ଜାତି

ଉଇକିଅଭିଧାନ‌ରୁ

ଜାତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଜନ୍ ଧାତୁ= ଉତ୍ପନ୍ନ ହେବା+ ଭାବ. ତି)[ସମ୍ପାଦନା]

୧. ଗୁଣ; ଧର୍ମ; ଆକୃତି ଆଦିର ସମାନତା ଯୋଗୁଁ କରାଯିବା ବିଭାଗ; କୋଟି; ପ୍ରକାରଭେଦ — ୧. Species; genus.

[ଦ୍ରଷ୍ଟବ୍ୟ —ଏକ ଗୁଣବିଶିଷ୍ଟ ଏକାଧିକ ବ୍ୟକ୍ତି ବା ଜୀବ ବା ବସ୍ତୁର ସମଷ୍ଟି ବା ସମାଜକୁ ଜାତି ବୋଲାଯାଏ]

୨. ଶାଖା; ସୃଷ୍ଟି ବିଭାଗ; ଶ୍ରେଣୀ —୨. Class.
୩. (ଅଧି୘ରଣ ତି) ଗୋତ୍ର; ବଂଶ —୩. Family; clan).
୪. (+ କର୍ତ୍ତୃ. ତି) (ଗୁଣକର୍ମ ବିଭାଗଜ) ବ୍ରହ୍ମଣାଦି ଚତୁର୍ବଣ୍ଣ — ୪. One of the four origional castes of the Hindus.

[ଦ୍ରଷ୍ଟବ୍ୟ —ହିନ୍ଦୁମାନଙ୍କ ମଧ୍ୟରେ ପ୍ରଥମେ ଗୁଣକର୍ମବିଭାଗ ଅନୁସାରେ ବ୍ରାହ୍ମଣ, କ୍ଷତ୍ରିୟ, ଓ ବୈଶ୍ୟ ଓ ଶୂଦ୍ର ଏହି ଚାରିଜାତି ବା ବର୍ଣ୍ଣର ସୃଷ୍ଟ ହୋଇଥିଲା ବୋଲି ଶାସ୍ତ୍ରରେ ଲେଖାଅଛି କିନ୍ତୁ କାଳକ୍ରମେ ଏ ଜାତିବିଭାଗ ଜନ୍ମଗତ ହୋଇ ପଡ଼ିଅଛି ଏହି ୪ବର୍ଣ୍ଣ ମଧ୍ୟରେ ସାମାଜିକ ରୀତିନୀତିର ପାର୍ଥକ୍ୟ ଅନୁସାରେ ଭିନ୍ନ ଭିନ୍ନ ସମାଜର ସୂତ୍ରପାତ ହେଲା କଥାବାର୍ତ୍ତାରେ ଆମ୍ଭେମାନେ ଏକ ଧର୍ମାବଲମ୍ୱୀ, (ହିନ୍ଦୁ, ଖ୍ରୀଷ୍ଟାନ, ମୁସଲମାନ), ଏକ ଦେଶବାସୀ (ଓଡ଼ିଆ, ବଙ୍ଗାଳୀ), ଏକ ସମାଜଭୁକ୍ତ (ହିନ୍ଦୁଙ୍କ ମଧ୍ୟରେ ଗଉଡ଼, କମାର, ତେଲି; ମୁସଳମାନଙ୍କ ମଧ୍ୟରେ ସୈହା, ସ୍ମନ୍ନୀ; ଖ୍ରୀଷ୍ଟାନଙ୍କ ମଧ୍ୟରେ ପ୍ରୋଟେଷ୍ଟାଣ୍ଟ, ରୋମାନ୍କାଥଲିକ୍) ମାନଙ୍କୁ ସେହି ସେହି ଜାତିର ଲୋକ ବୋଲି କହିଥାଉଁ ଫଳତଃ ଏକ ଧର୍ମରେ ଏକ ଗୁଣରେ, ଏକ ଦେଶରେ, ଏକ ବ୍ୟବସାୟରେ, ଏକ ବ୍ୟବହାରରେ, ଏକ ଧର୍ମବିଶ୍ୱାସରେ ଏକାଧିକ ବ୍ୟକ୍ତି ବା ଜୀବ ବା ବସ୍ତୁଙ୍କ ମଧ୍ୟରେ ସାମଞ୍ଜସ୍ୟ ଦେଖା ହେଲେ ତାଙ୍କୁ ଆମ୍ଭେମାନେ ଏକ ଜାତିର ବୋଲି ଗ୍ରହଣ କରୁଁ]

୫. କୁଳ; ମନୁଷ୍ୟ ଯେଉଁ କୁଳରେ ଜନ୍ମ ଲଭିଥାଏ — ୫. Class to which a person belongs by birth.

(ଯଥା—ସେ ଜାତିରେ ହିନ୍ଦୁଥିଲେ, ପରେ ଖ୍ରୀଷ୍ଟିଆନ୍ ହେଲେ)

୬. ଜୀବାଦିଙ୍କ ଶ୍ରେଣୀ; ବର୍ଗ — ୬. Class or species of animals.

(ଯଥା—ଗୋଜାତି; ଅଶ୍ୱଜାତି)

୭. ଜାତିଗତ ବା ସାମାଜିକ ଶାଖା; ପାଟକ — ୭. Society; social sub-caste; caste-guild.

ବାର ଜାତି ତେର ଗୋଲା, ବଇଷମ ହେଲେ ସବୁ ଗଲା ଢ଼ଗ

୮. ଏକ ଦେଶବାସୀ ବ୍ୟକ୍ତିଗଣ —୮. Nation; nationality; persons who belong to one country.

(ଯଥା—ଓଡ଼ିଆ ଜାତି; ବଙ୍ଗାଳି ଜାତି)

୯. ବିଭିନ୍ନ ଧର୍ମାବଲମ୍ୱୀ ବ୍ୟକ୍ତିଙ୍କ ସମଷ୍ଟି —୯. Group of persons professing a particular religion.

(ଯଥା—ହିନ୍ଦୁ ଜାତି; ମୁସଳମାନ ଜାତି)

୧. ନାରୀଧର୍ମ; ସତୀତ୍ୱ —୧୦. Chastity.
୧୧. ମାଳତୀଫୁଲ —୧୧. Māḻatī flower.
୧୨. ଜାଇଫୁଲ —୧୨. Jāi flower.
୧୩. ଲୌକିକ ଛନ୍ଦର ଦୁଇ ବିଭାଗରୁ ଏକତର (ଯଥା— ଆର୍ଯ୍ୟା) —୧୩. One of the ୨ classes of popular Sanskrit metres.
୧୪. ଏକଜାତୀୟ ଯାବତୀୟ ପଦାର୍ଥର ଅସାଧାରଣ ଧର୍ମ (ଯେଉଁ ଧର୍ମ ସେହି ଜାତୀୟ ପଦାର୍ଥରେ ଥାଏ ତଦ୍ଭିନ୍ନ ଜାତିରେ ଲକ୍ଷିତ ହୁଏ ନାହିଁ ଯଥା—ବ୍ରାହ୍ମଣତ୍ୱ) ===

(ଯଥା—ପଠାଣ ଘରେ ଖାଇବାରୁ ମଧୁମିଶ୍ରଙ୍କ ଜାତି ଗଲା)

୧୫. (+ ଅଧିକରଣ ତି)—ଚୁଲ୍ଲୀ —୧୫. Oven.
୧୬. ଆମଳକୀ (ହିନ୍ଦୀ - ଶବ୍ଦସାଗର) — ୧୬. Embellic myrobalan.
୧୭. ଜାଇଫଳ (ହିନ୍ଦୀ - ଶବ୍ଦସାଗର) —୧୭. Nutmeg.
୧୮. ଜାଇତ୍ରୀ (ହିନ୍ଦୀ - ଶବ୍ଦସାଗର) —୧୮. Mace (spice).

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପ୍ରକାର —Kind; sort.

ଦେଶଜ - ବିଶେଷଣ -[ସମ୍ପାଦନା]

ଜାତିଆ; ଉତ୍କୃଷ୍ଟ —Excellent.

ଜାତି କୁରୁବିନ୍ଦ ବାତାୟନ ବୃନ୍ଦ ଅନାଇ ମୁଁ ଚାଲୁଥିଲି ମନ୍ଦମନ୍ଦ କବିସୂର୍ଯ୍ୟ. କିଶୋରୀଚମ୍ପୂ ଜ ଗୀତ