ଛାଡ଼ିବା

ଉଇକିଅଭିଧାନ‌ରୁ

ଛାଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ଛଡ଼ାଇବା—ଣିଜନ୍ତ)

ଦେଶଜ - କ୍ରି. (ସଂସ୍କୃତ - ଚ୍ଛଦ ଧାତୁ; ତୁଳନା - ପାଲି, ଛାଡ଼େତି;ସଂସ୍କୃତ - ସାରଣ;ସଂସ୍କୃତ - ସର୍ଜନ; ସଂସ୍କୃତ - ଛୋରଣ=ପରିତ୍ୟାଗ)[ସମ୍ପାଦନା]

୧. (ସକର୍ମକ) ତ୍ୟାଗ କରିବା; ବର୍ଜନ କରିବା — ୧. To abandom; to give up.

(ଯଥା—ତିନିଦିନ କଷ୍ଟ ପାଇଁ ସେ କାଲି ପ୍ରାଣ ଛାଡ଼ିଲା)

୨. (ସକର୍ମକ) (ଅମୁକ ସଙ୍ଗେ) ସମ୍ପର୍କ ତ୍ୟାଗ କରିବା; ସମ୍ୱନ୍ଧ ତୁଟାଇବା —୨. To cut off connection with; to cease to have to do with; to leave.

(ଯଥା—ମୁଁ ସଂସାର ଛାଡ଼ିଲିଣି)

୩. (ସକର୍ମକ) (ଅମୁକର) ସଙ୍ଗରୁ ବିଚ୍ଛିନ୍ନ ହେବା; ସଙ୍ଗଚ୍ୟୂତ ହେବା —୩. To be separated from.

(ଯଥା—ମୁଁ ଚାରିମାସ ହେଲା ବାପା ମାଆଙ୍କୁ ଘରେ ଛାଡ଼ି ବିଦେଶ ଆସିଛି)

୪. (ସକର୍ମକ) କୌଣସି କାର୍ଯ୍ୟରୁ ବିରତ ହେବା — ୪. To cause to do a thing; to discintinue.

(ଯଥା—ମୁଁ ତୁମ ଡାକ ଶୁଣି ଭାତଖିଆ ଛାଡ଼ି ଉଠି ଆସିଲି)


୫. (ସକର୍ମକ) ପାଶରୁ ଅନ୍ତର ହେବା — ୫. To go away from.

(ଯଥା—ତିନିମାସ ହେଲା ବନ୍ଧୁଙ୍କୁ ଛାଡ଼ି ମୋ ପ୍ରାଣ ବିକଳ ହେଉଅଛି)

୬. (ଅକର୍ମକ) ପଳତଃ (ଅମୁକଠାରୁ) ଭିନ୍ନ ବୋଲି ଜଣା ପଡ଼ିବା —୬. To be found to differ from.

(ଯଥା—ଏ ସୁନା ମୁଦିର ସେ ସୁନାମୁଦି ଚାରିପଣରେ ଛାଡ଼ୁଛି)

୭. (ସକର୍ମକ) (କୌଣସି ଅଭ୍ୟାସ) ତ୍ୟାଗ କରିବା; ନିବୃତ୍ତ ହେବା —୭. To give up (a habit)
୮. (ସକର୍ମକ) (ଜୀବନର ବା ଅନ୍ୟ ଆଶା) ପରିତ୍ୟାଗ କରିବା —୮. To give up (every hope of life or of any other matter).

(ଯଥା—ସବୁ ବଇଦଯାକ ସେ ମଳୁକୁ ଛାଡ଼ି ବସିଲେଣି)

୯. (ସକର୍ମକ) ତତ୍ତ୍ୱାବଧାନରେ ରଖିବା, ଜଗିବା; କୈଣସି ଆଡ଼କୁ ଯିବାକୁ ଦେବା —୯. To let (some thing) to proceed in a certain direction.

ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଛାଡ଼ଇ ତେଣିକି ଯାଇ ତଗ

୧. କୌଣସି ସ୍ଥାନରେ କୌଣସି ଶିଶୁ ବା କୌଣସି ବସ୍ତୁକୁ ରଖିଦେଇ ସେ ସ୍ଥାନ ପରିତ୍ୟାଗ କରିବା; ରଖିଯିବା — ୧୦. To leave a place after leaving ones relatives or things.

(ଯଥା—ସେ ତିନିଗୋଟି ଶିଶୁସନ୍ତାନ ଛାଡ଼ି ଇହଜଗତ ପରିତ୍ୟାଗ କଲେ)

୧୧. କୌଣସି ସ୍ଥାନ ତ୍ୟାଗ କରି ସ୍ଥାନାନ୍ତରକୁ ଯିବା — ୧୧. To go away from a place.

(ଯଥା—ମାର୍ଉଡ୍ ସାହେବ ୬ ମାସ ପାଇଁ କଟକ ଛାଡ଼ିଲେ)

୧୨. (ଦେହରୁ ଜ୍ୱରଆଦି ରୋଗ) ଓହ୍ଲାଇବା — ୧୨. To leave (said of a disease).

(ଯଥା—ସନ୍ଧ୍ୟାବେଳେ ତାଠଉଁ ଜର ଛାଡ଼ିଗଲା)

୧୩. ସ୍ଥାନାନ୍ତରକୁ ଯିବା ପାଇଁ ଅନୂକୂଳ କରିବା; ନିର୍ଦ୍ଦିଷ୍ଟ ସ୍ଥାନରୁ ପ୍ରୟାଣ କରିବା — ୧୩. To start or depart from a place.

(ଯଥା—ଜାହାଜ ଘଣ୍ଟାଏ ପୂର୍ବରେ ବନ୍ଦର ଛାଡ଼ିଲା)

୧୪. ନ ରୋକିବା; ସଂଯମନ; ଶିଥଳ କରିବା — ୧୪. To slacken control; not to restrain.

(ଯଥା—ଘୋଡ଼ାସବାର ଘୋଡ଼ାକୁ ଛାଡ଼ିଦେବାରୁ ଘୋଡ଼ା ଖୁବ୍ ଜୋର୍ରେ ଦଉଡ଼ିଛି)

୧୫. ଯୋଡ଼ ଖୋଲିଯିବ; ଫିଟିଯିବ; ସଂହତି ଶିଥିଳ ହେବା — ୧୫. To give way.

(ଯଥା—ପୁରୁଣା ଡଙ୍ଗାର ତଳିପଟା ଗୁଡ଼ିକ ଛାଡ଼ି ଗଲାଣି)

୧୬. କୌଣସି ଖାଦ୍ୟ ନ ଖାଇବା —୧୬. To give up taking any food; to discontinue taking (foor)

(ଯଥା—ପିଲା ୬ମାସ ହେଲା ମାଆ ଦୁଧ ଛାଡ଼ିଲାଣି; ମଳୁ ଦୁଇ ମାସ ହେଲା ଆହାର ଛାଡ଼ିଲାଣି)

୧୭. ଯିବାକୁ ଅନୂମତି ଦେବା — ୧୭. To let go; to permit to go out.

(ଯଥା—ପଣ୍ଡିତେ ମୋତେ ଖାଇବା ପାଇଁ ଛାଡ଼ିଲେ ନାହିଁ)

୧୮. (ସକର୍ମକ) ବ୍ରତଧାରଣପୂର୍ବକ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ବସ୍ତୁ ବର୍ଜନ କରିବା ବା ନ ଖାଇବା —୧୮. To abstain from taking a particular food by observing a religious vow.
୧୯. (ସକର୍ମକ) ବନ୍ଧନରୁ ଅବ୍ୟାହତି ଦେବା; ମୁକୁଳାଇ ଦେବା; ମୁକ୍ତ ଦେବା —୧୯. To release from restraint.

ଅରଜୁନ ବୋଇଲେ ଯୁଧିଷ୍ଠିର ବୋଲେ ଛାଡ଼ିଦିଅ ଏବେ ଏହାଙ୍କୁ ତୁମ୍ଭେ ଭଲେ କୃଷ୍ଣସିଂହ. ମହାଭାରତ. ବନ

୨. (ସକର୍ମକ) କ୍ଷମା ଦେବା; ମାର୍ଜନ କରିବା — ୨୦. To pardon; to excuse.

(ଯଥା—ଏହି ଥରକ ତୋର ପ୍ରଥମ ଦୋଷ ମୁଁ ଛାଡ଼ି ଦେଲି; ଏଣିକି ଆଉ ଛାଡ଼ିବି ନାହିଁ)

୨୧. (ସକର୍ମକ) (ପଥ) ଉନ୍ନୁକ୍ତ କରିବା; ମେଲା କରିବା; — ୨୧. To open.

(ଯଥା—ମତେ ବାଟ ଛାଡ଼ି ଦିଅ, ମୁଁ ଯିବି)

୨୨. (ସକର୍ମକ) ରିଆତି ଦେବା; ଛାଡ଼ି ଦେବା — ୨୨. To remlit.

(ଯଥା—ମହାଜନ ଖାତକକୁ ଅଧେ ସୁଧ ଛାଡ଼ି ଦେଲେ)

୨୩. (ସକର୍ମକ) ହାତରେ ବା କ୍ରୋଡ଼ରେ ନ ଧରିବା — ୨୩. Not to taken in lone's arms.

(ଯଥା—ଶିଶୁକୁ ଛାଡ଼ିଦିଅ, ସେ ଆପଣା ମନକୁ ଚାଲୁ)

୨୪. (ସକର୍ମକ) ଆସାମୀକୁ ମକଦମାରୁ ଖଲାସ ଦେବା, ଆବ୍ୟା ହତି ଦେବା —୨. To acquit (an accused).

(ଯଥା—ହାକିମ ମୁଦାଲାକୁ ଛାଡ଼ି ବାର ରାୟ ଦେଲେ)

୨୫. (ସକର୍ମକ) ବିଞ୍ଚି ଦେବା; ଖେଳାଇବା — ୨୫. To let loose; to strew.

(ଯଥା—ଚିତଳମାଛ କୋରଡ଼ରେ ବିହନ ଛାଡ଼ିଛି)

୨୬. (ସକର୍ମକ) ଭ୍ରମକ୍ରମେ ବାଦ୍ ଦେବା ବା ତାଲିକାଭୂକ୍ତ ନ କରିବା —୨୬. To omit from a list by oversight.

(ଯଥା—ନିମନ୍ତ୍ରଣ—ତାଲିକାରୁ ଜଣେ ପ୍ରଧାନ ବ୍ୟକ୍ତିଙ୍କ ନାମ ମୁଁ ଛାଡ଼ି ଯାଇଥିଲି)


୨୭. (ସକର୍ମକ) ଗୋରୁ ଆଦି ନ ଜଗିବା — ୨୭. Not to tend or watch cattle.

(ଯଥା—ଗଉଡ଼ ଗାଈଗୁଡ଼ାକୁ ଛାଡ଼ିଦେଇ ମୋ ବଗିଚା ଚରାଇ ଦେଲା)

୨୮. (ସକର୍ମକ) (ଉପଦେଶ ଆଦି) ଗ୍ରହଣ ନ କରିବା; ବିଚାରରେ ନ ଆଣିବା —୨୮. Not to take into account; to leave out of consideration.

ପୂର୍ବରୁ ତ ହିତକଥାଟି ଦେଲେ ଛାଡ଼ି କୃଷ୍ଣସିଂହ. ମହାଭାରତ. ବନ

୨୯. (ସକର୍ମକ) ମନେ ନ ପକାଇବା; ଭୂଲିଯିବା — ୨୯. To forget.

(ଯଥା—ପୁତ୍ରଶୋକ ଛାଡ଼ି ନ ଦେଲେ ବୃଦ୍ଧ ଅଳ୍ପଦିନେ ମରିଯିବ)

୩. (ସକର୍ମକ) ତଳକୁ ଲମ୍ୱାଇ ଦେବା — ୩୦. To unfurl; to let down.

କାଳ ଛାଡ଼ିଦିଅ ଭୂଇଁରେ ପଡ଼ୁ, ଲକ୍ଷେ ଚମ୍ପାଫୁଲ ଝଡ଼ୁ—ତଗ

୩୧. (ଅକର୍ମକ) ଗତି ବନ୍ଦ ହୋଇଯିବା, ନିସ୍ପନ୍ଦ ହେବା — ୩୦. To cease to beat.

ପ୍ରକୃତି ଦେହରୁ ଜୀବନନାଟୀକା ସହସା ଗଲାକି ଛାଡ଼ି .ରାଧାନାଥ. ପାର୍ବତୀ

୩୨. (ସକର୍ମକ) ତରଳ ପଦାର୍ଥ ବୋହିଯିବାର ଉପାୟ କରିବା; ତରଳ ବସ୍ତୁକୁ ଗତିବିଶିଷ୍ଟ କରାଇବା — ୩୨. To let a liquid flow.

(ଯଥା—ଖଲାସୀ ଲକ୍ ଚାବି ଖୋଲି ପାଣି ଛାଡ଼ିଲା)

୩୩. (ସକର୍ମକ) ଘୋଡ଼ଦଉଡ଼ରେ ଘୋଡ଼ାମାନଙ୍କୁ ଖୁବ୍ ଜୋରରେ ଦଉଡ଼ାଇବାକୁ ଆରମ୍ଭ କରିବା; ଦଉଡ଼ାଇବା — ୩୩. To start a horse in a race.

(ଯଥା—ଆଜି ଘୋଡ଼ାଦଉଡ଼ରେ ତିନି ଜଣ ଘୋଡ଼ା ଛାଡ଼ି ଥିଲେ, କିନ୍ତୁ ଅଧବାଟରେ ଜଣେ ହଟି ରହିଗଲା)

୩୪. କୌଣସି ବ୍ୟକ୍ତିକୁ ସ୍ଥାନାନ୍ତରକୁ ସଙ୍ଗରେ ନେଇ ସେଠାରେ ତାକୁ ରଖି ସେଠାରେ ଏକାକୀ ଫେରି ଆସିବା; ସ୍ଥାନା— ନ୍ତରରେ ରଖି ଚାଲି ଆସିବା —୩୪. To take a person to some place and come back alone after leaving him there.

(ଯଥା—ଲକ୍ଷ୍ନଣ ସୀତାଙ୍କୁ ବନରେ ଛାଡ଼ି ଆସିଲେ)

୩୫. (ଅଙ୍ଗର ଗ୍ରନ୍ଥି ଆଦି) ଶିଥିଳ ହେବା — ୩୫. To become slack.

(ଯଥା—ଅଫିମ ଖାଇବା ବେଳ ଗଡ଼ିଯିବାରୁ ତା ହାତ ଗୋଡ଼ ଛାଡ଼ି ଯାଉଛି)

୩୬. ଲିଭିଯିବା; ଅଦୃଶ୍ୟ ହେବା — ୩୬. To fade; to disapaper.

(ଯଥା—ଏ ଲୁଗାରୁ ଏ ପକ୍କା ରଙ୍ଗ ଛାଡ଼ିବ ନାହିଁ)

୩୭. ନିକ୍ଷେପ କରିବା — ୩୭. To throw some thing down.

(ଯଥା—ସେ ଦୁଷ୍ଟ ବାତୁଳ ମୋ ଉପରକୁ କୁଳୁକୁଞ୍ଚା ପାଣି ଛାଡ଼ି ଦେଲା)

୩୮. ବ୍ରତାଦି ଧାରଣପୂର୍ବକ ନଖବାଳ ଦାଢ଼ି ଆଦି ନ କାଟି ରଖିବା; ବଢ଼ାଇବା —୩୮. To let the hair and nails etc grow (on account of the observance of some vow.)
୩୯. କୌଣସି ବିଷୟକୁ ଆଲୋଚନାରରୁ କ୍ଷାନ୍ତ ହେବା — ୩୯. To cease from dicussing a matter.

(ଯଥା—ଧର୍ମକଥା ଛାଡ଼; ଘରକଥା ପକାଅ)

୪. (ସକର୍ମକ) ନିର୍ଦ୍ଦିଷ୍ଟ ଦୁରତ୍ୱକୁ ବ୍ୟବଧାନ ରଖିବା — ୪୦. To leave out some space.

ଚାଖଣ୍ଡେ ଛାଡ଼ି ଭାଙ୍ଗିବ ଭଣ୍ଡା, ତେବେ ଯେ ଦେଖିବ କଦଳୀପେଣ୍ଡ କୃଷିବଚନ

୪୧: (ସକର୍ମକ) କୌଣସି ସ୍ଥାନରେ (ଯଥା ପୋଖରୀରେ କୌଣସି ଜୀବକୁ ପ୍ରାନାନ୍ତରରୁ ଆଣି ରଖିବା — ୪୧. To let fry of fishes in ma pond to breed.

(ଯଥା—ମୁଁ ଏବର୍ଷ ଆମ ପୋଖରୀରେ ହଜାରେ ଜାଁଆଁଳା ଚାଡ଼ିଛି)

୪୨: (ସକର୍ମକ) (ସଂସ୍କୃତ - ଛର୍ଦ୍ଦନ) ଉଦ୍ଗାରିବା (ତୁଳ. ହିନ୍ଦୀ - ଛୋଡ଼ନା = ବାନ୍ତି କରିବା) —୪୨. To vomit.

ସର୍ପ ଗୋଡ଼ାଇ ନ ପାରିଲା ଫୁଟିଣ ଗରଳ ଛାଡ଼ିଲା ରାଧାନାଥ. ଭାଗବତ

୪୩: (ସକର୍ମକ) ନିଜ ମନରୁ ସନ୍ଦେହ ଆଦି ଦୂର କରିବା — ୪୩. To remove (doudt) from one's mind

(ଯଥା—ମନରୁ ପୁତ୍ରବିୟୋଗ ଦୁଃଖ ଛାଡ଼)

୪୪: (ସକର୍ମକ) ଅମୁକ ସ୍ଥାନରେ ବା ଅମୁକଙ୍କ ନିକଟରେ ବା ଅମୁକଙ୍କ ତତ୍ତ୍ୱାବଧାନରେ କୌଣସି ବ୍ୟକ୍ତିକୁ ରଖିବା — ୪୪. To leave with; to leave in the custody of.

(ଯଥା—ପିଲାଟି ଇଂରେଜି ପଢ଼ିବ ବୋଲି ତାକୁ ମୁଁ ମାସେ ହେଲା ହେଡ଼ମାଷ୍ଟରଙ୍କ ପାଖରେ ଛାଡ଼ିଛି)

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପେ ସଙ୍ଗେ ଆସିବା, ଦେବା, ଯିବା, ପଳାଇବା କ୍ରିୟାମାନଙ୍କ ସମାପିକା ରୂପେ ଲାଗେ]

୪୫: (ସକର୍ମକ) (ବାଣ ଆଦି) ନିଜ ଦେହରୁ ସ୍ଫଲିଙ୍ଗ ଆଦି ବିଞ୍ଚାଡ଼ିବା —୪୫. To let off sparks from one's body.

(ଯଥା—ହାବିଳିଟା ଆକାଶକୁ ଉଠିଯାଇ ନାଗ ନକ୍ଷତ୍ର ଛାଡ଼ୁଛି)

୪୬: (ସକର୍ମକ) ମଝିରେ ନିର୍ଦ୍ଦିଷ୍ଟ ସମୟ ଅତିବାହିତ କରିବା — ୪୬. To let a fixed time expire.

(ଯଥା—ଆଜକୁ ତିନି ମାସ ଛାଡ଼ି ତୁମେ ମୋତେ ଦେଖା କଲେ ମୁଁ ତୁମ୍ଭକୁ କିଛି ସାହାଯ୍ୟ କରିବି)


୪୭: (ସକର୍ମକ) ଅମୁକଠାରୁ ଭିନ୍ନ ହେବା; ଅମୁକ ସଙ୍ଗେ ମେଳ ନ ହେବା —୪୭. To differ from.

(ଯଥା— ମୋ ଘଣ୍ଟା ରେଳ ଷ୍ଟେସନ ଘଣ୍ଟାକୁ ୫ ମିନିଟ ଛାଡ଼ିଛି)

୪୮: (ସକର୍ମକ) ବସ୍ତ୍ରାନ୍ତର ପରିଧାନ କରିବା ପାଇଁ ପିନ୍ଧିଥିବା ବସ୍ତ୍ରାଦିକୁ ତ୍ୟାଗ କରିବା; ପାଲିଟିବା; ବଦଳିବା — ୪୮. To change one's cloth.

୪୯: (ସକର୍ମକ) ଆପଣା ନିକଟକୁ ଥିବା କୌଣସି ଦ୍ରବ୍ୟକୁ ବିକି ଦେବା —୪୯. To away something in hand; to part with.

(ଯଥା—ଏ ଅଭାବ ସମୟରେ ଧାନତକ ନ ଛାଡ଼ିଲେ ପଛେ ପସ୍ତାଇବାକୁ ପଡ଼ିବ)

୫. (ସକର୍ମକ) ଗଣନା ନ କରିବା —୫୦. Not to count; to leave out from calculation.

୫୧: (ଅକର୍ମକ) ସ୍ଖଳିତ ହେବା; ଚ୍ୟୁତ ହେବା — ୫୧. To drop down; to fall down.

(ଯଥା—ତା ଦେହରୁ ହଳଦୀମଳଖୁଟି ଭଲ ହୋଇ ଛାଡ଼ି ନାହିଁ; ଗଛରୁ ବକଳା ଛାଡ଼ିଲାଣି)