ଜୀବାତ୍ମା

ଉଇକିଅଭିଧାନ‌ରୁ

ଜୀବାତ୍ମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପରମାତ୍ମା—ବିପରୀତ)

  • (file)

ସଂସ୍କୃତ - ବିଶେଷ୍ୟ - (ଜୀବ+ଆତ୍ମନ)[ସମ୍ପାଦନା]

୧. ପ୍ରାଣୀର ଅଭ୍ୟନ୍ତରସ୍ଥ ଆତ୍ମା — ୧. Individual soul; animal soul (as distingwished from Supreme Soul).
୨. ମନୁଷ୍ୟର ଆତ୍ମା —୨. Human soul.
୩. ପ୍ରାଣପୁରୁଷ — ୩. The inner soul; the sentient soul.
୪. ଦେହୀ —୪. Animal; living being.
୫. ଶରୀରସ୍ଥ ଚୈତନ୍ୟ; ଦେହର ଆଭ୍ୟନ୍ତରିକ ସ୍ୱଚ୍ଛ ପଦାର୍ଥ ଯହିଁରେ ପରମାତ୍ମା ବା ଈଶ୍ୱର ପ୍ରତିବିମ୍ୱିତ ହୁଅନ୍ତି — ୫. The inner conciousness; the vital principle in the body.
୬. ପ୍ରାଣ —୬. Life.

[ଦ୍ରଷ୍ଟବ୍ୟ —ଜୀବାତ୍ମା ଦେହସ୍ଥ ଚୈତନ୍ୟ ଅଟେ; ଏହା ପ୍ରତ୍ୟେକ ପ୍ରାଣୀର ଦେହରେ ଆବଦ୍ଧ ପରମାତ୍ମା ବା ଈଶ୍ୱରଙ୍କ ସତ୍ତା ବିଶ୍ୱବ୍ୟାପୀ ଚୈତନ୍ୟ ଅଟେ ଈଶ୍ୱର ପରମାତ୍ମା ଅଟନ୍ତି ପ୍ରାଣୀର ଶରୀରେ ପରମାତ୍ମାଙ୍କ ପ୍ରତିବିମ୍ୱିତ ପଦାର୍ଥ ଜୀବାତ୍ମା ଅଟେ ଜୀବାତ୍ମା ପରମାତ୍ମାରୁ ବାହାରି ପ୍ରାଣିଦେହରେ ଥାଏ ପ୍ରାଣୀ ମୃତ ହେଲେ ସେହି ପ୍ରାଣ ମଧ୍ୟସ୍ଥ ଜୀବାତ୍ମା ପରମାତ୍ମାରେ ଲୀନ ହୁଏ]