ଜଗତୀ

ଉଇକିଅଭିଧାନ‌ରୁ

ଜଗତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜଗତ୍+ସ୍ତ୍ରୀ. ଈ)[ସମ୍ପାଦନା]

୧. ସଂସାର; ପୃଥିବୀ; ଭୂବନ — ୧. The earth; the world,

ବିଚକ୍ଷଣାରେ ! ବିନା ତୋ ପ୍ରୀତି କେ ଗତି ଅଛି ଜଗତିରେ ! କବିସୂର୍ଯ୍ୟ. କିଶୋରୀଚମ୍ପୂକ. ଗୀତ !

୨. ଜଗତର ଲୋକେ; ସଂସାରର ଲୋକେ; ମାନବଗଣ — ୨. The whole world; mankind; the people (Apte).
୩. ଦ୍ୱାଦଶାକ୍ଷର ବୈଦିକ ଛନ୍ଦାବିଶେଷ — ୩. A vedic metre of ୧୨ letters.

ଅଷ୍ଟାବତ୍ର ବୋଇଲେ ବର୍ଷବାରମାସ ଜଗତୀ ଛନ୍ଦେ ଅଛି ଅକ୍ଷର ଦ୍ୱାଦଶ କୃଷ୍ଣସିଂହ. ମହାଭାରତ. ବନ

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୪. ଗୋ; ଗାଈ —୪. A cow (Apte).
୫. ଘରତଳି ଜମି — ୫. The site of a house. (Apte).
୬. ଜମ୍ୱୁବୃକ୍ଷରୋପିତ କ୍ଷେତ୍ର — ୬. A field planted with Jambu (Apte).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବେଦୀ —୧. Elevated platform.

ଜଗତୀ ଉପରେ ଜଗତ ମୋହିନୀ ବସି ହେଉଥିଲା ବେଶ ରାଧାନାଥ. ଯଯାତି

୨. ଜଳ — ୨. Water.

ବର୍ଣ୍ଣ କୁଜ୍ଝଟତି ବ୍ୟାପିଗଲା ଜଗତୀରେ ଝଟତି ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ

୩. ବଡ଼ ଅଟ୍ଟାଳିକା — ୩. Palatial building.

ଦ୍ୱିରଦ—ରଦ—ଗବାକ୍ଷ—ଶୋଭିତ ସ୍ପଟିକ—ଜଗତୀ ସୌଧେ ମନୋହର ଅତି ରାଧାନାଥ. ମହାଯାତ୍ରା