ଜାରା

ଉଇକିଅଭିଧାନ‌ରୁ

ଜାରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଗ୍ରାମ୍ୟ - ବିଶେଷ୍ୟ - ପୁଂ. (ସଂସ୍କୃତ - ଜାର)[ସମ୍ପାଦନା]

ଜାର; ଉପପତ୍ନୀ — A gallant; paramour.

ଜାରାପୁରୁଷ ପ୍ରେମଚିତ୍ତେ, ନିଶି ଦିବସ ଅବିରତେ— ଭୂପତି. ପ୍ରେମପଞ୍ଚାମୃତ

ଗ୍ରାମ୍ୟ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - 'ଜାର'ର ସ୍ତ୍ରୀଲିଙ୍ଗ)[ସମ୍ପାଦନା]

ଉପପନୀ; ରକ୍ଷିତା ସ୍ତ୍ରୀ — Concubine.

ଜୁଆଇଁ ଜାରାପତି ରଜା ଭଣଞ୍ଜା ଆପଣା କରି କେ ଜାଣେ— ଭୂପତି. ଚଉତିଶା

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

୧. (ଫାରାସୀ - ଜିରହ୍) ଜେରା; ସାକ୍ଷୀକୁ ବିପକ୍ଷ ପକ୍ଷ ଓକିଲଙ୍କର ପଚାରିବା କୂଟ ପ୍ରଶ୍ନ — ୧. Cross examination.
୨. (ଇଂରାଜୀ - ଜାର୍ରାହ୍) ଅଷ୍ଟ୍ରେଲିଆ ଦ୍ୱୀପର ବୃକ୍ଷବିଶେଷର ଖୁବ୍ ଟାଣ କାଠ — ୨. Jārā wood; the hard wood of an Australian tree; Eucalyptus Rostrata.

[ଦ୍ରଷ୍ଟବ୍ୟ —ଏ କାଠ କଲିକତାରେ ବିକ୍ରି ହୁଏ, ଏଥିରେ ଗାଡ଼ି ଓ ଘରର ଉପକରଣମାନ ତିଆରି ହୁଏ ]