍ପୁ. ଛ—ଗୀତା

୪. (ଆଲୋକ) ଲିଭିଯିବା; ନିର୍ବାପିତ — ୪. (light) To be extinguished.
୫. (ଶବ୍ଦ) ଉଚ୍ଚତର ଶବ୍ଦରେ ଲୀନ ହେବା; ବୁଡ଼ି ଯିବା —୫. (a sound) To sink in a louder sound.

ଅର୍ଜୂନ ଶଙ୍ଖ ଶବଦ ବ୍ୟାପି ବିନିୟରେ ଛପିଗଲା କୃଷ୍ଣଙ୍କ ଶଙ୍ଖ ଶବଦରେ—କୃଷ୍ଣସିଂହ. ମହାଭାରତ. ଦ୍ରୋଣ

୬. ଲୋପ ପାଇବା; ଲୁପ୍ତ ହେବା —୬. To disappear; to become extinct; to be effaced.
୭. ଆବୃତ ହେବା; ଘୋଡ଼ାଇ ହୋଇଯିବା — ୭. To be overshadowed or covered.

(ଯଥା—ବାଦଲରେ ଚନ୍ଦ୍ର ଛପିଛନ୍ତି)

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଯିବା କ୍ରୟାର ସମାପିକାରୂପ ଲାଗେ]