ଛିଦ୍ର

ଉଇକିଅଭିଧାନ‌ରୁ

ଛିଦ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଛିଦ୍ ଧାତୁ+କର୍ମ. ର)[ସମ୍ପାଦନା]

୧. କଣା; ଗାତ — ୧. Hole; aperture; gap; opening.
୨. ଗହ୍ୱର; ବିବର —୨. Pit; den; cave.
୩. ଛୁଞ୍ଚିର କଣା — ୩. The eye of a needle.
୪. ଦୋଷ —୪. Fault; weak point.

ଏ ଛିଦ୍ର ତାହାର ଜାଣି ଶତ୍ରୁମାନେ କୃଷ୍ଣସିଂହ. ମହାଭାରତ ସଭା

୫. ତ୍ରୁଟି —୫. Defect; flaw.

ଛିଦ୍ର କରି ପୂଜିଲେ ଯେ ସାତ କୋଟି ପାପ ପ୍ରାଚୀ, ଶ୍ରୀଗୁରୁଭକ୍ତି ଗୀତା

୬. ଅପକର୍ଷ; ନ୍ୟୁନତା — ୬. Inferiority; shortcoming.
୭. ଅବକାଶ; ଅବସର — ୭. Leisure; opportunity; fit occasion.
୮. ବିପକ୍ଷର ତ୍ରୁଟି ବା ଅସାବଧାନତା ଯୋଗୁଁ ଘଟିବା ସୁଯୋଗ — ୮. Opportunity arising from the slackness or negligence of one's opponent.

ଅଣୁ ମାତ୍ରେ ଛିଦ୍ର ପାଇଲେ ଦ୍ରୋଣ ଗୁରୁ ନେବେ ବାନ୍ଧି ଯୁଧିଷ୍ଠିରଙ୍କୁ ନୋହି ଭୀରୁ କୃଷ୍ଣସିଂହ, ମହାଭାରତ, ଦ୍ରୋଣ

୯. (ଫଳିତ ଜ୍ୟୋତିଷ) ଲଗ୍ନର ଅଷ୍ଟମ ସ୍ଥାନ — ୯. (astrology) The eight place from one's natal sign.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛିଦ୍ର ବା କ୍ଷୁଦ୍ର)[ସମ୍ପାଦନା]

୧. ପରନିନ୍ଦା —୧. Slander.
୨. ଗୃହଚ୍ଛିଦ୍ର —୨. Family-secrets.
୩. ଅତି ସାମାନ୍ୟ ଦୋଷ —୩. Minute fault or blemish; petty defect.
୪. ଗୁପ୍ତ ଦୋଷ —୪. Secret fault.
୫. ଘରଭଙ୍ଗା କଥା — ୫. Petty matters which cause rapture or dissension among friends or relatives.

ଗ୍ରାମ୍ୟ - ବିଶେଷଣ -[ସମ୍ପାଦନା]

୧. ଛିଦ୍ରଯୁକ୍ତ —୧. Having holes.

ଏ ଛିଦ୍ର ଜଳଘଟ ପ୍ରାୟ ନିତି ପତନ ଏହି କାୟ ଜଗନ୍ନାଥ. ଭାଗବତ

୨. (ସଂସ୍କୃତ - କ୍ଷୁଦ୍ର) କ୍ଷୁଦ୍ର; ଛୋଟ — ୨. Small; petty.