ଜଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା (ଦେଶଜ)[ସମ୍ପାଦନା]

  • ପ୍ରଦୀପ୍ତ ହେବା; ଅଗ୍ନିଯୁକ୍ତ ହେବା; ପ୍ରଜ୍ଵଳିତ ହେବା
  • ଜାଜ୍ଵଲ୍ୟମାନ ହେବା; ଦାଉଦାଉ ହେବା
  • ଜଳାପୋଡା କରିବା; ପ୍ରଦାହ କରିବା
  • ଶିଖାଯୁକ୍ତ ହେବା
  • ପ୍ରଚଣ୍ତ ହେବା
  • ପୋଡିଯିବା; ଦଗ୍ଧ ହେବା
  • ଈର୍ଷାରେ ଦଗ୍ଧ ହେବା ବା କ୍ଲିଷ୍ଟ ହେବାଜଳିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଲିଭିବା—ବିପରୀତ)

ଅନୁବାଦ[ସମ୍ପାଦନା]

ଜଳାଇବା,ଜଳେଇବା, ଣିଜନ୍ତରୂପ

(କୁହୁଳିବା—ବିପରୀତ)

ଦେଶଜ - କ୍ରି. (ସଂସ୍କୃତ - ଜ୍ୱଳ ଧାତୁ)[ସମ୍ପାଦନା]

୧. ପ୍ରଦୀପ୍ତ ହେବା; ଅଗ୍ନି— ଯୁକ୍ତ ହେବା; ପ୍ରଜ୍ୱଳିତ ହେବା — To be kindled; to burn.

ଜଳନ୍ତ ପଦ୍ମରାଗ ଦୀପେ ବିଚିତ୍ର ଚିତ୍ର ଚନ୍ଦ୍ରାତପେ ଜଗନ୍ନାଥ. ଭାଗବତ

୨. ଜାଜ୍ୱଲ୍ୟମାନ ହେବା; ଦାଉଦାଉ ହେବା — ୨. To glitter; to shine; to be dazzling.

କ୍ରୋଧାନଳେ ଜଳେ ନକ୍ଷତ୍ର ରଜନୀ ଦିବାରେ ଜଳୁଛନ୍ତି ରାଜନ କୁରୁଙ୍କ ନାଶରେ କୃଷ୍ଣସିଂହ. ମହାଭାରତ. ଭୀଷ୍ମ

୩. ଜଳାପୋଡ଼ା କରିବା; (ଶରୀର) ପ୍ରଦାହ କରିବା — ୩. To feel burning sensation in the body; to feel inflammation or burning pain.

କର୍କୋଟ ନାଗ ପୂଣିତ ଚୋବାଇଛି ଏଣୁ ଅବୟବ ଯାକ ମୋର ଜଳୁଛି କୃଷ୍ଣସିଂହ. ମହାଭାରତ ବନ

୪. ଶିଖାଯୁକ୍ତ ହେବା — ୪. To blaze; to burn with a flame.
୫. ପ୍ରଚଣ୍ଡ ହେବା —୫. To become furious.

ଏଣୁ ଅତି କ୍ରୋଧରେ ଜଳିଲେ ସେ ଯତି କୃଷ୍ଣସିଂହ. ମହାଭାରତ ବନ

୬. ପୋଡ଼ିଯିବା; ଈର୍ଷାରେ ଦଗ୍ଧ ହେବା —୬. To be burnt.
୭. (ଲକ୍ଷଣାର୍ଥ) ଈର୍ଷାରେ ଦଗ୍ଧ ହେବା ବା କ୍ଳିଷ୍ଟ ହେବା — ୭. (figurative) To be afflicted with envy.

[ଦ୍ରଷ୍ଟବ୍ୟ —ଜଳିବା କ୍ରିୟାର ଅସମାପିକାରୂପ ସଙ୍ଗେ ଉଠିବା, ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]