ଜଳ

ଉଇକିଅଭିଧାନ‌ରୁ

ଜଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଜଳ ଧାତୁ=ଆଛାଦନ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ପାଣି; ବାରି; ଉଦକ —୧. Water.
୨. ତରଳ ପଦାର୍ଥ — ୨. Liquid.
୩. ଅଶ୍ରୁ - ୩. Tear

[ଦ୍ରଷ୍ଟବ୍ୟ —ସାଧୁଭାଷା ବ୍ୟବହାରପ୍ରୟ ଲୋକେ ପାଣି ନକହି ଜଳ, ଢାଳ ନକହି ଜଳପାତ୍ର କହନ୍ତି ତୀର୍ଥଜଳକୁ ସାଧାରଣତଃ ପାଣି ବୋଲି ନ କହି ଲୋକେ"ଗଙ୍ଗାଜଳ""ଗୋଦାବରୀ ଜଳ" ବୋଲି କହନ୍ତି ତୀର୍ଥଜଳ ପରସ୍ପର ମୁହଁକୁ ଦିଆଦେଇ ହୋଇ ଦୁଇ ଜଣ 'ଜଳ' ବସନ୍ତି,ଅର୍ଥାତ୍ ବନ୍ଧୁତା ବାନ୍ଧନ୍ତି, ଓ ପରସ୍ପର 'ଜଳ' ବୋଲି ଡକାଡକି ହୁଅନ୍ତି]

୩. ଉଶୀର; ବେଣାଚେର; (ହିନ୍ଦୀ - ଶବ୍ଦସାଗର) — ୩. The fragrant root of Beṇā grass.
୪. ପୂର୍ବାଷାଢ଼ା ନକ୍ଷତ୍ର (ହିନ୍ଦୀ - ଶବ୍ଦସାଗର) — ୪. The ୨୦th asterism.
୫. (ଫଳିତ ଜ୍ୟୋତିଷ) ଜନ୍ମକୁଣ୍ଡଳୀ ଚତୁର୍ଥ ସ୍ଥାନ (ହିନ୍ଦୀ - ଶବ୍ଦସାଗର) —୫. (astrology) The ୪th compartment in a person's horoscope.
୬. ସୁଗନ୍ଧ ବାଳା (ହିନ୍ଦୀ - ଶବ୍ଦସାଗର) — ୬. Name of a herb.
୭. ତରକାରୀର ଝୋଳ - ୭. Soup of curry.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଜଡ଼ —୧. Inext.
୨. ଶୀତଳ —୨. cold.