Jump to content

ଛାପିବା

ଉଇକିଅଭିଧାନ‌ରୁ

ଛାପିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଚପନ—ହିନ୍ଦୀ - ଶବ୍ଦସାଗର)[ସମ୍ପାଦନା]

୧. ମୁଦ୍ରାଙ୍କନ କରିବା —୧. To print.
୨. ମୋହର ମାରିବା; ମୁ ଦ୍ରଣ କରିବା — ୨. To cast a dye; to stamp; to impress.
୩. ସଦ୍ୟ ଲେଖା କାଗଜରୁ କାଳିକୁ ଶୋଷିବା ନିମନ୍ତେ ଛାପା କାଗଜ ମାରିବା —୩. To blot or to apply bloting paper on a newly written paper.
୪. ଇଡ଼ି ଯାଇଥିବା ପାଣି, କାଳି, ତେଲ ଆଦିକୁ କନାଦ୍ୱାରା ଶୋଷାଇବା —୪. To apply a rag to spilt liquid for soaking.

[ ଦ୍ର—ତେଲି ତେଲେ ପେଡ଼ିଲାବେଳେ ଘଣାରୁ ଏହିପରି ତେଲ ଛାପିଆଣି ଛାପା କନାକୁ ତେଲେଘଡ଼ିରେ ଚିପୁଡ଼ି ତେଲ ସଂଗ୍ରହ କରେ]


୫. ଛପିବା; ଲୁଚିବା — ୫. To be hidden; to hide one s self.
୬. ମାର୍କା ଦେବା; ଚିହ୍ନ ଦେବା — ୬. To impress; to imprint.
୭. ଗୋଧୋଇବା ପରେ ଦେହରୁ ଗାମୁଛାଦ୍ୱାରା ପାଣି ପୋଛିବା ୭. To scour the wet body with a napkin after bath.

ସ୍ୱର୍ଣ୍ଣକୁମ୍ଭ ପାଣି ଆଣି ଆଳି ତାଳିଲେ ତଦଅନ୍ତେ ଦେହ ବସନେ ଛାପି ଦେଲେ—କୃଷ୍ଣସିଂହ. ମହାଭାରତ. ଆଦି

୮. ଗୃହ ଇତ୍ୟାଦି ଛୋଇଁବା ବା ମରାମତି କରିବା — ୮. To thatch.

ଫଟା କୁଡ଼ିଆକୁ ଗ୍ରପୁଛନ୍ତି ଭଙ୍ଗା ବାଡ଼—ପ୍ରାଚୀ. ବ୍ରହ୍ମନିରୂପଣଗୀତା