Jump to content

ଜୀରକ

ଉଇକିଅଭିଧାନ‌ରୁ

ଜୀରକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ୱ, ଧାତୁ=ଜୀର୍ଣ୍ଣ କରିବା+କର୍ତ୍ତୃ ଅକ; କିମ୍ୱା ଜୀର +ସ୍ୱାର୍ଥେ. କ; ଯାହା ଖାଦ୍ୟ ଦ୍ରବ୍ୟକୁ ଜୀର୍ଣ୍ଣ ବା ପରିପାକ ଜୀରକ, ଅଜାଜୀ, କରାଏ)[ସମ୍ପାଦନା]

୧. ଜୀରା —Cuminseed; Cuminum Cyminum.

[ଦ୍ରଷ୍ଟବ୍ୟ —ଜୀରା ଧନ୍ୟାଦି ବର୍ଗର ଶାକ ଗୁଳ୍ମ ଏହା ଆକାରରେ ପାନମହୁରି ପରି କିନ୍ତୁ ଛୋଟ ଏ ଗୁଳ୍ମର ପତ୍ର ଦୁବ ପରି ସରୁ ବଙ୍ଗଦେଶ ଓ ଆସାମ ଛଡ଼ା ଭାରତର ସର୍ବତ୍ର ଏହାର କୃଷି ହୁଏ ମିଶରଦେଶ ଓ ଭୂମଧ୍ୟସାଗର ଉପକୂଳସ୍ଥ ମାଳ୍ଟା ଆଦି ଦ୍ୱୀପରେ ଏ ଗୁଳ୍ମ ମନକୁ ଉଠେ ମାଳ୍ଟାର ଜୀରା (European caraway) ଖୁବ ସୁଗନ୍ଧ ଯୁକ୍ତ ଜୀରା ୨ ପ୍ରକାରର; ଧଳା ବା ସାଧାରଣ ଜୀରା ଓ କୃଷ୍ଣଜୀରକ; ସାଧାରଣ ଜୀରା ମରିଚ ସଙ୍ଗେ ବଟା ହୋଇ ତିଅଣରେ ମିଶାଯାଏ, ଏବଂ ଘିଅରେ ଫୁଟା ଯାଇ ଏଥିରେ ତିଅଣ ବଘରା ଯାଏ ଜୀରା ମଧ୍ୟ ଔଷଧରେ ବ୍ୟବହୃତ ହୁଏ ଭାବପ୍ରକାଶରେ ଏହାର ନାମ ଜୀରକ, ଦୀର୍ଘଜୀରକ ବୈଦ୍ୟକ ମତରେ ଏହା କଟୁ, ଉଷ୍ଣ ଓ ଦୀପକ ଏବଂ ଅତିସାର, ଗ୍ରହଣୀ, କୃମି, କଫ ଓ ବାତପ୍ରଶମକ ଯାହାକୁ ସାଧାରଣତଃ କଳାଜୀରା ବୋଲାଯାଏ ତାହା ତ୍ରିକୋଣ ଉଗ୍ର ସୁଗନ୍ଧ ବୀଜବିଶେଷ (Nigella Sativa; black cumin) କୃଷ୍ଣବର୍ଣ୍ଣ (Carum Bulbacastanum) ପାନମହୁରି ପରି କଳାଜୀରା, ସାଧାରଣ ଜୀରା ଜାତୀୟ (Black Caraway) ଏହା ଆପଗାନିସ୍ଥାନ, କାଶ୍ମୀର ଆଦିରେ ଜନ୍ମେ ଓ ସେଠାରୁ ଏ ଦେଶକୁ ଆସେ]

୨. ଖଡ୍ଗ —୨. Sword.
୩. ଅଣୁ ଧାନ୍ୟ —୩. Tiny grains.
୪. ଫୁଲର କେଶର (ହିନ୍ଦୀ - ଶବ୍ଦସାଗର) —୪. The filaments of flower.