ଜିଅଳ

ଉଇକିଅଭିଧାନ‌ରୁ

ଜିଅଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଜିଅଳ—ଅନ୍ୟନାମ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଙ୍ଗିନୀ; ଜଙ୍ଗନୀ)[ସମ୍ପାଦନା]

୧. କାଶିମୁଳା ଗଛ — ୧. A kind of tree exuding gum; Odina Wodier.

[ଦ୍ରଷ୍ଟବ୍ୟ —ଏ ଗଛ ପାହାଡ଼ ଓ ହିମାଳୟ ତରାଇର ଜଙ୍ଗଲରେ ହୁଏ ଏ ଗଛ ଆମ୍ରାଦି ବର୍ଗର ଏହାର ପତ୍ର ମହୁଲଗଛର ପତ୍ରପରି ଓ ଡାଳର ୨ ପାଖରେ ଜୋଡ଼ା ଜୋ଼ଡ଼ା ପତ୍ର ଧରେ ପ୍ରତିବର୍ଷ ଏ ଗଛ ପତ୍ରଝଡ଼ାଦିଏ; ଏହାର ଫୁଲ ଧଳା ଓ ଫଳ ବରକୋଳି ପରି ବୈଦ୍ୟକ— ମତରେ ଏହା କଷା,ସ୍ୱାଦିଷ୍ଟ ଓ ଗରମ ଅଟେ, ଏହା ବ୍ରଣ, ଅତିସାର, ବାତ ଓ ହୃତରୋଗର ଉପକାରୀ ଓ ମୁଖର ଦୁର୍ଗନ୍ଧ ଦୂର କରେ ଏ ଗଛରୁ ଅଜସ୍ର ଅଠା ବୁହେ]

୨. ମାଗୁରଆଦି ମାଛ — ୨. Fish of the Māgura species.
୩. ଲଙ୍ଗଳ ମୁଣ୍ଡାର ମଝି ଘରା ଉପରେ ମରାଯାଇଥିବା ଜୋକିଆ ବା କୁହୁଣ୍ଡା (ଯାହା ତଳେ ଲଙ୍ଗଳଲୁହା ପଶେ) — ୩. Iron staple through which the plough- share is thrust into the plough.
୪. ପ୍ରାଦେଶିକ - (ଯାଜପୁର) ବି—ବନିସିକଣ୍ଟାରେ ଗୁନ୍ଥାହେବା


ଜୀଅନ୍ତା ମାଛ ଆଦି —୪. Living ait stuck to the angler's hook.