ଛାଡ଼ିଯିବା

ଉଇକିଅଭିଧାନ‌ରୁ

ଛାଡ଼ିଯିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. (ସକର୍ମକ) କୌଣସି ପଦାର୍ଥକୁ କୌଣସି ସ୍ଥାନରେ ତ୍ୟାଗ କରି ଚାଲିଯିବା, ଅର୍ଥାତ୍ ଉକ୍ତ ପଦାର୍ଥକୁ ସଙ୍ଗରେ ନ ନେବା —୧. To leave a thing.
୨. (ସକର୍ମକ) ସଙ୍ଗ ତ୍ୟାଗ କରି ଅନ୍ୟତ୍ର ଚାଲିଯିବା — ୨. To go elsewhere leaving the company of some one.

ନେତ୍ରପଥେ ପଡ଼ିଗଲେ କି ସେ ଛାଡ଼—କବିସୂର୍ଯ୍ୟ. କିଶୋରୀଚମ୍ପୂ. ଙ. ଗୀତ

୩. (ଅକର୍ମକ) କୌଣସି ବ୍ୟକ୍ତି ବା ବସ୍ତୁର ଦେହରେ ବୋଳା ହୋଇଥିବା ବା ସଂଲଗ୍ନ ଥିବା କୌଣସି ପଦାର୍ଥ ଚ୍ୟୁତ ହେବା; ଖସି ପଡ଼ିବା —୩. To come off (said of a thing attached to the body of another.

(ଯଥା—ପୁରୁଣା କବାଟରୁ ରଙ୍ଗ ଛଡ଼ାଗଲା; ମୋ କପାଳରୁ ଚନ୍ଦନ ଛାଡ଼ିଗଲାଣି; ସାପଦେହରୁ କାତି ଛାଡ଼ିଗଲା; ଗଛରୁ ବକଳା ଛାଡ଼ିଗଲା)

୪. (ଅକର୍ମକ) (ଆଭ୍ୟାସାଦି) ପରିତ୍ୟକ୍ତ ହେବା — ୪. (habits) To be given up.

(ଯଥା—କଟକର ଡାକ୍ତର ରଜନୀ ବାବୁଙ୍କର ଚିକିତ୍ସାରେ କେତେ ଲୋକଙ୍କ ଅଫିମ ଅଭ୍ୟାସ ଛାଡ଼ିଗଲାଣି)

୫. (ଅକର୍ମକ) ଲୁପ୍ତ ହେବା; ଲୋପ ପାଇବା — ୫. To cease; to be made to disappear.

(ଯଥା—ମୋ ସଙ୍ଗେ ଲଗାଉଛୁ ତୋ ଗରବ ଛାଡ଼ିଯିବ)

[ଦ୍ରଷ୍ଟବ୍ୟ —ଛାଡ଼ିବାର ପ୍ରକୃତ ଅର୍ଥ ସଂସ୍କୃତ - ଛୋରଣ= ପରିତ୍ୟାଗ କରିବା —To leave; to give up ସେଥିରେ ସମ୍ପର୍କ ତ୍ୟାଗ କରିବା ଭାଷାରେ ଅନ୍ୟାନ୍ୟ ପ୍ରୟୋଗଗୁଡ଼ିକ ଏହି ମୂଳ ଭାବକୁ ଅବଲମ୍ୱନ କରି ବିଶିଷ୍ଟ ଭାବରେ ବ୍ୟବହୃତ ହୁଏ]