ଛାପ

ଉଇକିଅଭିଧାନ‌ରୁ

ଛାପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ଚପ୍ ଧାତୁ=ଚୁର୍ଣ୍ଣ କରିବା—ଯୋଗେଶଶ୍ଚନ୍ଦ୍ର; ସଂସ୍କୃତ - ଛପ୍ ଧାତୁ=ସ୍ପର୍ଶକରିବା—ଜ୍ଞାନେନ୍ଦ୍ର)[ସମ୍ପାଦନା]

୧. ମୁଦ୍ରା, ଚିହ୍ନ — ୧. Print; mark; impression.

ଛାପତିଳକ ମାଳା ଶୋହେ ନିବର୍ତ୍ତ କାମ କ୍ରୋଧ ଲୋଭେ—ଭୂପତି ପ୍ରେମପଞ୍ଚାମୃତ

୨. ହରିନାମାବଳିମୁଦ୍ରିତ ଧାତୁଫଳକ; ଯହିଁରେ ଚନ୍ଦନ ବୋଳି ଦେହରେ ବସାଇଦେଲେ ହରିନାମ ଶରୀରରେ ଅଙ୍କିତ ହୋଇଯାଏ; ଛାପା; ଛପା; ହରିନାମୁଦ୍ରା — ୨. An engraved block with words containing the name of name of God which is impressed on the body.

ଅଙ୍ଗେ ବହୁନ୍ତି ଅନେକ ଛାପ, କେହି ନ ଜାଣେ ଭିତର ପାପ ଦୀନକୃଷ୍ଣ, ରସକଲ୍ଲୋଳ

୩. ମୁଦ୍ରଣ —୩. Stamping; printing.
୪. ଛପା ମାରିବା ମୋହର — ୪. Seal; stamp; a dye.
୫. (ବଣିଆ ଶଦ୍ଦ) ମୁସଲମାନଙ୍କର ଏକ ପ୍ରକାର ହାତରେ ପିନ୍ଧିବା ମୁଦି A kind of ring.
୬. (ସଂସ୍କୃତ - ଷ୍ଠୀବନ) ଛେପ; ଥୁକ —୬. Spittle.
୭. ଅକ୍ଷର ଲେଖା ହୋଇଥିବା ଧାତୁଫଳକ —୭. An engraved block for printing on paper; calico.