ଜାମୁ

ଉଇକିଅଭିଧାନ‌ରୁ

ଜାମୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜମ୍ୱୁ)[ସମ୍ପାଦନା]

୧. ଫଳତରୁବିଶେଷ — ୧. Eugenia Jambolina; Blackberry.

[ଦ୍ରଷ୍ଟବ୍ୟ —ଏହା ଉଦ୍ୟାନଜାତ ନାତିଦୀର୍ଘ ତରୁ ଏହା ଗ୍ରୀଷ୍ମପ୍ରଧାନ ଦେଶରେ ଜନ୍ମେ ଓ ପତରଝଡ଼ା ଦିଏ ନାହିଁ— ଏଥିରେ ଫଳ ପାଚିଲେ ଘୋର ବାଇଁଗଣୀ କୃଷ୍ଣବର୍ଣ୍ଣ ହୁଏ ପାଚିଲା କୋଳିର ଶଷ ନାଲି ପାଚିଲା ଫଳ ଖାଇବାକୁ ଖଟା, ମିଠା ଓ କଷାଳିଆ ଲାଗେ ଓ ଜୀର୍ଣ୍ଣକର ଏ ଗଛର କାଠ ଖୁବ ଶକ୍ତ ଓ ପାଣିରେ ରହିଲେ ଶୀଘ୍ର ସଢ଼ିଯାଏ ନାହିଁ ଜାମୁକାଠର ମଞ୍ଜ ପାଣ୍ଡୁରା ପାଚିଲା ଜାମୁକୋଳିର ରସରୁ ଜୀର୍ଣ୍ଣକାରକ ସିର୍କା ତିଆରି ହୁଏ ଗୋଆରେ ଏ ରସରୁ ମଦ ତିଆରି ହୁଏ କୋଳିର ମଞ୍ଜି ବହୁମୂତ୍ର ରୋଗରେ ଉପକାରୀ ବୌଦ୍ଧମାନେ ଯାମୁ ଗଛକୁ ପବିତ୍ର ଜ୍ଞାନ କରନ୍ତ ବୈଦିକ ମତରେ ଏ ଫଳ ସଂଗ୍ରହୀ, ରୁକ୍ଷ ଓ ପିତ୍ତ ଏବଂ ଦାହ ଦୂର କରେ ବଣ ଜାମୁ ଅପେକ୍ଷା ଉଦ୍ୟାନଜାତ ଜାମୁ କୋଳି ବେଶି ରୁଚିକର ଓ ବଡ଼ ]

୨. (ସଂସ୍କୃତ - ନାଦେୟୀ, କାକବଲ୍ଲଭା, ଭୃଙ୍ଗେଷ୍ଟା) ବଣଜାମୁ; କାକଜମ୍ୱୁ —୨. Ardisa Humilis.

[ଦ୍ରଷ୍ଟବ୍ୟ —ଏହାର ଗଛ ଜାମୁଗଛ ପରି ଡ଼େଙ୍ଗା କିନ୍ତୁ ଫଳ ଅପେକ୍ଷା— କୃତ ଛୋଟ]

ଅନୁବାଦ[ସମ୍ପାଦନା]

୩. ଭୂଇଁ ଜାମୁ —୩. A small-fruited variety of Blackberry.

[ଦ୍ରଷ୍ଟବ୍ୟ —ଏହା ଜାମୁଜାତୀୟ ଗୁଳ୍ମ; କିନ୍ତୁ ଫଳ ଅତି ଛୋଟ, କଣ୍ଟେଇକୋଳି ପରି]

୪. ଗୋଲାପଜାମୁ —୪. Rose-apple; roseberry.

[ଦ୍ରଷ୍ଟବ୍ୟ —ଏହାର ଫଳ ବଡ଼ ବଡ଼, ଗୋଲ ଓ ପୀତବର୍ଣ୍ଣ ପାଚିଲା ଫଳ ଈଷତ୍ ମିଠା ଲାଗେ]