ଛୁଟାଇବା

ଉଇକିଅଭିଧାନ‌ରୁ

ଛୁଟାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଛୁଟେଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଛୁଟ୍ ଧାତୁ=ବନ୍ଧନ କାଟିବା)[ସମ୍ପାଦନା]

(ଛୁଟିବାର ଣିଜନ୍ତ ରୂପ) — (causative of Chhuṭibā).

୧. ମୁକ୍ତ କରିବା; ମୁକୁଳାଇବା — ୧. To liberate; to set free
୨. ହୁଗୁଳାଇବା; ହୁଗାଳିବା — ୨. To loosen; to slacken.
୩. (ଶସ୍ତ୍ରାଦି ଅନ୍ୟର ଦେହରେ) ପ୍ରହାର କରିବା; ଅନ୍ୟକୁ ପ୍ରହାର କରିବା ପାଇଁ ଅସ୍ତ୍ରାଦିକୁ ଚଳାଇବା — ୩. To strike with (a weapon).

ଅଣ୍ଟାରୁ ଖଣ୍ଡା କାଢ଼ି ଦେହେ ଛୁଟାଇଲେ କୃଷ୍ଣସିଂହ. ମହାଭାରତ. ଶଲ୍ୟ

୫. ଦଉଡ଼ାଇବା — ୫. To cause to run; to send one running.

(ଯଥା—ଶିକାରୀ ମୃଗ ପଛରେ କୁକୁରକୁ ଛୁଟାଇଛି)

୬. ସ୍ରୋତ ବୁହାଇବା; ଜଳୀୟ ବସ୍ତୁକୁ ବହାଇବା — ୬. To cause (a liquid) to flow; to discharge (a liquid).